ରାଜଧାନୀରେ ଆଉ ୨୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Published: Aug 13, 2020, 8:18 pm IST

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଫରେଷ୍ଟ ପାର୍କ ଅଞ୍ଚଳରୁ ୮ଜଣ, ବଦଗଡ ବ୍ରିଟ କଲୋନୀରୁ ୮ଜଣ, ଏକ ଘରୋଇ ହସ୍ପିଟାଳରୁ ୬ଜଣ କର୍ମଚାରୀ, ଗଙ୍ଗନଗରରୁ ୫ଜଣ, ସାଲିଆସାହିରୁ ୫ଜଣ, ସହିଦନଗରରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଓ ବମିଖାଲରୁ ୪ଜଣ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ବରରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୫୯୫କୁ ବୃଦ୍ଧି ହୋଇଛି।

Related posts