ପୂଜାପାଠ ପାଇଁ ନେଇଛନ୍ତି 2 ଲକ୍ଷ 2 ହଜାର ଟଙ୍କା, ଏହିପରି ସୁଶାନ୍ତଙ୍କଠାରୁ କେତେ ଟଙ୍କା ନେଇଛନ୍ତି ରିଆ ଜାଣନ୍ତୁ

Published: Aug 2, 2020, 12:55 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ଲଗାତାର ଭାବରେ ଯୋଡି ହେଉଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲା ଦାଏର କରି ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଙ୍କ ତରଫରୁ କରାଯାଇଥିବା ଖର୍ଚ୍ଚର ଯାଞ୍ଚ କରୁଛି । ନିକଟରେ ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ ମିଳିଛି । ମିଳିଥିବା ସୂଚନା ଅନୁସାରେ 90 ଦିନ ଭିତରେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଖାତାରୁ 4 .64 କୋଟିରୁ ହ୍ରାସ ହୋଇ ଏବେ 1.4 କୋଟି ରହିଛି।

ପୂଜାପାଠ ପାଇଁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ମାସ ମଧ୍ୟରେ 2 ଲକ୍ଷ 2 ହଜାର ଟଙ୍କା କଢାଯାଇଛି । ଏହି ସମସ୍ତ ପଇସା ପୂଜା ପାଠ ସାମଗ୍ରୀ  ଓ ପଣ୍ଡିତଙ୍କ ଉପରେ ଖର୍ଚ୍ଚ ହୋଇଛି । ତେବେ ଏହାକୁ ନେଇ ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ, ଏହି ସମସ୍ତ ପଇସାରେ ରିଆ ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଉପରେ କଳା ଯାଦୁ ପ୍ରୟୋଗ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ ରିଆ ଚକ୍ରବର୍ତ୍ତୀ ଙ୍କ ନିଜ ଖର୍ଚ୍ଚ ତଥା ତାଙ୍କ ପରିବାର ସଦସ୍ୟଙ୍କ ଖାତାକୁ ଟ୍ରାନ୍ସଫର୍‌ ହୋଇଥିବାର ସୂଚନା ରହିଛି । ଏହା ସମ୍ପର୍କରେ ଏବେ ଯାଞ୍ଚ ଚାଲିଛି ।  ମିଳିଥିବା ଶେଷ ସୂଚନା ଅନୁସରାରେ 2019ମସିହା ଅକ୍ଟୋବର 14 ତାରିଖରେ ସୁଶାନ୍ତଙ୍କ ଆକାଉଣ୍ଟରେ 4.7 କୋଟିରୁ ଅଧିକ ଥିବାବେଳେ  ସେହିଦିନ ରିଆ ଓ ତାଙ୍କ ଭାଇ ଶିବିକଙ୍କ ଏୟାର ଟିକେଟ୍‌ ପାଇଁ ଖାତାକୁ 81 ହଜାର 901 ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା । ସେହିପରି ଅକ୍ଟୋବର 15 ତାରିଖରେ ରିଆ ଓ ତାଙ୍କ ଭାଇଙ୍କ ହୋଟେଲ୍‌ ଖର୍ଚ୍ଚ ପାଇଁ 4.7 ଲକ୍ଷଟଙ୍କା ଟ୍ରାନ୍ସଫର ହୋଇଥିଲା । ସେହିଦିନ ଦିଲ୍ଲୀର ହୋଟେଲ୍‌ ତାଜ୍‌ ହୋଟେଲ୍‌ରେ ରହିବା ପାଇଁ 4.3 ଲକ୍ଷଟଙ୍କା  ରିଆଙ୍କ ଭାଇଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା । ପୁନଶ୍ଚ ଅକ୍ଟୋବର 16 ତାରିଖରେ ରିଆ ଓ ଶୋଭିକ୍‌ଙ୍କ ଟିକେଟ ପାଇଁ 76,000ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା ।  କେବଳ ଏତିକି ନୁହେଁ ନଭେମ୍ବର 14ରେ ରିଆଙ୍କ ନାମରେ 1.5 ଲକ୍ଷ ଟଙ୍କାର ଟ୍ରାନ୍‌ଜାକ୍ସନ୍‌ ହୋଇଥିବାର ସୂଚନା ମିଳିଛି ।

ସେହିପରି 20 ଓ 21 ନଭେମ୍ବରରେ ରିଆଙ୍କ ମେକ୍‌ଅପ୍‌ କିଣିବା ପାଇଁ 75,000ରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ନଭେମ୍ବର 24 ତାରିଖରେ 22 ହଜାର 220 ଟଙ୍କାର କିଛି କିଣାକିଣି କରାଯାଇଛି । (ଏଜେନ୍ସି)

Related posts