ଡ୍ରଗ୍ସ ରାକେଟ୍‌ର ପର୍ଦ୍ଦାଫାସ : ହଜାର କୋଟିର ହେରୋଇନ୍‌ ଜବତ

Published: Aug 10, 2020, 12:42 pm IST

ମୁମ୍ବାଇ : ମୁମ୍ବାଇରେ ଏକ ବଡ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ମୁମ୍ବାଇ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ନହବା ସେବା ବନ୍ଦର ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରାଯାଇଛି । ଆଫଗାନିସ୍ତାନରୁ ଇରାନ ଦେଇ ଭାରତକୁ ଏହି ଡ୍ରଗ୍ସ ଚୋରାଚାଲାଣ କରାଯାଉଥିବା ଜଣାପଡିଛି । ବିଭିନ୍ନ ପ୍ଲାଷ୍ଟିକ୍ ପାଇପ୍ ମଧ୍ୟରେ ପୁରାଇ ଆୟୁର୍ବେଦିକ ଔଷଧ ନାଁରେ ଏହି ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଥିଲା ।

ଡିଆରଆଇ ଏବଂ ମୁମ୍ବାଇ ପୋଲିସର ମିଳିତ ଚଢାଉରେ ଏହି ନିଶାଦ୍ରବ୍ୟ ଜବତ କରାଯାଇଥିଲା । 191 କିଗ୍ରାର ହେରୋଇନ୍ ଜବତ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ 1000 କୋଟି ଟଙ୍କା ହେବ ବୋଲି ସୂଚନା ରହିଛି। (ଏଜେନ୍ସି)

Related posts