Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧୀଙ୍କୁ ତାରାତାରିଣୀ ଭୋଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।

କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ ।
ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ
ଜିଲ୍ଲା ପାଳ କ୍ଷମତା ଦେଇ ଥିଲେ । ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ । ପରିସ୍ଥିତି ରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲା ରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।

Categories
ଫଟୋ ଖବର

ଗଂଜାମ ଜିଲ୍ଲାରେ ସ୍ଥାପିତ ହୋଇଥିବା ସର୍ବବୃହତ ବିଶ୍ବରୂପ ପ୍ରତିମୂର୍ତ୍ତିକୁ ଦେଖି ଭକ୍ତ ହେଉଛି ବିମୋହିତ

ଗଂଜାମ ଜିଲ୍ଲାର ଛତ୍ରପୁରଠାରେ ଥିବା ବିଶେଶ୍ବରାୟ ମନ୍ଦିରରେ ଭକ୍ତଙ୍କୁ ଟାଣି ଆଣୁଛି ଏହି ବୃହତ ବିଶ୍ବରୂପ ପ୍ରତିମୂର୍ତ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗର ମିଳିତ ଚଢାଉ: ୧୫ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଗଂଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଂଜାମରେ ଚାଲିଥିବା ମଦ ବିରୋଧୀ ଅଭିଯାନ ଜାରି ରହିଛି। ଆଜି ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ମିଳିତ ସହଯୋଗରେ ବଡ଼ଗଡ଼ ଥାନା ଅଂଚଳ ଚିକିଟି ଏବଂ ରାଜପୁରରେ ସୋରଡ଼ା ଅତିରିକ୍ତ ତହସିଲ୍‌ଦାର ଏବଂ ଆସିକା ଥାନା, ଅବକାରୀ ଥାନା, ଅବକାରୀ ବିଭାଗର କମର୍ଚାରୀଙ୍କ ତତ୍ତ୍ୱାବଧାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ୧୫୪ ଲିଟର ବେଆଇନ ମଦ ଜବତ ହୋଇଥିବା ଅବକାରୀ ବିଭାଗ ଏସ୍‌ପି ଶ୍ରୀ ବୋତ୍ରା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଛି।

Categories
ଆଞ୍ଚଳିକ

ଜନସାଧାରଣଙ୍କୁ ସେବା ଯୋଗାଇଦେବା ସରକାରଙ୍କ ମୂଳ ଆଭିମୁଖ୍ୟ: ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭିସି ଜରିଆରେ ଗଂଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲ୍‌ଦାରଙ୍କୁ ଜଣାଇଥିଲେ ଯେ ରାଜସ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାମାନ ଅବିଳମ୍ବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରି ହିତାଧିକାରୀଙ୍କୁ ସେବା ଯୋଗାଇଦେଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏ ଦିଗରେ ସମସ୍ତ ତହସିଲ୍ କାର୍ଯ୍ୟାଳୟ ତତ୍ପରତା ସହ କାର୍ଯ୍ୟ କରନ୍ତୁ। ଗ୍ରାମକଣ୍ଟକ, ପରମଭୋଗ, ଓଡ଼ିଶା ଜନସେବା କାର୍ଯ୍ୟ ଅଧିକାରୀ, ବସୁନ୍ଧରା ଯୋଜନା ଇତ୍ୟାଦି ସଂପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ସଂସ୍ଥାକୁ ଡ଼କାଯାଇ ଉପଜିଲ୍ଲାପାଳଙ୍କ ସୂତ୍ରରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖଣିଜ ପଦାର୍ଥର ରକ୍ଷଣାବେକ୍ଷଣ ପ୍ରଶାସନ ଦାୟିତ୍ୱ। ଖଣିଜ ଦ୍ରବ୍ୟ ସମ୍ପଦ ଚୋରିକୁ ରୋକିବା ସକାଶେ ନିଲାମ ପ୍ରକ୍ରିୟା ଜାରି ହେବା ଉଚିତ। ଚୋରକୁ ସମର୍ଥନ ନକରି ଚୋରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଗଲେ ଚୋରି ହେବ ନାହିଁ। ଏଣିକି ଯଦି ଚୋରି ହୁଏ ତେବେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ୍‌ଦାରଙ୍କୁ ଦାୟୀ କରାଯିବ। ସଟେଲ୍ ବା ସମାଧାନ ହୋଇନଥିବା ସୈରାତ ଉତ୍ସଗୁଡ଼ିକର ସଂପୂର୍ଣ୍ଣ ତଥ୍ୟ ସହିତ ଫଟୋ ଉଠାଇ ରଖିବା ସହିତ ପ୍ରତି ୧୫ ଦିନ ଅନ୍ତରରେ ତା’ର ତଥ୍ୟ ପ୍ରଦାନ କରିବା ସହିତ ସେଗୁଡ଼ିକ ପରିଦର୍ଶନ କରି ନଜର ରଖନ୍ତୁ।

