Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଗଂଜାମରେ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନବଜାର
ଆଜିର ଖବର

ଆଜିଠାରୁ ଗଂଜାମରେ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନବଜାର

August 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ବିଗତ ପାଞ୍ଚମାସ ହେଲା ଗଂଜାମ ଜିଲ୍ଲାରେ ଲଗାତାର ଲକ୍‌ଡ଼ାଉନ୍‌, ସଟ୍‌ଡ଼ାଉନ୍ ଚାଲିଥିବାରୁ ବ୍ୟବସାୟ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ କଟକଣା ଲଗାଯାଇ ଅତି ଅଳ୍ପ ସମୟ ପାଇଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯଉଥିଲା। କିଛି ସ୍ଥାନରେ ମଲ୍ ଏବଂ ବଡ଼ ବଡ଼ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଫଳରେ ବ୍ୟବସାୟୀମାନେ ନାହିଁନଥିବା କ୍ଷତି ସହୁଥିଲେ।

କିଛି ଦିନ ହେଲା ଗଂଜାମରେ କରୋନା ସଂକ୍ରମଣ ସଂଖ୍ୟା କମ୍ ରହୁଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ସମୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛି। ଯାହାଫଳରେ ଆଜିଠାରୁ ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାଯାଇପାରିବ। ଦୋକାନଗୁଡ଼ିକରେ ଜିଲ୍ଲାପାଳଙ୍କ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ, ଡ଼ବଲ୍ ବ୍ୟାରିକେଡ଼୍ ନିର୍ମାଣ, ଗ୍ଲୋବସ୍ ପରିଧାନ, କଣ୍ଟ୍ରାକ୍ଟ ଡ଼ାଇରି ଇତ୍ୟାଦି ରଖାଯାଇ ଦୋକାନଗୁଡ଼ିକ ଖୋଲାଯାଇପାରିବ। ଯଦି ଏହି ନିୟମ ଉଲ୍ଲଂଘନ କରାଯାଏ ତେବେ ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ସହ ଚଳିତମାସ ସପ୍ତାହନ୍ତରେ ଯେଉଁଭଳି ସାପ୍ତାହିକ ସଟ୍‌ଡ଼ାଉନ୍ ରହିଛି ତଥା ଶନିବାର ଏବଂ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ପୂର୍ବରୁ ବ୍ରହ୍ମପୁର ସହରକୁ ଆସିବା ପାଇଁ ଯେଉଁ କଟକଣା ରହିଥିଲା ତାହା ମଧ୍ୟ ଉଠାଇ ଦିଆଯଇଛି। ଫଳରେ ଗଂଜାମ ଜିଲ୍ଲାରେ ଯେଉଁସ୍ଥାନରୁ ମଧ୍ୟ ବ୍ରହ୍ମପୁର ସହରକୁ ଜନସାଧାରଣ ଯିବା ଆସିବା କରିପାରିବେ। ସୂଚନାଯୋଗ୍ୟ ଜିଲ୍ଲାପାଳ ଏବଂ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ବଳିଷ୍ଠ ନେତୃତ୍ୱରେ ଫଳରେ ଗଂଜାମରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଏହାସହ ଜନସାଧାରଣଙ୍କ ନିୟମ ମାନିବାର ଯେଉଁ ଅଭ୍ୟାସ ତାହାର ସୁଫଳ ମିଳିଛି ବୋଲି କମିଶନର ଶ୍ରୀ ରାଠୋର ସୂଚନା ଦେଇଛନ୍ତି। ଏଭଳି ଯଦି ଜନସାଧାରଣ କରୋନାର ସମସ୍ତ ନିୟମ ମାନି ଚଳନ୍ତି ତେବେ ଗଂଜାମରେ “ଜିରୋ ଆକ୍ଟିଭ୍ କେସ”ର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ବ୍ରହ୍ମପୁର ସହର ଗଂଜାମର ପ୍ରମୁଖ ସହର ତଥା ଏହି ସହର ଉପରେ ଗଂଜାମର ବିଭିନ୍ନ ସ୍ଥାନର ଲୋକେ ନିର୍ଭର କରିଥାନ୍ତି। ତେଣୁ ବ୍ରହ୍ମପୁରକୁ ଆସିବାକୁ କଟକଣା ଥିବାରୁ ବହୁ ଲୋକ ହଇରାଣ ହେଉଥିଲେ। ଏହି କଟକଣା ଉଠିବା ଯୋଗୁଁ ବ୍ୟବସାୟୀ, ଦିନ ମଜୁରିଆ ଏବଂ ଅନ୍ୟମାନେ ଉପକୃତ ହୋଇପାରିବେ।

ଗଂଜାମ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.