Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଜଙ୍ଗଲ ବିଭାଗ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ
ଆଜିର ଖବର

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଜଙ୍ଗଲ ବିଭାଗ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ

August 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଜଙ୍ଗଲ ବିଭାଗ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ

ଭୁବନେଶ୍ୱର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବ। ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ଏସବୁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ୭୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା।

ଚାରା ରୋପଣ, ଚାରା ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାଶ୍ୱର୍ରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନ ପ୍ରକଳ୍ପଗୁଡ଼ିକୁ ନରେଗା କମିଟି ମଞ୍ଜୁରୀ ପ୍ରଦାନ କରିଥାଏ । ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଉଛି ।

ଚଳିତ ବର୍ଷ ଏହି ଯୋଜନାରେ ରାଜ୍ୟର ୪୦ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ଓ ୫ ହଜାର ଧାଡ଼ି କିଲୋମିଟର ବୃକ୍ଷ ରୋପଣ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଛଡ଼ା ସମସ୍ତ ହିତାଧିକାରୀମାନଙ୍କୁ ୩ କୋଟି ୫୦ ଲକ୍ଷ ସଂଖ୍ୟକ ଚାରା ବଣ୍ଟନ କରାଯିବ।

ଅଗଷ୍ଟ ୧୫, ୨୦୨୦ ସୁଦ୍ଧା ରାଜ୍ୟରେ ୧୭ ହଜାର ୩୪୦ ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ, ୨ ହଜାର ୬୮୭ ଧାଡ଼ି କିଲୋମିଟର ବୃକ୍ଷ ରୋପଣ
ଏବଂ ୫୮ ଲକ୍ଷ ଚାରା ବଣ୍ଟନ କାଯ୍ୟ ସମାପ୍ତ ହୋଇ ସାରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026
Latest News

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026

ହଟିବ ଏନଏଚ ପାର୍ଶ୍ଵରେ ଥିବା ବେଆଇନ ଢାବା ଓ ଦୋକାନ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.