ଜାତୀୟ ରାଜପଥ, ବ୍ଲକ୍‌ସ୍ତରୀୟ ଉନ୍ନୟନ କାର୍ଯ୍ୟ ସକାଶେ ଆବଶ୍ୟକ ପଡ଼ୁଥିବା ମାଟି, ପଥର, ବାଲି ଇତ୍ୟାଦି ଆଗ୍ରହ ପ୍ରକାଶ କରି ଯୋଗାଇଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସରକାରୀ ଜମିଗୁଡ଼ିକର ଲିଜ୍ ପ୍ରୋସେସ କାର୍ଯ୍ୟ ସଂଚାଳନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ସରକାରୀ ସଂସ୍ଥାର ଉନ୍ନୟନ କାର୍ଯ୍ୟ ଦିଗରେ ଜମି ପ୍ରଦାନ କାର୍ଯ୍ୟ ବିଳମ୍ବ କରନ୍ତୁ ନାହିଁ। ଗ୍ରାମ୍ୟ କଣ୍ଟକ ପରମଭୋଗ କାର୍ଯ୍ୟରେ ରାଜସ୍ୱ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ପ୍ରଦାନ କରନ୍ତୁ। କରୋନା କଟକଣା ମାନି ମେଳା ମାଧ୍ୟମରେ ଜିଲ୍ଲାରେ ୧୦ ହଜାର ପଟା ପ୍ରଦାନ କରାଯିବ।

ଗ୍ରାମ୍ୟ କଣ୍ଟକ ପରମଭୋଗ କାର୍ଯ୍ୟରେ ଯେଉଁ ହିତାଧିକାରୀଙ୍କ ଆବେଦନ ଖାରଜ କରୁଛନ୍ତି ତାହାର କାରଣମାନ ଦର୍ଶାଇବାକୁ ଜଣାଇ ଦିଆଯାଇଛି। ଉତ୍ତରାଧିକାରୀ ପ୍ରମାଣପତ୍ର ଇତ୍ୟାଦି ପ୍ରମାଣପତ୍ର ଗୁଡ଼ିକ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି ଶୀଘ୍ର ପ୍ରଦାନ କରିବା ଦିଗରେ ତତ୍‌ପର ପ୍ରକାଶ କରନ୍ତୁ। ହିତାଧିକାରୀମାନଙ୍କ ଆବେଦନପତ୍ରକୁ ଅପେକ୍ଷା ନକରି ରାଜସ୍ୱ ନିରୀକ୍ଷକ ଗଣ ସ୍ୱୟଂଭାବେ ଅବିଳମ୍ବେ ପ୍ରଦାନ କରନ୍ତୁ। ଗୋଚର ଜମିରେ ନରଗୋରେ ଗୋଶାଳା ପ୍ରସ୍ତୁତ ହେବ। ଏଥିସକାଶେ କାର୍ଯ୍ୟ ପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼େପୁଟି କଲେକ୍ଟର (ରାଜସ୍ୱ) ବିଜୟାନନ୍ଦ ସେଠୀ, ଡ଼େପୁଟି କଲେକ୍ଟର ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଆଞ୍ଚଳିକ

