ବ୍ରହ୍ମାସ୍ତ୍ରରେ ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ ମୌନୀ

Published: Mar 19, 2019, 1:48 pm IST

ଆୟନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁର୍‌ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ରେ ନେଗେଟିଭ୍‌ ଭୂମିକାରେ ନଜର ଆସିବେ ଟେଲି କ୍ବିନ୍‌ ମୌନୀ ରାୟ। ତେବେ ଏହି ରୋଲ୍‌କୁ ନେଇ ସେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ୩୩ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିବାବେଳେ ତାଙ୍କ ହାତରେ ରହିଛି ଅନେକ ଫିଲ୍ମ। ବ୍ରହ୍ମାସ୍ତ୍ରରେ ଅଭିନୟ କରୁଥିବା ରୋଲ୍‌ଟି ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି। ନିର୍ଦ୍ଦେଶକ ଆୟନ ମୁର୍ଖାଜୀ ନାଗିନୀ୍‌ ଧାରାବାହିକରେ ମୌନୀଙ୍କ ଅଭିନୟ ଦେଖି ତାଙ୍କୁ ଏହି ରୋଲ୍‌ର ଅଫର୍‌ ଦେଇଥିବା ସେ କହିଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍‌ ଜୋହର୍‌। ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ। ମୌନୀ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୀତ ‘ର – ରୋମିଓ ଆକବର ଓ୍ବାଲଟର୍‌’ରେ ନଜର ମଧ୍ୟ ଆସିବେ। ଏହି ଫିଲ୍ମଟି ଏପ୍ରିଲ୍‌ ୫ ତାରିଖରେ ରିଲିଜ୍‌ ହେବ। ସେହିପରି ରାଜକୁମାର ରାଓଙ୍କ ସହ ‘ମେଡ ଇନ୍‌ ଚାଇନା’, ନଓ୍ବାଜଉଦ୍ଦିନ ସିଦ୍ଧିକଙ୍କ ସହ ‘ବୋଲେଚୁଡିଆଁ’ରେ ମଧ୍ୟ ମୌନୀ ନଜର ଆସିବେ।

 

Related posts