Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରିୟାଙ୍କ ପାଇଁ ଅଡୁଆ ବଢୁଛି : ଜାମିନ ଆବେଦନ ଖାରଜ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହିତ ରିୟା ଜେଲରେ ରହିବା ସ୍ପଷ୍ଟ ହୋଇଛି । ରିୟାଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ନାମଞ୍ଜୁର କରିଛନ୍ତି ସେସନ୍ସ କୋର୍ଟ ।

ପୂର୍ବରୁ ନିଶା କାରବାରରେ ସମ୍ପୃକ୍ତି ନେଇ ରିୟା ସ୍ୱୀକାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବୟାନ ବଦଳାଇବା ସହିତ ଏପରି ବୟାନ ଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ବୋଲି ମତ ଦେଇଥିଲେ । ରିୟାଙ୍କ ଭାଇ ସୌଭିକ ମଧ୍ୟ ରିୟାଙ୍କ ସପକ୍ଷରେ ବୟାନ ଦେଇଥିଲେ । ତେବେ କୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ସମସ୍ତ ଅଭିଯୁକ୍ତ ହାଜତ ମଧ୍ୟରେ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଚାରି ଦିନିଆ ରିମାଣ୍ଡରେ ସୌଭିକ ଓ ସାମୁଏଲ

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ଏନସିବି । ଉଭୟଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ମୁମ୍ବାଇ ସ୍ଥିତ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା । ଏନସିବି ପକ୍ଷରୁ ଉଭୟଙ୍କ  ସାତ ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ ଚାରି ଦିନିଆ ରିମାଣ୍ଡ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଏହା ପରେ ବିଭିନ୍ନ ହ୍ୱାଟ୍ସଆପ୍ ଚାଟରେ ସୌଭିକ୍ ଏବଂ ସାମୁଏଲଙ୍କ ନାଁ ଆସିବା ପରେ ଏନସିବି ପକ୍ଷରୁ ଗତକାଲି ଉଭୟଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଏନସିବି ହେପାଜତରେ ସୌଭିକ୍ ଚକ୍ରବର୍ତ୍ତୀ ଓ ସାମୁଏଲ୍‌ ମିରାଣ୍ଡା

ମୁମ୍ୱାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପରେ ଏବେ ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଛି ଏନସିବି । ରିଆ, ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଆଜି ସକାଳେ ତଦନ୍ତ କରିଥିଲା ଏନସିବି । ଚଢଉ କରିବା ପରେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ଉଠାଇ ନେଇଛି ଏନସିବି । ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି । ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା ।ଏହି ସମୟରେ ଏକ ପୁରୁଣା ଡାଏରୀ ଜବତ କରିଛି ଏନ୍‌ସିବି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସାଂଘାତିକ ଅଭିଯୋଗ ଆଣିଲେ କଙ୍ଗନା ରଣାଓ୍ବତ

 

ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ  ବଲିଉଡ ଅଭିନ୍ରେତୀ କଙ୍ଗନା ରଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଏଭଳି ଧମକ ଦେଇଥିବା ଲୋକଙ୍କ ନାମ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ମୁମ୍ବାଇ ପାକ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି କଙ୍ଗନା କହିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ କଙ୍ଗନା ତାଙ୍କ ଟୁଇଟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଛନ୍ତି କଙ୍ଗନା ।  ସୁଶାନ୍ତଙ୍କ ଆତ୍ମହତ୍ୟା ପରେ କଙ୍ଗନା ବଲିଉଡରେ ନେପୋଟିଜିମ କରାଯାଉଥିବା ଅଭିଯୋଗ ଆଣିଥିଲେ । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ :  ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ହୃଷିକେଶ ରାୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଥିଲେ । ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ  ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ମାମଲାକୁ ନେଇ ଦାୟର କରାଯାଇଥିବା ଅନ୍ୟ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାମଲାରେ ବିହାର ପୋଲିସର ହସ୍ତକ୍ଷେପକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ସଠିକ୍ ବୋଲି ଦର୍ଶାଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସ୍‌କୁ ସହଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ଏହି ରାୟ ପ୍ରକାଶ ପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଓ ସୁଶାନ୍ତଙ୍କ ଭଉଣୀ  ଏହା ସତ୍ୟର ବିଜୟ ବୋଲି ଟ୍ୱିଟ କରିଛନ୍ତି ।

