କୟଥାପଲ୍ଲା ଛକ ନିକଟରେ ଗୋରୁପଲ ଉପରେ ଚଢିଗଲା ମାଲ୍‌ବାହୀ ଟ୍ରକ୍‌, ୧୩ ଗୋରୁ ମୃତ

Published: Aug 10, 2020, 10:39 am IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା:  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କୟଥାପଲ୍ଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍।  ଘଟଣା ସ୍ଥଳରେ ୧୩ ଗୋରୁ ମୃତ ହୋଇଥିବାବେଳେ ୧୨ ରୁ ଅଧିକ ଗୋରୁ ଆହତ ହୋଇଥିବାର ସୂଚନା ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

ଗୋରୁ ମାନଙ୍କର ମୃତ ଶରୀର ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ବେଳେ କେତେକ ଗୋରୁ କ୍ଷତାକ୍ତ ହୋଇ ସେଠାରେ ଯନ୍ତ୍ରଣ‍ାରେ ଛଟ ପଟ ହେଉଛନ୍ତି। ଆଉ କେତେକ ଗୋରୁ ଭୟରେ କୁଆଡେ ପଳାଇ ଯାଇଛନ୍ତି। ଗୋରୁ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣା ପଡିଛି।

ଦୁର୍ଘଟଣା ଖବର ପାଇ ପ୍ରାଣୀ ଚିକିତ୍ସା ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘଟଣା ସ୍ଥଳରେ ପହଂଚି ଆହତ ଗୋରୁ ମାନଙ୍କର ଚିକିତ୍ସା କରିଛନ୍ତି। ଗୋରୁ ଗୁଡିକ ରାସ୍ତା କଡରେ ଶୋଇଥିବା ବେଳେ ଦ୍ରୁତଗାମୀ ମାଲ ବାହୀ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇ ଥିବା ଅନୁମାନ କରା ଯାଉଛି।

Related posts