Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ: ଜୀବନକୁ ଜୀଇଁବାର କଳା ଶିଖାଇଲା ‘ଦିଲ୍‌ ବେଚାରା’
ବିଶେଷ ଖବର

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ: ଜୀବନକୁ ଜୀଇଁବାର କଳା ଶିଖାଇଲା ‘ଦିଲ୍‌ ବେଚାରା’

July 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କର ଶେଷ ଫିଲ୍ମ ’ଦିଲ୍‌ ବେଚେରା’ ଆଜି ରିଲିଜ୍‌ ହୋଇଛି।  ଏହି ଫିଲ୍ମଟି  ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଛି। ଜୀବନକୁ ନୂଆ ଢଙ୍ଗରେ ବଞ୍ଚାଇବା ଶିଖାଇଛି ଏହି ଫିଲ୍ମଟି। ସୁଶାନ୍ତଙ୍କ ଶେଷ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବାବେଳେ ଫିଲ୍ମରେ ଥିବା ଥିମ୍‌ ଟିକେ ତାଙ୍କର ପୂର୍ବ ଫିଲ୍ମ ‘ଛିଚୋର୍‌’ ଫିଲ୍ମ ସହିତ ଟିକେ ସାମଞ୍ଜସ୍ୟ ରହିଛି। ତେବେ ଏହି ଫିଲ୍ମଟିର କାହାଣୀକୁ ଆନନ୍ଦ ଓ ଆଖିୟୋଁ କି ଝର୍‌କୋର କାହାଣୀ ସହ ଟିକେ ସାମଞ୍ଜସ୍ୟ ରହିଛି।

ଦିଲ୍‌ ବେଚାରା ହେଉଛି 2014 ହଲିଉଡ୍‌ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ୍‌ ଆଓ୍ବାର୍‌ ଷ୍ଟାର୍ସ’ର ରିମେକ୍‌। ଫିଲ୍ମର ଟ୍ରେଲର୍‌ଟି ଦର୍ଶକଙ୍କୁ  ବେଶ୍‌ ପସନ୍ଦ ଆସିଥିବାବେଳେ ଫିଲ୍ମଟିକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମଟିରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜାନା ସାଙ୍ଗୀ ନଜର ଆସିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ ଛାବ୍ରା। ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ମୁକ୍ତିଲାଭ କରିଛି।

ମୃତ୍ୟୁ ଓ ପ୍ରେମକୁ ନେଇ ଫିଲ୍ମଟିର ଥିମ୍‌ ପର୍ଯ୍ୟବସିତ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ରହିଥିବାବେଳେ ଏହି ଫିଲ୍ମରେ ଜୀବନକୁ ଜୀଇଁବାର କୌଶଳ ଶିଖାଇଛନ୍ତି ସୁଶାନ୍ତ। ଏହି ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରର ନାମ ମୈନୀ ରହିଥିବାବେଳେ ସେ  ଜଣେ ଦିବ୍ୟାଙ୍ଗର ଚରିତ୍ର ନିଭାଇଛନ୍ତି। ମୈନୀ ଦିବ୍ୟାଙ୍ଗ ହେବା ସତ୍ତ୍ବେ ଜୀବନକୁ ଭରପୂର ଉପଭୋଗ କରୁଥିବାର ନଜର ଆସିଛନ୍ତି। ସେହିପରି ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ନବାଗତା ସଞ୍ଜନା ସାଂଘୀ। ଯିଏକି ଜଣେ ଥାଇରଏଡ୍‌ କ୍ୟାନସରରେ ପୀଡ଼ିତ ବଙ୍ଗାଳୀ ଝିଅ କୀଜେ ବାସୁ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି।  କିଜେ ସର୍ବଦା ନିଜ ସହିତ ଏକ ଅକ୍ସିଜେନ୍‌ ସିଲିଣ୍ଡର ନେଇ ଚାଲୁଥିବାବେଳେ ନିଜ ଜୀବନରେ ସର୍ବଦା ଦୁଃଖୀ ରହୁଥିଲେ। କିନ୍ତୁ ମୈନୀଙ୍କ ସହ କିଜେ ଭେଟ ହେବା ପରେ ତାଙ୍କ ଜୀବନ କିପରି ପରିବର୍ତ୍ତନ ହେଉଛି ତାହା ହେଉଛି ଫିଲ୍ମର କାହାଣୀ। ଜୀବନର କଠିନ ପରିସ୍ଥିତିରେ ବି ସର୍ବଦା ଜୀବନକୁ ଖୁସିରେ ଗ୍ରହଣ କରିବାର ବାର୍ତ୍ତା ଦେଇଛନ୍ତି ସୁଶାନ୍ତ। ଫିଲ୍ମର ମୁଖ୍ୟ ଆକର୍ଷଣ ହେଉଛନ୍ତି ସୁଶାନ୍ତ ଓ ସଞ୍ଜନାଙ୍କ କେମେଷ୍ଟ୍ରି।

ଫିଲ୍ମରେ ଏ ଆର ରହମାନଙ୍କ ସଙ୍ଗୀତ ରହିଥିବାବେଳେ ଫିଲ୍ମର କାହାଣୀଟି ବେଶ୍‌ ବଳିଷ୍ଠ ରହିଛି। ସୁଶାନ୍ତଙ୍କ ଶେଷ ଫିଲ୍ମ ଭାବେ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଫିଲ୍ମଟିରେ କମେଡି, ରୋମାନ୍ସ ଓ ଇମୋସନ୍‌ର ଫୁଲ୍‌ ଡୋଜ୍‌ ରହିଛି। ଫିଲ୍ମର ଶେଷରେ ସୁଶାନ୍ତ ଜୀବନକୁ ଜୀଇଁବାର କଳା ଶିଖାଇ ଏହି ଦୁନିଆରୁ ଅଲ୍‌ବିଦା ନେଇଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ସୁଶାନ୍ତଙ୍କ ମୃତଦେହ। ସେବେଠାରୁ ଏବେ ପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତଦନ୍ତ ହେବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁପରେ ବଲିଉଡ୍‌ରେ ନେପଟୋଜିମ୍କୁ ନେଇ ଏକ ତର୍କ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବହୁ ବଲିଉଡ୍‌ ହସ୍ତୀମାନଙ୍କ ହାତ ରହିଥିବାର ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପ୍ରଶଂସକମାନେ। ଏପରିକି ବହୁ ନାମୀଦାମୀ ବଲିଉଡ ହସ୍ତୀମାନଙ୍କୁ ପୋଲିସ୍‌ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପଚରାଉଚୁରା ଜାରି ରଖିଛି।

sushantsinghrajput
Share. Facebook Twitter LinkedIn Email WhatsApp Copy Link

Related Posts

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026
Latest News

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.