Categories
ଆଜିର ଖବର ମନୋରଂଜନ ସିନେମା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା :  ତଦନ୍ତ କରିବ ସିବିଆଇ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ୍‌ କରିଥିଲେ । ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି । ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । ତେବେ ବିହାର ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ପାଇଁ ନିଯୁକ୍ତ ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନରେ ରଖାଯିବାରୁ ବିହାର ସରକାର ବାଧ୍ୟ ହୋଇ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବା ସହିତ ମାମଲା ସିବିଆଇ ହାତକୁ ଯାଇଛି ।

ସୂଚନାଯୋଗ୍ୟ ଯେ, ଜୁନ୍ 14 ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ପରିବାର ଲୋକେ ଓ ପ୍ରଶଂସକମାନେ ଏହାକୁ ଏକ ହତ୍ୟା ବୋଲି କହି ଏହାର ସିବିଆଇ ତଦନ୍ତ ଦାବି କରିଥିଲେ । ଅପରପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଭୂମିକା ବେଶ୍‌ ସନ୍ଦେହଜନକ ରହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବଲିଉଡ୍‌ର ନାମୀ ଦାମୀ ହସ୍ତୀଙ୍କୁ ମଧ୍ୟ ମୁମ୍ବାଇ ପୋଲିସ୍‌ ଜେରା କରିଛି। (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ହତ୍ୟା ମାମଲା :  ସିବିଆଇ ତଦନ୍ତ ପାଇଁ ସୁପାରିଶ୍‌ କଲେ ବିହାର ସରକାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ସରକାର । ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରିଛନ୍ତି । ସୁଶାନ୍ତଙ୍କ ପରିବାର ତରଫରୁ ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଉଥିଲା । ସୁଶାନ୍ତଙ୍କ ପିତା କେ.କେ. ସିଂହ ବିହାର ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାରଙ୍କୁ ଅନୁରୋଧ କରିବା ପରେ ସିବିଆଇ ତଦନ୍ତ ପାଇଁ ସୁପାରିଶ୍‌ କରାଯାଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ୍‌ ଓ ମୁମ୍ବାଇ ପୋଲିସ୍‌ରେ ଲଗାତାର ମତଭେଦ ଦେଖାଯାଉଛି ।

ସୁଶାନ୍ତଙ୍କ ପିତା ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ 6ଜଣଙ୍କ ନାମରେ ବିହାର ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବିହାର ପୋଲିସ୍‌ ମୁମ୍ବାଇ ଯାଇଥିବାବେଳେ ସେଠାରେ ତାଙ୍କୁ ସହଯୋଗ ନ ମିଳୁଥିବାବେଳେ ବିହାରର ଆଇପିଏସ୍‌ ଅଧିକାରୀଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଛି । ସୂଚନାଯୋଗ୍ୟ, ଜୁନ୍‌ 14 ତାରିଖରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । କିନ୍ତୁ ସୁଶାନ୍ତଙ୍କ ପରିବାର ଓ ତାଙ୍କ ପ୍ରଶଂସକମାନେ ଏହାକୁ ହତ୍ୟା ବୋଲି କହି ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ପୂଜାପାଠ ପାଇଁ ନେଇଛନ୍ତି 2 ଲକ୍ଷ 2 ହଜାର ଟଙ୍କା, ଏହିପରି ସୁଶାନ୍ତଙ୍କଠାରୁ କେତେ ଟଙ୍କା ନେଇଛନ୍ତି ରିଆ ଜାଣନ୍ତୁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ଲଗାତାର ଭାବରେ ଯୋଡି ହେଉଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲା ଦାଏର କରି ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଙ୍କ ତରଫରୁ କରାଯାଇଥିବା ଖର୍ଚ୍ଚର ଯାଞ୍ଚ କରୁଛି । ନିକଟରେ ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ ମିଳିଛି । ମିଳିଥିବା ସୂଚନା ଅନୁସାରେ 90 ଦିନ ଭିତରେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଖାତାରୁ 4 .64 କୋଟିରୁ ହ୍ରାସ ହୋଇ ଏବେ 1.4 କୋଟି ରହିଛି।

