Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ନିର୍ବାଚନମଣ୍ଡଳୀରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଦାବି
ଆଜିର ଖବର

ଚିଲିକା ନିର୍ବାଚନମଣ୍ଡଳୀରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଦାବି

August 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଏବେ ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚିଲିକା ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ପଡୋଶୀ ଅଞ୍ଚଳ କରୋନା ସଂକ୍ରମଣ ବଢିବାର ଏହା ମଧ୍ୟ ପ୍ରମୁଖ କାରଣ ।  ହେଲେ ବର୍ତ୍ତମାନ ଗଞ୍ଜାମ ସ୍ଥିତି ସ୍ୱାଭାବିକ ହେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସ୍ଥିତି ଜଟିଳ ହେଉଛି । ଚିଲିକା ନିର୍ବାଚନମଣ୍ଡଳୀ ର ବାଣପୁର-ବାଲୁଗାଁ ଅଞ୍ଚଳ ରେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି ।

ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳ ଏକ ନମ୍ବର ହଟସ୍ପଟ ହୋଇଥିବାସ୍ଥଳେ ଏଠାରେ ଏକ ଅସ୍ଥାୟୀ କୋଭିଡ ହସ୍ପିଟାଲ ପାଇଁ ଦାବି ହେଉଛି । ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ବାଣପୁର ବ୍ଲକ ଏବଂ ଏନ.ଏ.ସି ଥିବାସ୍ଥଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ଅଛି । ହେଲେ ବିଡମ୍ବନାର ବିଷୟ ଏହାକି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ଅଞ୍ଚଳରେ ବଢୁଛି ଏବଂ ଦିନକୁ ଆଭରେଜ ସଂଖ୍ୟା ପାଖାପାଖି ୫୦ ରୁ ୬୦ ରହୁଛି । ଅପରପକ୍ଷରେ ପ୍ରତିଦିନ ଏତେ ସଂଖ୍ୟକ ରୋଗୀଙ୍କୁ  ଭୁବନେଶ୍ୱର କୋଭିଡ ହସ୍ପିଟାଲ କିମ୍ବା କୋଭିଡ କେୟାର ହୋମ ନେବାରେ ବହୁ ସମସ୍ୟା ହେଉଛି ।

ଗତ କିଛିଦିନ ତଳେ ବାଣପୁରରେ  ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲ ନେବାକୁ ତିନି  ଦିନ ଲାଗିଯାଇଥିଲା ଯାହା ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୀମିତ ଗାଡ଼ି ପ୍ରଦାନ କରାଯାଇଥିବାରୁ ଏହିପରି ଅସୁବିଧା ବାରମ୍ବାର ଉପୁଜୁଛି । ଦ୍ଵିତୀୟରେ ଚିଲିକାରୁ ଭୁବନେଶ୍ୱର ପାଖାପାଖି ୧୦୦ କିଲୋମିଟର । ତେଣୁ ଥରଟେ ରୋଗୀଙ୍କୁ ନେଇଯିବା ଏବଂ ଆସିବା ପାଇଁ ପାଖାପାଖି ୫ ରୁ ୬ ଘଣ୍ଟା ଲାଗୁଛି । ଏହିପରି ପରିସ୍ଥିତିରେ ଯଦି ଚିଲିକା ନିର୍ବାଚନମଣ୍ଡଳୀରେ ଏକ ୧୦୦ ବେଡ଼ ବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ ଖୋଲାଯାଏ ତାହା ହେଲେ ରୋଗୀ ମାନେ ବହୁତ ଉପକୃତ ହେବା ସହ ପ୍ରଶାସନ ପାଇଁ ସମୟ ସାପେକ୍ଷ ମଧ୍ୟ ହେବ। ତେଣୁ ଏହାକୁ ଗୁରୁତର ସହ ନେଇ ସମଗ୍ର ନିର୍ବାଚନମଣ୍ଡଳୀ  ଜନସାଧାରଣ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚିଲିକା ନିର୍ବାଚନମଣ୍ଡଳୀରେ ଯଥାଶୀଘ୍ର ଏକ ଅସ୍ଥାୟୀ କୋଭିଡ ହସ୍ପିଟାଲ ଖୋଲିବା ଦିଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ  ମାନ୍ୟବର ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଖୋର୍ଦ୍ଧା ଜିଲ୍ଲା,  ଶ୍ରୀ ପ୍ରଶାନ୍ତ କୁମାର ଜଗଦେବଙ୍କୁ ନିର୍ବାଚମଣ୍ଡଳୀର କିଛି ସରପଞ୍ଚ ଏବଂ ଜନସାଧାରଣମାନେ ଅନୁରୋଧ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଶ୍ବରଞ୍ଜନ ପତିଙ୍କ ସୂଚନା ଅନୁସାରେ ଗତକାଲି ସୁଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ସ୍ଥିତି ଏହିପରି ରହିଛି ।

ବାଣପୁର ସିଏଚ୍‌ସି ଅଧୀନରେ ଥିବା ବାଣପୁର ବ୍ଲକ ଓ ଏନଏସି ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୧ ଥିବାବେଳେ ସକ୍ରିୟ ମାମଲା ୧୬୦ ରହିଛି  ।ସେହିପରି ଭାବେ ସୁସ୍ଥ ୨୨୮ ଜଣ ହୋଇଥିବାସ୍ଥଳେ ୩ ଜଣଙ୍କର ମୃତୁ ଘଟିଛି ।

ଅନୁରୂପ ଭାବେ ବାଲୁଗାଁ ସିଏଚ୍‌ସି ଅଧୀନରେ ଥିବା ଚିଲିକା ବ୍ଲକ ଓ ବାଲୁଗାଁ ଏନଏସି ରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୩୫୫ ରହିଥିବାବେଳେ ସକ୍ରିୟ ମାମଲା ୧୦୯ ରହିଛି । ସେହିପରି ଭାବେ ୨୪୦ ଜଣ ସୁସ୍ଥ ହୋଇଥିବାସ୍ଥଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ସମୁଦାୟ ଦେଖିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୭୪୬ ଥିବାବେଳେ ସକ୍ରିୟ ମାମଲା ୨୬୯ ଟି ଅଛି ।ସେହିପରି ଭାବେ ୪୬୮ ଜଣ ଗତକାଲି ସୁଦ୍ଧା ସୁସ୍ଥ ହୋଇଥିବାସ୍ଥଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ଚିଲିକା ନିର୍ବାଚନ ମଣ୍ଡଳୀ
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Latest News

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.