Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଠ ପଢିବେ ଶିକ୍ଷାମନ୍ତ୍ରୀ : ଏକାଦଶ ଶ୍ରେଣୀରେ ଆଡମିଶନ୍‌ ନେଲେ ମନ୍ତ୍ରୀ
ଆଜିର ଖବର

ପାଠ ପଢିବେ ଶିକ୍ଷାମନ୍ତ୍ରୀ : ଏକାଦଶ ଶ୍ରେଣୀରେ ଆଡମିଶନ୍‌ ନେଲେ ମନ୍ତ୍ରୀ

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଝାରଖଣ୍ଡ : ପଢିବା ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ  ସୀମା ନଥାଏ । କେବଳ ନିଜର ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ଯଥେଷ୍ଟ । ଏବେ ଏପରି ଏକ ଘଟଣା ଝାଡଖଣ୍ଡରୁ ଦେଖିବାକୁ ମିଳିଛି । ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଏବେ ଇଣ୍ଟରମିଡିଏଟ୍‌ରେ ଆଡମିଶନ ନେଇଛନ୍ତି । ଦଶମ ପାସ୍‌ କରିଥିବା ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଏବେ ଏକାଦଶ ଶ୍ରେଣୀରେ ପାଠ ପଢିବେ ।

ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ସହିତ ମନ୍ତ୍ରୀଜୀ ଏବେ ସ୍କୁଲରେ ନିଜ କ୍ଲାସ୍‌ ରୁମ୍‌ ବେଞ୍ଚରେ ବସି ପାଠ ପଢିବାର ନଜର ଆସିବେ । ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଡୁମ୍‌ରୀ ବିଧାନସଭା କ୍ଷେତ୍ରର ନବାଡିହ ସ୍ଥିତ ଦେବୀ ମହତୋ ସ୍ମାରକ ଇଣ୍ଟର ମହାବିଦ୍ୟାଳୟରେ ଇଣ୍ଟରମିଡିଏଟ୍‌ରେ ଆଡମିଶନ୍‌ ନେଇଛନ୍ତି ।

ମନ୍ତ୍ରୀ ଜଗରନାଥ ମହତୋ କହିଛନ୍ତି ଯେ, ସେ ଯେତେବେଳେ ଶିକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସେତେବଳେ କିଛି ଲୋକେ ତାଙ୍କର ମଜାକ୍‌ ଉଡାଇଥିଲେ । ଜଣେ 10ମ ପାସ୍‌ ବ୍ୟକ୍ତି ଶିକ୍ଷାମନ୍ତ୍ରୀ କିପରି ହୋଇପାରିବେ । ଏପରି କ୍ଷେତ୍ରରେ ଶିକ୍ଷା ନୀତି କିପରି ଉନ୍ନତି ହେବ । ଏବେ ସେମାନଙ୍କୁ ଜବାବ ଦେବାର ସମୟ ଆସିଛି ବୋଲି କହିଛନ୍ତି ଜଗରନାଥ । ଜଗରନାଥ କହିଛନ୍ତି ଯେ, ସେ ପୂରା ଲକ୍ଷ୍ୟ ଓ ଆଗ୍ରହ ସହକାରେ ନିଜ ପାଠ ପଢା ସମ୍ପୂର୍ଣ୍ଣ କରିବେ । ମନ୍ତ୍ରାଳୟ ବି ଦେଖିବ, ଜନତାର ସେବା ବି ହେବ, ପାଠ ବି ପଢା ହେବ । ପାଠ ପଢିବା ପାଇଁ କୌଣସି ବୟସ ନଥାଏ ବୋଲି କହିଛନ୍ତି ମନ୍ତ୍ରୀ । ଏକ ଚାଷୀ ପରିବାରରୁ ଆସିଥିବା ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଦଶମ ଶ୍ରେଣୀ ପରେ ପାଠ ପଢା ଛାଡି ଦେଇଥିଲେ ।  ଏହାପରେ ସେ ରାଜନୀତିରେ ଆସିଥିଲେ । ଆଗକୁ ପଢିପାରିନଥିଲେ । ଏବେ ଅଧାରୁ ସେ ପାଠ ପଢିବା ଆରମ୍ଭ କରିବେ ବୋଲଇ କହିଛନ୍ତି । (ଏଜେନ୍ସି)

admission
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Latest News

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.