Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଆଜିର ଖବର

ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

August 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନର ଛାତ୍ରଛାତ୍ରୀ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍ ମୁକ୍ତ ଅଭିନବ ଚିନ୍ତାର ମଡେଲ୍‌ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା। “ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” (ବିପିଆର୍‌ଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥା ଅର୍ଥାତ୍ ଡିଜିଟାଲ୍ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ୍ – ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଂଟିଆ ଆଭ୍ୟନ୍ତରୀଣ ହାକାଥନ୍‌, ହାକରୱାର୍ ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ୍ ଏକ୍ସ ଲିଜିୟନ୍ କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ। ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ। ଅଗଷ୍ଟ ୧ ରୁ ୩ ମଧ୍ୟରେ ଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ କରିଥିଲା।

କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ଏବଂ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ସିଏସ୍‌ଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ୍ ପ୍ରତିଯୋଗିତାରେ ଜିତାପଟ ହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି। ଏହି ବିଜୟୀ ଟିମ୍‌ରେ ଅଙ୍କିତା ଶତପଥୀ, ଅଭିନବ ରାୟ, ସୌରଭ ବେରା, ଏଲୋରା ମେହେନା, ପ୍ରିତମ୍ କର ଏବଂ ଜି. ମାଧବାନନ୍ଦ ପାତ୍ର ସାମିଲ ଥିଲେ।

ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର୍ ଡଃ ସତ୍ୟବ୍ରତ ମାଇତି ଏବଂ ଡଃ ଭାରତ ଜ୍ୟୋତି ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହ ସେମାନେ କିଭଳି ସଫଳତା ହାସଲ କରିବେ ସେ ନେଇ ପ୍ରୋତ୍ସାହିତ କରିଥିଲେ। ସୋଆ ପକ୍ଷରୁ ଆୟୋଜିତ ହାକର୍‌ୱାର୍ ୨.୦କୁ ପ୍ରଫେସର ଦେବାହୁତି ମିଶ୍ର ଏବଂ ସିଏସ୍‌ଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026
Latest News

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.