ଗଂଜାମକୁ ଲେଉଟିଲା କରୋନା: ଆଜି ୬୧ ଚିହ୍ନଟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ମାସ ମଧ୍ୟରେ ସର୍ବାଧିକ କରୋନା ରୋଗୀ ଆଜି ଗଂଜାମରେ ଚିହ୍ନଟ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ ଲୋକେ ସଚେତନ ନହେବାରୁ ଗଂଜାମରେ ବୋଧହୁଏ କରୋନାର ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଗଲାଣି। ଶୀତଦିନରେ ଅଧିକ ସଚେତନ ରହିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ କରୋନା ଚାଲିଯାଇଛି ଭାବି ଲୋକେ ସଚେତନ ହେଉନାହାନ୍ତି। ରାସ୍ତା, ଦୋକାନଘାଟ, ବଜାର, ପରିବାର ମାର୍କେଟ, ମାଛ ମାର୍କେଟ, ଅଟୋ, ବସ୍‌, ରିକ୍‌ସା ସବୁଠେ ଅହେତୁକ ଭିଡ଼। ସାମାଜିକ ଦୂରତାକୁ ଫୁ କରି ଲୋକେ ଉଡ଼ାଇ ଦେଇଛନ୍ତି। ଜଣେ ବି ମାସ୍କ ପନ୍ଧୁଥିବା ବଜାର ଘାଟରେ ଦେଖିବାକୁ ମିଳିନାହିଁ। ଫଳରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୩୯୦୦ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୬ ସ୍ଥାନୀୟ ଓ ୫ ଜଣ କରୋନା ଯୋଦ୍ଧା ଅଛନ୍ତି।

ବ୍ରହ୍ମପୁର ମହାନଗର ନିଗମରେ ସର୍ବାଧିକ ୨୦ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ୩ ଜଣ କରୋନା ଯୋଦ୍ଧା ରହିଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରେ ୨, ଭଂଜନଗରରେ ୧, ବୁଗୁଡ଼ାରେ ୪, ଛତ୍ରପୁରରେ ୧, ଧରକୋଟରେ ୨, ଦିଗପହଣ୍ଡିରେ ୧, ଗଂଜାମରେ ୨, ହିଂଜିଳିକାଟୁରେ ୩, ଜଗନ୍ନାଥପ୍ରସାଦ ୧, କୁକୁଡ଼ାଖଣ୍ଡିରେ ୪, ପାତ୍ରପୁରରେ ୧, ପୋଲସରାରେ ୧, ପୁରୁଷୋତ୍ତମପୁରରେ ୧, ରଙ୍ଗେଇଲୁଣ୍ଡାରେ ୬, ଶେରଗଡ଼ରେ ୩, ସୋରଡ଼ାରେ ୨, ଅନ୍ୟାନ୍ୟ ୧ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ବନ୍ଦ ନେଇ ତେଜୁଛି ଜନଅସନ୍ତୋଷ: ଚଳିତବର୍ଷ ଗଂଜାମରେ ବନ୍ଦ ହେବ ୪୩୩ ବିଦ୍ୟାଳୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଏକ ଅଭାବନୀୟ ନିଷ୍ପତ୍ତି କ୍ରମେ ସରକାରୀ ସ୍କୁଲଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସାରା ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ନିଷ୍ପତ୍ତି କ୍ରମେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ। ଯଦି ୨୦ରୁ ସାମାନ୍ୟ ଅଧିକ ପିଲା ଥିବେ ଓ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହେବ।

ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା କହିଲେ ୫୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ତାହାକୁ ବନ୍ଦ କରିବା ବା ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସ୍ତାବ ରହିଛି। ଏହି ନିର୍ଦ୍ଦେଶ ସରକାର ମାର୍ଚ୍ଚ ମାସଠାରୁ ଦେଇଥିଲେ ମଧ୍ୟ କରୋନା ଯୋଗୁଁ ଏହା ସାମୟିକ ପାଇଁ ସ୍ଥଗିତ ଥିବାବେଳେ ବର୍ତ୍ତମାନ ଏହା ଜୋର୍‌ସୋର୍‌ରେ ଆରମ୍ଭ ହେବାରେ ଲାଗିଛି। ଏହିକ୍ରମରେ ଗଂଜାମ ଜିଲ୍ଲାରେ ପ୍ରାୟ ୪୩୩ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ଡ଼ିଇଓ ଅମୂଲ୍ୟ ପ୍ରଧାନ ସୂଚନା ଦେଇଛନ୍ତି।

