ପବ୍‌ଜି ପାଇଁ ଜୀବନ ହାରିଲେ ନାବାଳକ

Published: Aug 17, 2020, 4:12 pm IST

ବାସୁଦେବପୁର : ପବ୍‌ଜି ଖେଳିବାକୁ ବାରଣ କରିବାରୁ ଜଣେ 20 ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।  ମାମୁଁ ବାରଣ କରିବାରୁ ଭଣଜା ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଘଟିଛି । ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପାଣିଝଣିଆ ଅଞ୍ଚଳରେ ବୋଲି ସୂଚନା ରହିଛି।

ଧାମରାର ଏକ ଚିଙ୍ଗୁଡି ଘେରିରେ ମାମୁଁ ଭଣଜା ଏକାଠି କାମ କରୁଥିଲେ । ଭଣଜା ବାରମ୍ବାର ପବ୍‌ଜି ଖେଳିବାରୁ ମାମୁଁ ମୋବାଇଲ୍‌ ଛଡାଇ ନେଇଥିଲେ । ରାଗରେ ଭଣଜା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଉଭୟ ମାମୁ ଭଣଜା ରାତିରେ ଖାଇସାରି ଶୋଇଥିଲେ । ହେଲେ ଆଜି ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।

Related posts