ଜଗତସିଂହପୁର ଜିଲ୍ଲାରୁ ଆଜି ଚିହ୍ନଟ ହେଲେ ୪୮, ସୁସ୍ଥ ହେଲେ ୧୫ ଜଣ କରୋନା ଆକ୍ରାନ୍ତ

Published: Aug 22, 2020, 10:01 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୫ ଜଣ। ଏଥିସହିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୮୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୩୫୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୫ଜଣ, ନାଉଗାଁ ବ୍ଲକରୁ ୭ଜଣ, ରଘୁନାଥପୁର ବ୍ଲକରୁ ୬ଜଣ, କୁଜଙ୍ଗ ବ୍ଲକରୁ ୧୪ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ଜଗତସିଂହପୁର ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Related posts