
ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡା ଅଞ୍ଚଳର ଜରିପଡା ପଞ୍ଚାୟତ ଦାଣ୍ଡ ସାହିରେ ଘଟିଛି ଏକ ଅଘଟଣ। ପୋଖରୀ ରେ ବୁଡି ଚନ୍ଦ୍ରକାନ୍ତ ସାହୁ(୧୮) ଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିବା ସୂଚନା। ଖବର ପାଇ ଟାଙ୍ଗି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ଗାଁ ଲୋକଙ୍କ ସାହାଯ୍ୟର ଉଦ୍ଧାର ହେଲା ଚନ୍ଦ୍ରକାନ୍ତଙ୍କ ମୃତ ଦେହ। ଉଦ୍ଧାର ପରେ ପରିବାର ଲୋକେ ଯୁବକଙ୍କୁ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଙ୍ଗି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।