ପୂଜାପାଠ ପାଇଁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ମାସ ମଧ୍ୟରେ 2 ଲକ୍ଷ 2 ହଜାର ଟଙ୍କା କଢାଯାଇଛି । ଏହି ସମସ୍ତ ପଇସା ପୂଜା ପାଠ ସାମଗ୍ରୀ  ଓ ପଣ୍ଡିତଙ୍କ ଉପରେ ଖର୍ଚ୍ଚ ହୋଇଛି । ତେବେ ଏହାକୁ ନେଇ ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ, ଏହି ସମସ୍ତ ପଇସାରେ ରିଆ ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଉପରେ କଳା ଯାଦୁ ପ୍ରୟୋଗ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ ରିଆ ଚକ୍ରବର୍ତ୍ତୀ ଙ୍କ ନିଜ ଖର୍ଚ୍ଚ ତଥା ତାଙ୍କ ପରିବାର ସଦସ୍ୟଙ୍କ ଖାତାକୁ ଟ୍ରାନ୍ସଫର୍‌ ହୋଇଥିବାର ସୂଚନା ରହିଛି । ଏହା ସମ୍ପର୍କରେ ଏବେ ଯାଞ୍ଚ ଚାଲିଛି ।  ମିଳିଥିବା ଶେଷ ସୂଚନା ଅନୁସରାରେ 2019ମସିହା ଅକ୍ଟୋବର 14 ତାରିଖରେ ସୁଶାନ୍ତଙ୍କ ଆକାଉଣ୍ଟରେ 4.7 କୋଟିରୁ ଅଧିକ ଥିବାବେଳେ  ସେହିଦିନ ରିଆ ଓ ତାଙ୍କ ଭାଇ ଶିବିକଙ୍କ ଏୟାର ଟିକେଟ୍‌ ପାଇଁ ଖାତାକୁ 81 ହଜାର 901 ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା । ସେହିପରି ଅକ୍ଟୋବର 15 ତାରିଖରେ ରିଆ ଓ ତାଙ୍କ ଭାଇଙ୍କ ହୋଟେଲ୍‌ ଖର୍ଚ୍ଚ ପାଇଁ 4.7 ଲକ୍ଷଟଙ୍କା ଟ୍ରାନ୍ସଫର ହୋଇଥିଲା । ସେହିଦିନ ଦିଲ୍ଲୀର ହୋଟେଲ୍‌ ତାଜ୍‌ ହୋଟେଲ୍‌ରେ ରହିବା ପାଇଁ 4.3 ଲକ୍ଷଟଙ୍କା  ରିଆଙ୍କ ଭାଇଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା । ପୁନଶ୍ଚ ଅକ୍ଟୋବର 16 ତାରିଖରେ ରିଆ ଓ ଶୋଭିକ୍‌ଙ୍କ ଟିକେଟ ପାଇଁ 76,000ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା ।  କେବଳ ଏତିକି ନୁହେଁ ନଭେମ୍ବର 14ରେ ରିଆଙ୍କ ନାମରେ 1.5 ଲକ୍ଷ ଟଙ୍କାର ଟ୍ରାନ୍‌ଜାକ୍ସନ୍‌ ହୋଇଥିବାର ସୂଚନା ମିଳିଛି ।

ସେହିପରି 20 ଓ 21 ନଭେମ୍ବରରେ ରିଆଙ୍କ ମେକ୍‌ଅପ୍‌ କିଣିବା ପାଇଁ 75,000ରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ନଭେମ୍ବର 24 ତାରିଖରେ 22 ହଜାର 220 ଟଙ୍କାର କିଛି କିଣାକିଣି କରାଯାଇଛି । (ଏଜେନ୍ସି)

