Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ମାସର କଟକଣା: ରାତ୍ରୀକାଳୀନ କର୍ଫ୍ୟୁକୁ ବଳବତ୍ତର ରଖିଲେ ରାଜ୍ୟସରକାର
ଆଜିର ଖବର

ଅଗଷ୍ଟ ମାସର କଟକଣା: ରାତ୍ରୀକାଳୀନ କର୍ଫ୍ୟୁକୁ ବଳବତ୍ତର ରଖିଲେ ରାଜ୍ୟସରକାର

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଅଗଷ୍ଟ ମାସ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

-କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଲାଗୁ ରହିବ। ଏଠାରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି ।

-ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ।

-ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ।

-ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌, ଅଡିଟୋରିୟମ୍‌, ସୁଇମିଂ ପୁଲ୍‌, ଆସେମ୍ଲି ହଲ୍‌ ବନ୍ଦ ରହିବ।

-ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

-ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡିଗୁଡିକ ମଧ୍ୟ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ପରୀକ୍ଷା ହୋଇପାରିବ।

-କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍‌ ମୁତାବକ ଅଗଷ୍ଟ 5ରୁ ଯୋଗ ସେଣ୍ଟର ଓ ଜିମ୍ନାସିୟମ୍‌ ଖୋଲା ଯାଇ ପାରିବ।

-ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବବତ୍ତ ଚାଲିବ।

-ରାଜ୍ୟ ବାହାରକୁ କେହି ତିନି ଦିନ ପାଇଁ ଆସିଲେ କ୍ବାରେଣ୍ଟାଇନ୍‌ରେ ରହିବେନି। ମାତ୍ର ତିନି ଦିନରୁ ଅଧିକ ରହିଲେ କ୍ବାରେଣ୍ଟାଇନ୍‌ରେ ରହିବେ।

-ସେଲୁନ୍‌ ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ।

-ଅଗଷ୍ଟ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ରାତ୍ରି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି ରହିବ। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ।

-ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଏବଂ କଟକ ଓ ରାଉରକେଲା ମ୍ୟୁନିସପାଲ୍ କର୍ପୋରେସନ୍‌ରେ ଅଗଷ୍ଟ ମାସର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

– ଅଗଷ୍ଟ 1 ତାରିଖ ଓ ଅଗଷ୍ଟ 2 ତାରିଖରେ ହେବାକୁ ଥିବା ସଟ୍‌ଡାଉନ୍‌ରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏହି ଦୁଇ ଦିନ  ସଟ୍‌ଡାଉନ୍‌ ଦିନ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ। ଏହି ଦୁଇଦିନ ସକାଳ 5ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ଅଫିସ୍‌ ଖୋଲା ରହିବ। ସଟ୍‌ଡାଉନ୍‌ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ। ଏହା ପରେ ପରବର୍ତ୍ତୀ ସପ୍ତାହଠାରୁ ପୂର୍ବବତ୍‌ ସଟ୍‌ଡାଉନ୍‌ ଜାରି ରହିବ ।

-ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ କର୍ମଚାରୀମାନେ ମଧ୍ୟ ସଟ୍‌ଡାଉନ୍‌ ସମୟରେ କାର୍ଯ୍ୟ କରିପାରିବେ।

-ପ୍ରିଣ୍ଟ ଓ ଇଲ୍‌କୋଟ୍ରୋନିକ୍ସ ମିଡିଆ ଖୋଲା ରହିବ, କର୍ମଚାରୀମାନେ ଯା’ଆସ କରିପାରିବେ।

-ସଟଡାଉନ୍‌ ସମୟରେ ହୋମ୍‌ ଡେଲିଭରୀ ହୋଇପାରିବ।

-ସଟ୍‌ଡାଉନ୍‌ ସମୟରେ ସକାଳ 5ଟାରୁ 8 ମଧ୍ୟରେ ନ୍ୟୁଜ୍‌ ପେପର୍‌ ହକର ମାନେ କାର୍ଯ୍ୟ କରିପାରିବେ।

-ପ୍ରତି ସପ୍ତାହର ଶନିବାର ଦିନ ସରକାରୀ ଅଫିସ୍‌ ବନ୍ଦ ରହିବ।

– ଜାତୀୟ ରାଜପଥ କଡରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ।

 

କଣ୍ଟେନମେଣ୍ଟ ଜୋନ୍‌ ରାଜ୍ୟସରକାର ରାତ୍ରୀକାଳୀନ କର୍ଫ୍ୟୁ ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026
Latest News

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.