ଆଜି ଜଗତସିଂହପୁରରୁ ୪୨ କରୋନା ଆକ୍ରାନ୍ତ ଚିହ୍ନଟ

Published: Aug 13, 2020, 9:37 pm IST

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୪ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୪ଜଣ ,ଜଗତସିଂହପୁର ବ୍ଲକରୁ ୨୧ଜଣ, ନାଉଗାଁ ବ୍ଲକରୁ ୫ଜଣ ,ତିର୍ତ୍ତୋଲ ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୯୬୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୦ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୨୧୧ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Related posts