ଆଜି ଜଗତସିଂହପୁର ଜିଲ୍ଲାର ୧୪ କରୋନା ପଜେଟିଭ୍ ଚିହ୍ନଟ

Published: Aug 6, 2020, 9:50 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଗତକାଲି ୨୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୪ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏରସମା ବ୍ଲକରେ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏବଂ ସେମାନେ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଜଗତସିଂହପୁର ବ୍ଲକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଭୂବନେଶ୍ବରର କଳିଙ୍ଗ ହସପିଟାଲ ଓ ଉତ୍କଳ ହସପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଜଗତସିଂହପୁର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହେବା ସହ ଜଣେ ମଣ୍ଡାସାହି ସି.ଏଚ୍.ସି ର କର୍ମଚାରୀ ଏବଂ ଅନ୍ୟଜଣେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମା’।

ସେହିପରି ପାରାଦୀପ ରୁ ଚିହ୍ନଟ ହୋଇଥିବା ୨ଜଣ ଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନରେ ଥିବାବେଳେ ଅନ୍ୟଜଣେ ମହାରାଷ୍ଟ୍ର ଫେରନ୍ତା। ସେ ମହାରାଷ୍ଟ୍ରରୁ ଭୁବନେଶ୍ବରରେ ପହଞ୍ଚି ସ୍ଵାବ ନମୁନା ପରୀକ୍ଷା କରିଥିଲେ। ବିରିଡି ବ୍ଲକର ଜଣେ ଆକ୍ରାନ୍ତ ହୋମ କ୍ୱାରେଣ୍ଟାଇନରେ ଥିଲେ ଏବଂ ବାଲିକୁଦା ବ୍ଲକର ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଡି ଏଚ ଏଚ ଆଇସୋଲେସନ ସେଣ୍ଟରରେ ଥିଲେ।

Related posts