ତେବେ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଏ ଗତ ୫ ବର୍ଷ ମଧ୍ୟରେ ୧୬୫ ସ୍କୁଲ ବନ୍ଦ ହୋଇଥିବାବେଳେ ଚଳିତ ବର୍ଷ ୪୩୩ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଗଂଜାମ ଜିଲ୍ଲାରେ ଜନ ଅସନ୍ତୋଷ ତେଜିବାରେ ଲାଗିଲାଣି। ଅଭିଭାବକ ତଥା ବୁଦ୍ଧିଜୀବୀଙ୍କ କହିବା କଥା ସରକାରୀ ସ୍କୁଲରେ ପିଲା କାହିଁକି କମୁଛନ୍ତି ତାହାର ତର୍ଜମା ନ କରି ସରକାର ସ୍କୁଲ ବନ୍ଦକୁ ପ୍ରତ୍ସୋହନ ଦେବା ଦୁର୍ଭାଗ୍ୟଜନକ। କେତେକ ସ୍କୁଲରେ କେବଳ ଗୋଟିଏ ଶିକ୍ଷକ ଥିବାବେଳେ ବିଷୟ ଭିତ୍ତିକ ଶିକ୍ଷକ ଅଭାବ ରହୁଛନ୍ତି। ଯଦି ଉକ୍ତ ଶିକ୍ଷକଙ୍କ ଦେହ ଖରାପ ହୁଏ ତେବେ ପିଲାମାନଙ୍କ ପାଠପଢ଼ା ଠପ୍। ଏପଟେ ଯଦି ଜଣେ ଶିକ୍ଷକ ସରକାରୀ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରନ୍ତି ତେବେ ପିଲାଙ୍କ ପାଠପଢ଼ା ବାଧା ହେବା ନିଶ୍ଚୟ। ତେଣୁ ପିଲା କମିବାର ମୁଖ୍ୟ କାରଣ ଶିକ୍ଷକ ଅଭାବ।

ଅନ୍ୟ କେତେକ କଥାକୁ ଦେଖିଲେ କିଛି ବେସରକାରୀ ବିଦ୍ୟାଳୟର ଭିତ୍ତିଭୂମି ନଥିବା, ଏନ୍‌ଓସି ଓ ସିଓଆର୍ ନଥିବାବେଳେ ସେମାନେ ଅଭିଭାବକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ପିଲାଛୁଆକୁ ସେମାନଙ୍କ ସ୍କୁଲରେ ପଢ଼ାଇବାକୁ ଏକରକମ ଚେଷ୍ଟିତ ଥାଆନ୍ତି। ଅଭିଭାବକମାନେ ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷକ ଅଭାବକୁ ଦେଖି ସେମାନଙ୍କ ପିଲାଙ୍କୁ ବେସରକାରୀ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୁଅନ୍ତି। କେତେକ ସ୍କୁଲର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ କେଉଁଠି ଶୌଚାଳୟ ନାହିଁ, କେଉଁଠି ପାନୀୟ ଜଳର ସୁବିଧା ନାହିଁ, କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ ନାହିଁ।

ଗଂଜାମ ଜିଲ୍ଲାରେ ପାତ୍ରପୁର ବ୍ଲକ୍‌ର କେତେକ ତେଲୁଗୁ ଅଂଚଳରେ ତେଲୁଗୁ ଜାଣିଥିବା ଶିକ୍ଷକ ନାହାନ୍ତି। ତେଣୁ ଉକ୍ତ ଅଂଚଳର ୪ଟି ବିଦ୍ୟାଳୟ ବନ୍ଦ ହେବ। ଏହିଭଳି ବିଭିନ୍ନ ଅଂଚଳରେ ବିଭିନ୍ନ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ସରକାର ଏହି ସମସ୍ୟାଗୁଡ଼ିକୁ ସମାଧାନ ନ କରି କେବଳ ପିଲା ଅଭାବର ଆଳ ଦେଖାଇ ସ୍କୁଲ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏପଟେ କେତେକ ଅଭିଭାବକ ନିଜର ଆର୍ଥିକ ଅବସ୍ଥା ଖରାପ କାରଣରୁ ସେମାନଙ୍କ ପିଲାଛୁଆଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇପାରିବେ ନାହିଁ। ଏପଟେ ସରକାରୀ ସ୍କୁଲ ବନ୍ଦ ହୋଇଯାଇଥିବ। ବିଚରା ଦଳିତ, ଆଦିବାସୀ, ଆର୍ଥିକ ଅନଗ୍ରସର ପିଲାଟିର ପାଠପଢ଼ାରେ ଡ଼ୋରି ବନ୍ଧା ହେବ।

ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରେ ୪୨, ପୋଲସରାରେ ୧୨, ପୁରୁଷୋତ୍ତମପୁରରେ ୯, ରଙ୍ଗେଇଲୁଣ୍ଡାରେ ୧୭, ସାନଖେମୁଣ୍ଡିରେ ୧୧, ଶେରଗଡ଼ରେ ୧୧, ସୋରଡ଼ାରେ ୫, ଆସିକାରେ ୧୭, ବେଗୁନିଆପଡ଼ାରେ ୧୧, ବେଲଗୁଣ୍ଠାରେ ୨୨, ବ୍ରହ୍ମପୁରରେ ୧୨, ଭଂଜନଗରରେ ୪୧, ବୁଗୁଡ଼ାରେ ୧୫, ଛତ୍ରପୁରରେ ୧୫, ଚିକିଟିରେ ୩୨, ଧରକୋଟରେ ୨୨, ଦିଗପହଣ୍ଡିରେ ୩୪, ଗଂଜାମରେ ୧୨, ହିଂଜିଳିକାଟୁରେ ୮, ଜଗନ୍ନାଥପ୍ରସାଦରେ ୨୭, କବିସୂର୍ଯ୍ୟନଗରରେ ୧୧, ଖଲିକୋଟରେ ୨୨ ଏବଂ କୁକୁଡ଼ାଖଣ୍ଡିରେ ୨୨ ଗୋଟି ସ୍କୁଲ ବନ୍ଦ ହେବାକୁ ନିର୍ଦ୍ଦେଶ ହୋଇଛି। ଚଳିତବର୍ଷ ଏହି ସ୍କୁଲଗୁଡ଼ିକରେ ନାମଲେଖା ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଆନ୍ଦୋଳନ ତେଜିବାରେ ଲାଗିଲାଣି।

ଗତ କିଛି ଦିନ ତଳେ ବୁଗୁଡ଼ା ବ୍ଲକ୍‌ର ୮ଟି ବିଦ୍ୟାଳୟ ବନ୍ଦ ନେଇ ନିଷ୍ପତ୍ତି ହୋଇଥିବାବେଳେ ଗୋଟିଏ ସ୍କୁଲର ଅଭିଭାବକ ଏବଂ ପିଲାମାନେ ଶିକ୍ଷକଙ୍କୁ ଅଟକ ରଖିବା ସହ ସ୍କୁଲରେ ତାଲା ପକାଇ ଦେଇଥିଲେ। ସେହିପରି ଚିକିଟି ବ୍ଳକ୍‌ର ଆମ୍ବଗାଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ଶୁଣି ଅଭିଭାବକ ମାନେ ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଶିକ୍ଷକ ପୀତାମ୍ବର ମଳିଙ୍କୁ ଅଟକ ରଖିଥିଲେ। ଏହାପରେ ଏବିଇଓ ଆର୍ତ୍ତତ୍ରାଣ ବେହେରା, ସିଆର୍‌ସିସି ଭବାନୀ ଶଙ୍କର ମହାପାତ୍ର ମଧ୍ୟ ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଅଟକ ରଖିଥିଲେ।

ବ୍ରହ୍ମପୁରରେ ମଧ୍ୟ ସୁକୁଣ୍ଡା ବାଉରୀ ସାହିରେ ସ୍କୁଲ ବନ୍ଦ ତଥା ମିଶ୍ରଣକୁ ନେଇ ଜନଅସନ୍ତୋଷ ଉଠିଥିବା ରଙ୍ଗେଇଲୁଣ୍ଡା ବିଇଓ ଡ. ପ୍ରଭାତୀ ମହାପାତ୍ର କହିଛନ୍ତି। ସେହିପରି ଗଂଜାମ ବ୍ଲକ୍‌ରେ ମଧ୍ୟ ଏକ ସ୍କୁଲ ବନ୍ଦ ହେବାକୁ ଯାଉଥିବାରୁ ସେଠାର ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ସବୁ ବ୍ଲକ୍‌ର ଅଭିଭାବକଙ୍କ କହିବା କଥା ପିଲାମାନେ ଦୂର ସ୍କୁଲକୁ ଗଲେ ମୁଖ୍ୟରାସ୍ତା ପାର ହୋଇ ଯିବାକୁ ହେବ। ଏ ମଧ୍ୟରେ ଯଦି ପିଲାଙ୍କ କୌଣସି ଅସୁବିଧା ହେବ ତେବେ ସରକାର କ’ଣ ଦାୟୀ ରହିବେ।

