ରାଜ୍ୟରେ ଆଜି ଆଉ 807 କରୋନା ଆକ୍ରାନ୍ତ ସୁସ୍ଥ

Published: Jul 30, 2020, 8:32 pm IST

ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 807 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 431 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ କଟକରୁ 62, ରାୟଗଡ଼ାରୁ 47, ଗଜପତିରୁ 34, କେନ୍ଦୁଝରରୁ 29 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକ 13, ଖୋର୍ଦ୍ଧା 12, ବରଗଡ଼ 11, ମାଲକାନଗିରିରୁ 10, ବଲାଙ୍ଗିର ଓ ସମ୍ବଲପୁରରୁ 7 ଲେଖାଏଁ, ଝାରସୁଗୁଡ଼ାରୁ 6, ଢେଙ୍କାନାଳରୁ 4, ଅନୁଗୁଳରୁ 3, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 19 ହଜାର 745କୁ ବୃଦ୍ଧି ପାଇଛି।

Related posts