Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ସଂପୂର୍ଣ୍ଣ ନିୟନ୍ତ୍ରଣରେ: ୫ ମାସ ପରେ ପ୍ରଥମଥର ପାଇଁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ
ଆଜିର ଖବର

ଗଂଜାମ ସଂପୂର୍ଣ୍ଣ ନିୟନ୍ତ୍ରଣରେ: ୫ ମାସ ପରେ ପ୍ରଥମଥର ପାଇଁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ

August 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲା କରୋନା ସଂକ୍ରମଣରେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ ହେଉଥିଲେ ମଧ୍ୟ ଆଉ ସଂକ୍ରମଣ ଚିହ୍ନଟ ହେଉନାହିଁ। ଗତ ୪ ଦିନର ହିସାବକୁ ଦେଖିଲେ ୨୪୩, ୨୪୬, ୨୪୨ ଏଭଳି ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ଗତ ମାସର ସର୍ବନିମ୍ନ ସ୍ତରରେ ୧୬୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି।

ସୋମବାରଠାରୁ ୫ ମାସ ପରେ ପ୍ରଥମ ଥର ପାଇଁ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାବାସୀଙ୍କ ସଂଯମତା ଏବଂ ଅଧିକାରୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏଭଳି ଗ୍ରାଫ୍ ହ୍ରାସ ପାଇଛି। ତେଣୁ ଆଗକୁ ମଧ୍ୟ ଲୋକେ ସତର୍କ ହୋଇ କରୋନାର ସମସ୍ତ ନିୟମ ମାନିଲେ ଏହି ସଂଖ୍ୟା ଶୂନରେ ପହଞ୍ଚିବ ବୋଲି କହିଥିଲେ। ତେଣୁ ଗଂଜାମରେ “ଜିରୋ ଆକ୍ଟିଭ୍ କେସ” ଆରମ୍ଭ କରାଗଲା ବୋଲି କହିଥିଲେ। ସେ ପୁଣି କହିଥିଲେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି। ସବୁସ୍ଥାନରେ ଟେଷ୍ଟି ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଲକ୍ଷଣ ଦେଖାଦେଲେ ସଂଗେ ସଂଗେ ପରୀକ୍ଷା କରିବାକୁ କୁହାଯାଇଛି।

ବର୍ତ୍ତମାନ ଗଂଜାମରେ ୧୫୮୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ ମାତ୍ର ୧୯୩୫ ଆକ୍ଟିଭ୍ କେସ ରହିଛି। ଜିଲ୍ଲାର ସୁସ୍ଥତା ହାର ୮୭ ପ୍ରତିଶତ। ଗତ ସପ୍ତାହ ମଧ୍ୟରେ ଦୁଇଟି ବ୍ଲକ୍‌ରୁ କୌଣସି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ। ସପ୍ତାହନ୍ତ ସଟ୍‌ଡ଼ାଉନ୍ ଜାରି ରହିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଥିଲେ। ବ୍ରହ୍ମପୁରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟବସାୟୀ ରହିଛନ୍ତି। କୌଣସି ଦୋକାନୀ କରୋନା ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣେଶ ପୂଜାକୁ ବାରଣ କରାଯାଇଛି ତେଣୁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇପାରିବ ନାହିଁ। ତେଣୁ ସମସ୍ତେ ସାମାଜିକ ଦୂରତା, ମାସ୍କ ପିନ୍ଧି, ପଞ୍ଚସୂତ୍ର ନିୟମ ପାଳନ କରିଲେ ଆଉ ଅଳ୍ପ ଦିନ ମଧ୍ୟରେ ଗଂଜାମରେ କରୋନା ମୁକ୍ତ ହୋଇଯିବ ବୋଲି ଅଧିକାରୀମାନେ କହିଥିଲେ।

କରୋନା ସଂକ୍ରମଣ ଗଂଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.