ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଲେ 118 ଆକ୍ରାନ୍ତ , ସୁସ୍ଥ ହେଲେ 125

Published: Aug 2, 2020, 6:02 pm IST

ଭୁବନେଶ୍ବର : ଭୁବନେଶ୍ବରରେ ଆଉ 118 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରୁ 69 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 49ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ  ସୂଚନା ଦେଇଛି ।

Image

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 69 କେସ୍‌ ମଧ୍ୟରୁ ଏକ ଘରୋଇ ହସ୍ପିଟାଲରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଲାଶ ପଲ୍ଲୀରୁ 6ଜଣ ଓ ଜାଗମରାରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୋଲିସ କର୍ମଚାରୀ ରହିଛନ୍ତି । ୟୁନିଟ୍‌ 8 ଅଞ୍ଚଳରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 125 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2ହଜାର 979ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 691 ଜଣ । ସେହିପରି 18ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେସୁଦ୍ଧା ଭୁବନେଶ୍ବରରେ 1ହଜାର 268ଟି ସକ୍ରିୟ ମାମଲା ରହିଛି ।

Image

Related posts