Categories
ବିଶେଷ ଖବର ମନୋରଂଜନ ସିନେମା

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ: ଜୀବନକୁ ଜୀଇଁବାର କଳା ଶିଖାଇଲା ‘ଦିଲ୍‌ ବେଚାରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କର ଶେଷ ଫିଲ୍ମ ’ଦିଲ୍‌ ବେଚେରା’ ଆଜି ରିଲିଜ୍‌ ହୋଇଛି।  ଏହି ଫିଲ୍ମଟି  ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଛି। ଜୀବନକୁ ନୂଆ ଢଙ୍ଗରେ ବଞ୍ଚାଇବା ଶିଖାଇଛି ଏହି ଫିଲ୍ମଟି। ସୁଶାନ୍ତଙ୍କ ଶେଷ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବାବେଳେ ଫିଲ୍ମରେ ଥିବା ଥିମ୍‌ ଟିକେ ତାଙ୍କର ପୂର୍ବ ଫିଲ୍ମ ‘ଛିଚୋର୍‌’ ଫିଲ୍ମ ସହିତ ଟିକେ ସାମଞ୍ଜସ୍ୟ ରହିଛି। ତେବେ ଏହି ଫିଲ୍ମଟିର କାହାଣୀକୁ ଆନନ୍ଦ ଓ ଆଖିୟୋଁ କି ଝର୍‌କୋର କାହାଣୀ ସହ ଟିକେ ସାମଞ୍ଜସ୍ୟ ରହିଛି।

ଦିଲ୍‌ ବେଚାରା ହେଉଛି 2014 ହଲିଉଡ୍‌ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ୍‌ ଆଓ୍ବାର୍‌ ଷ୍ଟାର୍ସ’ର ରିମେକ୍‌। ଫିଲ୍ମର ଟ୍ରେଲର୍‌ଟି ଦର୍ଶକଙ୍କୁ  ବେଶ୍‌ ପସନ୍ଦ ଆସିଥିବାବେଳେ ଫିଲ୍ମଟିକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମଟିରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜାନା ସାଙ୍ଗୀ ନଜର ଆସିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ ଛାବ୍ରା। ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ମୁକ୍ତିଲାଭ କରିଛି।

ମୃତ୍ୟୁ ଓ ପ୍ରେମକୁ ନେଇ ଫିଲ୍ମଟିର ଥିମ୍‌ ପର୍ଯ୍ୟବସିତ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ରହିଥିବାବେଳେ ଏହି ଫିଲ୍ମରେ ଜୀବନକୁ ଜୀଇଁବାର କୌଶଳ ଶିଖାଇଛନ୍ତି ସୁଶାନ୍ତ। ଏହି ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରର ନାମ ମୈନୀ ରହିଥିବାବେଳେ ସେ  ଜଣେ ଦିବ୍ୟାଙ୍ଗର ଚରିତ୍ର ନିଭାଇଛନ୍ତି। ମୈନୀ ଦିବ୍ୟାଙ୍ଗ ହେବା ସତ୍ତ୍ବେ ଜୀବନକୁ ଭରପୂର ଉପଭୋଗ କରୁଥିବାର ନଜର ଆସିଛନ୍ତି। ସେହିପରି ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ନବାଗତା ସଞ୍ଜନା ସାଂଘୀ। ଯିଏକି ଜଣେ ଥାଇରଏଡ୍‌ କ୍ୟାନସରରେ ପୀଡ଼ିତ ବଙ୍ଗାଳୀ ଝିଅ କୀଜେ ବାସୁ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି।  କିଜେ ସର୍ବଦା ନିଜ ସହିତ ଏକ ଅକ୍ସିଜେନ୍‌ ସିଲିଣ୍ଡର ନେଇ ଚାଲୁଥିବାବେଳେ ନିଜ ଜୀବନରେ ସର୍ବଦା ଦୁଃଖୀ ରହୁଥିଲେ। କିନ୍ତୁ ମୈନୀଙ୍କ ସହ କିଜେ ଭେଟ ହେବା ପରେ ତାଙ୍କ ଜୀବନ କିପରି ପରିବର୍ତ୍ତନ ହେଉଛି ତାହା ହେଉଛି ଫିଲ୍ମର କାହାଣୀ। ଜୀବନର କଠିନ ପରିସ୍ଥିତିରେ ବି ସର୍ବଦା ଜୀବନକୁ ଖୁସିରେ ଗ୍ରହଣ କରିବାର ବାର୍ତ୍ତା ଦେଇଛନ୍ତି ସୁଶାନ୍ତ। ଫିଲ୍ମର ମୁଖ୍ୟ ଆକର୍ଷଣ ହେଉଛନ୍ତି ସୁଶାନ୍ତ ଓ ସଞ୍ଜନାଙ୍କ କେମେଷ୍ଟ୍ରି।

