ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ

Published: Aug 19, 2020, 12:28 pm IST

ନୂଆଦିଲ୍ଲୀ :  ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ହୃଷିକେଶ ରାୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଥିଲେ । ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ  ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ମାମଲାକୁ ନେଇ ଦାୟର କରାଯାଇଥିବା ଅନ୍ୟ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାମଲାରେ ବିହାର ପୋଲିସର ହସ୍ତକ୍ଷେପକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ସଠିକ୍ ବୋଲି ଦର୍ଶାଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସ୍‌କୁ ସହଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ଏହି ରାୟ ପ୍ରକାଶ ପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଓ ସୁଶାନ୍ତଙ୍କ ଭଉଣୀ  ଏହା ସତ୍ୟର ବିଜୟ ବୋଲି ଟ୍ୱିଟ କରିଛନ୍ତି ।

Related posts