ଭୁବନେଶ୍ବରରେ ଆଜି ଆଉ 105 କରୋନା ଆକ୍ରାନ୍ତ ଚିହ୍ନଟ, ପଢନ୍ତୁ କେଉଁ ଅଞ୍ଚଳରୁ କେତେ

Published: Jul 30, 2020, 5:06 pm IST

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 105 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 59 କ୍ବାରେଣ୍ଟିନ ଏବଂ 46 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ବିଏମସି ସୂଚନା ଦେଇଛି। ନୟାପଲ୍ଲୀ ନୂଆସାହିରୁ 9 ଜଣ, ସହିଦ ନଗର ଅଞ୍ଚଳରୁ 6, ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ 6, ୟୁନିଟ-1ରୁ 3, ବିଶେଶ୍ବରୀ ବସ୍ତିରୁ , ଫରେଷ୍ଟ ପାର୍କରୁ 3, ଆଇଆରସି ଭିଲେଜରୁ 3 ଚିହ୍ନଟ ହୋଇଛନ୍ତି।

Image

ୟୁନିଟ-1 ବସ୍ତିରୁ 3, ବରମୁଣ୍ଡା ଜଗନ୍ନାଥ ନଗରରୁ 2, ଜାଗମରାରୁ 2, ପୁରୁଣା ଏଜି କଲୋନିରୁ 3, ପୁନାମା ଗେଟ୍ ଅଞ୍ଚଳରୁ 2 ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

Image

ଆଜି ଭୁବନେଶ୍ବରରେ 123 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି।

Image

Related posts