ଫିଲ୍ମରେ ଏ ଆର ରହମାନଙ୍କ ସଙ୍ଗୀତ ରହିଥିବାବେଳେ ଫିଲ୍ମର କାହାଣୀଟି ବେଶ୍‌ ବଳିଷ୍ଠ ରହିଛି। ସୁଶାନ୍ତଙ୍କ ଶେଷ ଫିଲ୍ମ ଭାବେ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଫିଲ୍ମଟିରେ କମେଡି, ରୋମାନ୍ସ ଓ ଇମୋସନ୍‌ର ଫୁଲ୍‌ ଡୋଜ୍‌ ରହିଛି। ଫିଲ୍ମର ଶେଷରେ ସୁଶାନ୍ତ ଜୀବନକୁ ଜୀଇଁବାର କଳା ଶିଖାଇ ଏହି ଦୁନିଆରୁ ଅଲ୍‌ବିଦା ନେଇଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ସୁଶାନ୍ତଙ୍କ ମୃତଦେହ। ସେବେଠାରୁ ଏବେ ପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତଦନ୍ତ ହେବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁପରେ ବଲିଉଡ୍‌ରେ ନେପଟୋଜିମ୍କୁ ନେଇ ଏକ ତର୍କ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବହୁ ବଲିଉଡ୍‌ ହସ୍ତୀମାନଙ୍କ ହାତ ରହିଥିବାର ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପ୍ରଶଂସକମାନେ। ଏପରିକି ବହୁ ନାମୀଦାମୀ ବଲିଉଡ ହସ୍ତୀମାନଙ୍କୁ ପୋଲିସ୍‌ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପଚରାଉଚୁରା ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ସୋନାଙ୍କ ପରେ ଆୟୁଷ ଓ ସାକିବ ସଲିମ୍‌ ବି ଛାଡିଲେ ଟୁଇଟର୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ସାରା ଦେଶର ଜନତା ନ୍ୟାୟ ମାଗୁଛି । ସୁଶାନ୍ତଙ୍କ ଫ୍ୟାନ୍ସ ଓ ଅନ୍ୟ ଲୋକମାନେ ବଲିଉଡ୍‌ର ବଡ ଷ୍ଟାର୍‌ ଓ ପ୍ରଡକ୍ସନ ହାଉସ୍‌ ଓ ଡାଇରେକ୍ଟରଙ୍କ ସମେତ ଷ୍ଟାର୍‌ କିଡ୍‌ମାନଙ୍କୁ ସମାଲୋଚନା କରିବା ସହିତ ଟ୍ରୋଲ୍‌ ବି କରୁଛନ୍ତି ।

ଏବେ ଟୁଇଟ୍‌ରରେ ସର୍ବଦା ସୁଶାନ୍ତ ରାଜପୁତ୍‌ଙ୍କ ନାମରେ ହ୍ୟାଜ୍‌ଟ୍ୟାଗ୍‌ ଚାଲୁଛି । ପ୍ରାୟ ୟୁଜର୍ସମାନେ ସୁଶାନ୍ତଙ୍କ ମୃତ୍ୟୁର ନ୍ୟାୟ ଦାବି କରୁଛନ୍ତି । ଏଥିପାଇଁ ଅନ୍ୟ ବଡ ଷ୍ଟାର୍‌ ଓ ଷ୍ଟର୍‌ କିଡ୍‌ମାନଙ୍କୁ ବେଶ୍‌ ଟ୍ରୋଲ୍‌ ହେବାକୁ ପଡୁଛି । ସଲମାନ ଖାନ୍‌, କରଣ ଜୋହର୍‌, ଆଲିଆ ଭଟ୍ଟ ଓ ସୋନମ କପୁର୍‌ ସମେତ ବହୁ ଷ୍ଟାର୍‌ଙ୍କୁ ଟ୍ରୋଲ୍‌ କରାଯାଉଛି । ଏପରି ସମୟରେ ଟୁଇଟ୍‌ରେ ଜରିଆରେ ବ୍ୟାପୁଥିବା ନକାରାତ୍ମକ ବା ବିଲୋମତାର ଦୂରେଇ ରହିବା ପାଇଁ କିଛି ସେଲିବ୍ରିଟ୍‌ମାନେ ଚେଷ୍ଟା କରୁଛନ୍ତି । ଶନିବାର ଦିନ ସୋନାକ୍ଷୀ ସିହ୍ନା ଟୁଇଟ୍‌ର କୁ ଇନ୍‌କ୍ଟାଭିଭ୍‌ କରିବା ନେଇ ଘୋଷଣା କରିଥିଲେ । ସେହିପରି ସଲମାନଙ୍କ ଖାନ୍‌ଙ୍କ ଭିଣୋଇ ତଥା ଅଭିନେତା ଆୟୁଷ୍‌ ଶର୍ମା ଓ ଅଭିନେତା ସାକିବ ସଲିମ୍‌ ମଧ୍ୟ ଟୁଇଟ୍‌ରକୁ ଅଲ୍‌ବିଦା କରିଛନ୍ତି ।

