ପୋଲିସ ହାତରେ ଧରାପଡିଲେ ତିନି ଲୁଟେରା

Published: Jul 27, 2020, 3:26 pm IST

ଭୁବନେଶ୍ବର : ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ୍‌ ହାତରେ ତିନି ଲୁଟେରା ଧରାପଡିଛନ୍ତି । ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ୍‌ ଧରିଛି । ଗିରଫ ତିନି ଲୁଟେରା ହେଉଛନ୍ତି ଜଗତସିଂହପୁର ନାଉଗାଁ ଥାନା କୋରୁଆ ଗ୍ରାମର ବୋଲି ସୂଚନା ରହିଛି । ଏହି ଲୁଟେରାଙ୍କଠାରୁ ସୁନା ଅଳଙ୍କାର, ମୋବାଇଲ୍‌ ଫୋନ୍‌, ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଛି । ଏହି ଲୁଟେରାମାନେ ଭୁବନେଶ୍ବରରୁ ଭିଙ୍ଗାରପୁରକୁ ଫେରୁଥିବା ଦମ୍ପତିଙ୍କୁ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ଏବେ ଲୁଟେରା ମାନେ ମାତିଛନ୍ତି । ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍‌ପିଙ୍କ ବେକରୁ ସୁନା ଚେନ୍‌ ସହ କାନଫୁଲ ଲୁଟି ନେଇଥିବାବେଳେ ଆଜି ଆଇଆରସି ଭିଲେଜରେ ଏନ୍‌ 4 କ୍ବାର୍ଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ୍‌ ଲୁଟି ନେଇଛନ୍ତି । ଲଗାତାର ଦୁଇ ଦିନ ଲୁଟ ପରେ ଲୁଟେରାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ଉପରେ ଗୁରୁତ୍ବ ଦେଇଛି କମିଶନରେଟ ପୋଲିସ୍‌ ।

 

Related posts