Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂଜାପାଠ ପାଇଁ ନେଇଛନ୍ତି 2 ଲକ୍ଷ 2 ହଜାର ଟଙ୍କା, ଏହିପରି ସୁଶାନ୍ତଙ୍କଠାରୁ କେତେ ଟଙ୍କା ନେଇଛନ୍ତି ରିଆ ଜାଣନ୍ତୁ
ଆଜିର ଖବର

ପୂଜାପାଠ ପାଇଁ ନେଇଛନ୍ତି 2 ଲକ୍ଷ 2 ହଜାର ଟଙ୍କା, ଏହିପରି ସୁଶାନ୍ତଙ୍କଠାରୁ କେତେ ଟଙ୍କା ନେଇଛନ୍ତି ରିଆ ଜାଣନ୍ତୁ

August 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ଲଗାତାର ଭାବରେ ଯୋଡି ହେଉଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲା ଦାଏର କରି ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଙ୍କ ତରଫରୁ କରାଯାଇଥିବା ଖର୍ଚ୍ଚର ଯାଞ୍ଚ କରୁଛି । ନିକଟରେ ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ ମିଳିଛି । ମିଳିଥିବା ସୂଚନା ଅନୁସାରେ 90 ଦିନ ଭିତରେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଖାତାରୁ 4 .64 କୋଟିରୁ ହ୍ରାସ ହୋଇ ଏବେ 1.4 କୋଟି ରହିଛି।

ପୂଜାପାଠ ପାଇଁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ମାସ ମଧ୍ୟରେ 2 ଲକ୍ଷ 2 ହଜାର ଟଙ୍କା କଢାଯାଇଛି । ଏହି ସମସ୍ତ ପଇସା ପୂଜା ପାଠ ସାମଗ୍ରୀ  ଓ ପଣ୍ଡିତଙ୍କ ଉପରେ ଖର୍ଚ୍ଚ ହୋଇଛି । ତେବେ ଏହାକୁ ନେଇ ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ, ଏହି ସମସ୍ତ ପଇସାରେ ରିଆ ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଉପରେ କଳା ଯାଦୁ ପ୍ରୟୋଗ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ ରିଆ ଚକ୍ରବର୍ତ୍ତୀ ଙ୍କ ନିଜ ଖର୍ଚ୍ଚ ତଥା ତାଙ୍କ ପରିବାର ସଦସ୍ୟଙ୍କ ଖାତାକୁ ଟ୍ରାନ୍ସଫର୍‌ ହୋଇଥିବାର ସୂଚନା ରହିଛି । ଏହା ସମ୍ପର୍କରେ ଏବେ ଯାଞ୍ଚ ଚାଲିଛି ।  ମିଳିଥିବା ଶେଷ ସୂଚନା ଅନୁସରାରେ 2019ମସିହା ଅକ୍ଟୋବର 14 ତାରିଖରେ ସୁଶାନ୍ତଙ୍କ ଆକାଉଣ୍ଟରେ 4.7 କୋଟିରୁ ଅଧିକ ଥିବାବେଳେ  ସେହିଦିନ ରିଆ ଓ ତାଙ୍କ ଭାଇ ଶିବିକଙ୍କ ଏୟାର ଟିକେଟ୍‌ ପାଇଁ ଖାତାକୁ 81 ହଜାର 901 ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା । ସେହିପରି ଅକ୍ଟୋବର 15 ତାରିଖରେ ରିଆ ଓ ତାଙ୍କ ଭାଇଙ୍କ ହୋଟେଲ୍‌ ଖର୍ଚ୍ଚ ପାଇଁ 4.7 ଲକ୍ଷଟଙ୍କା ଟ୍ରାନ୍ସଫର ହୋଇଥିଲା । ସେହିଦିନ ଦିଲ୍ଲୀର ହୋଟେଲ୍‌ ତାଜ୍‌ ହୋଟେଲ୍‌ରେ ରହିବା ପାଇଁ 4.3 ଲକ୍ଷଟଙ୍କା  ରିଆଙ୍କ ଭାଇଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା । ପୁନଶ୍ଚ ଅକ୍ଟୋବର 16 ତାରିଖରେ ରିଆ ଓ ଶୋଭିକ୍‌ଙ୍କ ଟିକେଟ ପାଇଁ 76,000ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା ।  କେବଳ ଏତିକି ନୁହେଁ ନଭେମ୍ବର 14ରେ ରିଆଙ୍କ ନାମରେ 1.5 ଲକ୍ଷ ଟଙ୍କାର ଟ୍ରାନ୍‌ଜାକ୍ସନ୍‌ ହୋଇଥିବାର ସୂଚନା ମିଳିଛି ।

ସେହିପରି 20 ଓ 21 ନଭେମ୍ବରରେ ରିଆଙ୍କ ମେକ୍‌ଅପ୍‌ କିଣିବା ପାଇଁ 75,000ରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ନଭେମ୍ବର 24 ତାରିଖରେ 22 ହଜାର 220 ଟଙ୍କାର କିଛି କିଣାକିଣି କରାଯାଇଛି । (ଏଜେନ୍ସି)

sushantsinghrajput
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.