ଆୟୁଷ ଶର୍ମା ନିଜ ଇନ୍‌ଷ୍‌ଟାଗ୍ରାମରେ ଟୁଇଟ୍‌ରରୁ ଅଲ୍‌ବିଦା କରିବା ସହ ଲେଖିଛନ୍ତି ଯେ, ମନୁଷ୍ୟ ଜାତିର ସଂଜ୍ଞା ନିରୂପଣ ପାଇଁ 280 ଶବ୍ଦ ବହୁତ କମ୍‌ ହୋଇ ପାରେ, କିନ୍ତୁ ଏହି 280 ଶବ୍ଦ ଭୁଲ୍‌ ଖବର, ହିଂସା, ଦ୍ବେଷ ତଥା ନକାରାତ୍ମକ ବ୍ୟାପିବାରେ ବେଶ୍‌ ସାହାଯ୍ୟ କରିଥାଏ । ଏପରି ନକାରତ୍ମକତାକୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ଦେଖିବା ପାଇଁ ମୁଁ ଟୁଇଟ୍‌କୁ ଆସିନଥିଲି ବୋଲି କହିଛନ୍ତି ଆୟୁଷ୍‌ ।  ସେହିପରି ଅଭିନେତା ସାକିବ୍‌ ସଲିମ୍‌ ଟୁଇଟ୍‌ର ନାମରେ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସାକିବ ଲେଖିଛନ୍ତି ଯେ- ହାୟ ଟୁଇଟର୍‌, ଯେବେ ଆମେ ପ୍ରଥମ ଥର ସାକ୍ଷାତ କରିଥିବୁ, ସେତେବେଳେ ତୁମେ ବହୁତ୍‌ ସୁନ୍ଦର ଥିଲ । ତୁମ ପାଖରେ ଅନୁଭବକୁ ସେୟାର କରିବା ସହ ଭିନ୍ନ ଭିନ୍ନ କଥା ଜାଣିବା ସହ ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଚିନ୍ତାଧାରା ଜାଣିବାର ଏକ ସୁନ୍ଦର ପ୍ଲାଟଫର୍ମ ତୁମେ ଥିଲ । କିନ୍ତୁ କିଛି ସମୟ ହେବ ତୁମେ କିଛି ଲୋକ ଅନ୍ୟକୁ ଘୃଣା କରିବାର ଜରିଆ ହୋଇଛ । ଏହି ପ୍ଲାଟଫର୍ମରେ ଆମେ ଅନ୍ୟ ଜଣକ ସହ ଯୋଡି ହୋଇଥାଏ । କିନ୍ତୁ ଏବେ ମୋର ଟୁଇଟର ସହ ସମ୍ପର୍କେ ଶେଷ । ଏହି ଦୁନିଆରେ ଆପଣ କିଛି ବି ହୋଇପାରିବେ ।

