କରୋନା ଟେଷ୍ଟ ଆଳରେ ଯୁବତୀଙ୍କ ପ୍ରାଇଭେଟ୍‌ ପାର୍ଟରୁ ସାମ୍ପଲ୍‌ ନେଇ ଲ୍ୟାବ୍‌ ଟେକ୍‌ନସିଆନ୍‌ ଗିରଫ

Published: Jul 30, 2020, 10:35 pm IST

ମହାରାଷ୍ଟ୍ର : ମହରାଷ୍ଟ୍ରର ଅମରାବତୀ ଅଞ୍ଚଳରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଲ୍ୟାବ୍‌ ଟେକ୍‌ନସିଆନ୍‌ କରୋନା ଟେଷ୍ଟ ପାଇଁ ଯୁବତୀଙ୍କ ପ୍ରାଇଭେଟ୍‌ ପାର୍ଟ (ଗୁପ୍ତାଙ୍ଗ)ରୁ ସାମ୍ପଲ୍‌ ଟେଷ୍ଟ ନେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଯୁବତୀ ଏହି ଘଟଣାକୁ ନେଇ ପୋଲିସ୍‌ରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ତରଫରୁ ଦୁଷ୍କର୍ମ ମାମଲା ଅଭିଯୋଗ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଜଣକ କୋଭିଡ୍‌ ଟ୍ରମା ସେଣ୍ଟରରେ ଲ୍ୟାବ୍‌ ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟରତ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଏକ ସର୍ଭିସ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ । ଏକ କୋଭିଡ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ଷ୍ଟାରର ସମସ୍ତ 28 ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏକ ସରକାରୀ ଲ୍ୟାବରେ ଏହି କରୋନା ଟେଷ୍ଟ କରାଯାଇଥିଲା । ସ୍ବାବ୍‌ ଟେଷ୍ଟ ନିଆଯିବା ପରେ ଲ୍ୟାବ୍‌ ଟେକ୍ନିସିନ୍‌ ଜଣକ ଯୁବତୀଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିବା କଥା କହିଥିଲେ । ଏଥିପାଇଁ ୟୁରିନ୍ ଟେଷ୍ଟ କରିବାକୁ ପଡିବ ବୋଲି ଯୁବତୀଙ୍କୁ କହିଥିଲେ ।

କରୋନା ଭାଇରସ ଟେଷ୍ଟ ପରେ ଯୁବତୀ ଜଣକ ଏହି ଘଟଣା ସମ୍ପର୍କରେ ତାଙ୍କ ଭାଇଙ୍କୁ କହିଥିଲେ । ତେବେ ଭାଇଙ୍କୁ ଏନେଇ ସନ୍ଦେହ ହେବା ପରେ ସେ ଡାକ୍ତରଙ୍କ ସହ ଏହି ସମ୍ପର୍କରେ କଥା ହୋଇଥିଲେ । କୋଭିଡ୍‌ 19 ଟେଷ୍ଟରେ ଏମିତି କୌଣସି ପରୀକ୍ଷା ହୁଏ ନାହିଁ ବୋଲି ଜାଣିଥିଲେ । ଏହା ପରେ ଯୁବତୀଙ୍କ ବୟାନ ଅନୁସାରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମହାରାଷ୍ଟର ମହିଳା ତଥା ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର୍‌ ଏହି ଘଟଣାକୁ ଗମ୍ଭୀର ରୂପେ ଗ୍ରହଣ କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । (ଏଜେନ୍ସି)

Related posts