ପାଠ ପଢିବେ ଶିକ୍ଷାମନ୍ତ୍ରୀ : ଏକାଦଶ ଶ୍ରେଣୀରେ ଆଡମିଶନ୍‌ ନେଲେ ମନ୍ତ୍ରୀ

Published: Aug 11, 2020, 12:19 pm IST

ଝାରଖଣ୍ଡ : ପଢିବା ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ  ସୀମା ନଥାଏ । କେବଳ ନିଜର ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ଯଥେଷ୍ଟ । ଏବେ ଏପରି ଏକ ଘଟଣା ଝାଡଖଣ୍ଡରୁ ଦେଖିବାକୁ ମିଳିଛି । ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଏବେ ଇଣ୍ଟରମିଡିଏଟ୍‌ରେ ଆଡମିଶନ ନେଇଛନ୍ତି । ଦଶମ ପାସ୍‌ କରିଥିବା ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଏବେ ଏକାଦଶ ଶ୍ରେଣୀରେ ପାଠ ପଢିବେ ।

ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ସହିତ ମନ୍ତ୍ରୀଜୀ ଏବେ ସ୍କୁଲରେ ନିଜ କ୍ଲାସ୍‌ ରୁମ୍‌ ବେଞ୍ଚରେ ବସି ପାଠ ପଢିବାର ନଜର ଆସିବେ । ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଡୁମ୍‌ରୀ ବିଧାନସଭା କ୍ଷେତ୍ରର ନବାଡିହ ସ୍ଥିତ ଦେବୀ ମହତୋ ସ୍ମାରକ ଇଣ୍ଟର ମହାବିଦ୍ୟାଳୟରେ ଇଣ୍ଟରମିଡିଏଟ୍‌ରେ ଆଡମିଶନ୍‌ ନେଇଛନ୍ତି ।

ମନ୍ତ୍ରୀ ଜଗରନାଥ ମହତୋ କହିଛନ୍ତି ଯେ, ସେ ଯେତେବେଳେ ଶିକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସେତେବଳେ କିଛି ଲୋକେ ତାଙ୍କର ମଜାକ୍‌ ଉଡାଇଥିଲେ । ଜଣେ 10ମ ପାସ୍‌ ବ୍ୟକ୍ତି ଶିକ୍ଷାମନ୍ତ୍ରୀ କିପରି ହୋଇପାରିବେ । ଏପରି କ୍ଷେତ୍ରରେ ଶିକ୍ଷା ନୀତି କିପରି ଉନ୍ନତି ହେବ । ଏବେ ସେମାନଙ୍କୁ ଜବାବ ଦେବାର ସମୟ ଆସିଛି ବୋଲି କହିଛନ୍ତି ଜଗରନାଥ । ଜଗରନାଥ କହିଛନ୍ତି ଯେ, ସେ ପୂରା ଲକ୍ଷ୍ୟ ଓ ଆଗ୍ରହ ସହକାରେ ନିଜ ପାଠ ପଢା ସମ୍ପୂର୍ଣ୍ଣ କରିବେ । ମନ୍ତ୍ରାଳୟ ବି ଦେଖିବ, ଜନତାର ସେବା ବି ହେବ, ପାଠ ବି ପଢା ହେବ । ପାଠ ପଢିବା ପାଇଁ କୌଣସି ବୟସ ନଥାଏ ବୋଲି କହିଛନ୍ତି ମନ୍ତ୍ରୀ । ଏକ ଚାଷୀ ପରିବାରରୁ ଆସିଥିବା ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଦଶମ ଶ୍ରେଣୀ ପରେ ପାଠ ପଢା ଛାଡି ଦେଇଥିଲେ ।  ଏହାପରେ ସେ ରାଜନୀତିରେ ଆସିଥିଲେ । ଆଗକୁ ପଢିପାରିନଥିଲେ । ଏବେ ଅଧାରୁ ସେ ପାଠ ପଢିବା ଆରମ୍ଭ କରିବେ ବୋଲଇ କହିଛନ୍ତି । (ଏଜେନ୍ସି)

Related posts