ସେହିପରି ସୁଶାନ୍ତଙ୍କ ମୃତ୍ୟୁ ପରେ ଅଧିକ ଟ୍ରୋଲ୍‌ ହୋଇଥିବା ସଲମାନ୍‌ ଖାନ୍‌ ମଧ୍ୟ ଅନ୍ୟକୁ କଡା ଜବାବ ଦେଇଛନ୍ତି । ଶନିବାର ରାତିରେ ସଲମାନ୍‌ ଖାନ୍‌ ଟୁଇଟ୍‌ ଜରିଆରେ ଏପରି ଦୁଃଖଦ ସମୟରେ ସୁଶାନ୍ତଙ୍କ ପରିବାର ସହ ପ୍ରଶଂସକମାନେ ରହିବାକୁ ନିବେଦନ କରିଛନ୍ତି । ଖରାପ ଭାଷା ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ସଲମାନ୍‌ ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପଞ୍ଚଭୂତରେ ବିଲୀନ ହେଲେ ସୁଶାନ୍ତ : ଭିଲେପାର୍ଲେରେ ଅନ୍ତିମ ସଂସ୍କାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗତକାଲି ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ଶେଷକୃତ୍ୟ ଆଜି ଭିଲେ ପାର୍ଲେ ସ୍ଥିତ ଶ୍ମସାନରେ ଅନୁଷ୍ଠିତ ହୋଇଛି । ସୋମବାର ଭିଲେପାର୍ଲେରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମାପନ ହୋଇଛି । ସୁଶାନ୍ତଙ୍କ ଅନ୍ତିମ ଦର୍ଶନରେ ପରିବାର ସଦସ୍ୟଙ୍କ ସମେତ ବଲିଉଡ୍‌ର ବିଭିନ୍ନ କଳାକାର ଉପସ୍ଥିତ ଅଛନ୍ତି । ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଶ୍ରଦ୍ଧା କପୁର, କ୍ରିତି ଶାନନ୍‌, ବିବେକ ଓବେରୟ ଏବଂ ମୁକେଶ ଛାବ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ରବିବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ : ଆତ୍ମହତ୍ୟା ସ୍ପଷ୍ଟ କଲେ ଡାକ୍ତର

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ସୋମବାର ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଫାଶୀ ଦେବା କାରଣରୁ ଶ୍ବାସରୁଦ୍ଧ ହୋଇଥିବା ନେଇ ରିପୋର୍ଟ ଆସିଛି । ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇନଥିବା ବେଳେ ଶରୀରରେ ବିଷକ୍ରିୟାର ପ୍ରଭାବ ରହିଛି କି ନାହିଁ ଏହାର ପରୀକ୍ଷଣ ଜାରି ରହିଛି । ମୁମ୍ବାଇର ଡ. ଆରଏନ୍‌ କୁପର ମ୍ୟୁନିସିପାଲ ଜେନେରାଲ୍‌ ହସ୍ପିଟାଲର ଏକ ତିନି ଜଣିଆ ଡାକ୍ତରୀ ଦଳ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜରଙ୍କ ଆତ୍ମହତ୍ୟା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ବରୁଣ ଶର୍ମାଙ୍କ ମ୍ୟାନେଜର ରହିଥିବା ଦିଶା ଶୈଲାନ ଆତ୍ମହତ୍ୟା କରିଛନ୍ତି । ସୋମବାର ମଲାଡ ସ୍ଥିତ ନିଜ ବାସଭବନର 14 ତମ ମହଲା ଉପରୁ ଡେଇଁ ଦିଶା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସୁଶାନ୍ତ ଓ ବରୁଣଙ୍କ ସମେତ ଏକାଧିକ ବଲିଉଡ ଷ୍ଟାର ଦୁଃଖ ପ୍ରକାଶ କରିଛନ୍ତି । ସୁଶାନ୍ତ ଏହି ଘଟଣା ପରେ ନିଜ ଇନ୍‌ଷ୍ଟାଗ୍ରାମରେ ଶୋକ ପ୍ରକାଶ କରିଥିବା ବେଳେ ବରୁଣ ଦିଶାଙ୍କ ସହିତ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଅନ୍ୟାନ୍ୟ ଅଭିନେତ୍ରୀଙ୍କ ମଧ୍ୟରେ ଋଚା ଚଢ୍ଢା, ସୋନାକ୍ଷୀ ସିହ୍ନା, ମୌନୀ ରୟ ଏବଂ ନୁଶରତ୍‌ ଭରୁଚା ପ୍ରମୁଖ ଦୁଃଖ ପକାଶ କରିଥିଲେ । ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଶା ବିଗତ କିଛି ଦିନ ହେବ ମାନସିକ ଦୁସ୍ଥିତି ମଧ୍ୟ ଦେଇ ଗତି କରୁଥିଲେ । ଦିଶାଙ୍କ ବନ୍ଧୁ ମାନଙ୍କୁ ପୋଲିସ୍‌ ପଚରା ଉଚୁରା ଜାରି ରଖିଛି । (ଏଜେନ୍ସି)