
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମରେ ପୁଣି ୨୨୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ସଂକ୍ରମିତ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁହାର କମୁନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କରେ ସଂକମ୍ରିତ ଅଧିକ ଚିହ୍ନଟ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମ୍ ରହିଛି। ଗଂଜାମରେ ମୃତ୍ୟୁସଂଖ୍ୟା ସାରା ରାଜ୍ୟ ତୁଳନାରେ ପ୍ରାୟ ଅଧା କହିଲେ କିଛି ଭୁଲ୍ ହେବନି। ଆଜି ଜଣେ ୫୭ ବର୍ଷ ବୟସ୍କା ମହିଳା, ୪୮ ବର୍ଷୀୟ ବ୍ୟକ୍ତି, ୮୨ ବର୍ଷୀୟ ବୃଦ୍ଧ ଏବଂ ୬୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନୂତନ ସଂକ୍ରମିତ ମଧ୍ୟରେ ଭଂଜନଗରରୁ ୬, ଜଗନ୍ନାଥପ୍ରସାଦରୁ ୮, ବେଲଗୁଣ୍ଠାରୁ ୯, ବୁଗୁଡ଼ାରୁ ୩, ସୋରଡ଼ାରୁ ୪, ଆସିକାରୁ ୧୩, ପୋଲସରାରୁ ୮, ବେଗୁନିଆପଡ଼ାରୁ ୧୨, ଖଲିକୋଟରୁ ୭, ଗଂଜାମରୁ ୯, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୧୧, କୁକୁଡ଼ାଖଣ୍ଡିରୁ ୩, ହିଂଜିଳିକାଟରୁ ୨, ଶେରଗଡ଼ରୁ ୧, କବିସୂର୍ଯ୍ୟନଗରରୁ ୫, ଧରାକୋଟରୁ ୪, ସାନଖେମୁଣ୍ଡିରୁ ୬, ଦିଗପହଣ୍ଡିରୁ ୮, ଚିକିଟିରୁ ୨୦, ପାତ୍ରପୁରୁରୁ ବ୍ଲକ୍ରୁ ୯ ଏବଂ ବ୍ରହ୍ମପୁର ମହାନଗର ନିଗମରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୫୭୨୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ୨୧୫୦ ଆକ୍ଟିଭ୍ ମାମଲା ରହିଛି। ୧୩୪୦୮ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୬୬ ରହିଛି। ବର୍ତ୍ତମାନ ସୁଦ୍ଧା ଗଂଜାମରେ ୧ ଲକ୍ଷ ୪୨ହଜାର ୨୫୧ ଟି ଟେଷ୍ଟ ହୋଇଥିବାବେଳେ ଆଜି ୯୦୫୦ ଟି ଟେଷ୍ଟ ହୋଇଛି।