ଏନେଇ ଆମ ପ୍ରତିନିଧି ଗଂଜାମ ଡ଼ିଇଓ ଶ୍ରୀ ପ୍ରଧାନଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ ପୂର୍ବରୁ ଗଂଜାମ ଜିଲ୍ଲାରେ ପ୍ରାୟ ୯୩୩ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। କିନ୍ତୁ ସେଥିରୁ କେବଳ ୪୩୩ ସ୍କୁଲ ବନ୍ଦ ହେବ। ଯଦି ଗ୍ରାମବାସୀ ତଥା ଅଭିଭାବକଙ୍କ କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସରକାରଙ୍କ ପ୍ରଦତ୍ତ ଫର୍ମରେ ଆବେଦନ କରିପାରିବେ। ଜିଲ୍ଲା କମିଟି ଗଠନ କରି ଆସିଥିବା ଆପତ୍ତିଗୁଡ଼ିକର ବିଚାର କରାଯିବ। ଅଭିଯୋଗ ଯଦି ପ୍ରକୃତ ତେବେ ଜିଲ୍ଲାପାଳ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ଲୋକେ ଆନ୍ଦୋଳନ ନ କରି ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବାକୁ ସେ ଅନୁରୋଧ କରିଥିଲେ। ତେବେ ଏହି ୪୩୩ ବିଦ୍ୟାଳୟରେ ଥିବା ଶିକ୍ଷକମାନେ ଅନ୍ୟ ସ୍କୁଲକୁ ଯିବେ।

ସୂଚନାଯୋଗ୍ୟ ରାଜ୍ୟରେ ଗତ ୨୦୧୬ ଡ଼ିସେମ୍ବର ମାସରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞାପନ ବାହାରିନି। ପ୍ରତିବର୍ଷ ସରକାର ପ୍ରାୟ ୭ ହଜାର ସି.ଟି. ଏବଂ ବି.ଇଡ଼ି ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି। ଏହାସହ ବାହାର ରାଜ୍ୟରୁ ହଜାର ହଜାର ପିଲା ବି.ଇଡ଼ି କରି ଅଛନ୍ତି। ପ୍ରତିବର୍ଷ ସରକାର ଓ.ଟି.ଇ.ଟି. ପରୀକ୍ଷା ମଧ୍ୟ କରୁଛନ୍ତି। ବର୍ତ୍ତମାନ ପ୍ରାୟ ୬୦ ରୁ ୭୦ ହଜାର ଶିକ୍ଷକ ଆଶାୟୀ ଯେଉଁମାନେ ସି.ଟି. ବି.ଇଡ଼ି. ଏବଂ ଓଟିଇଟି ପାସ୍ କରି ବେକାର ହୋଇ ଘରେ ବସିଛନ୍ତି। ପାଠ ପଢ଼ିବାକୁ ବହୁ ଟଙ୍କା ବାକି କରିଛନ୍ତି। ସେମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଚାଲିଯାଇଛି। ଏଭଳି ସ୍କୁଲ ବନ୍ଦ ହେବା ଯୋଗୁଁ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେବ। ବେକାରୀ ସଂଖ୍ୟା ମଧ୍ୟ ବଢ଼ିବ। ଶିକ୍ଷକ ନିଯୁକ୍ତି ନେଇ ମଧ୍ୟ ବହୁବାର ଆଶାୟୀ ମାନେ ଲୋୟର ପିଏମ୍‌ଜିରେ ଧାରଣା ଦେଇସାରିଲେଣି। ସ୍କୁଲ ବନ୍ଦର ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ତେଣୁ ଏହି ପରିପ୍ରେକ୍ଷୀରେ ସରକାର ନିଜ ନିଷ୍ପତ୍ତି ବଦଳାଇ ସ୍କୁଲଗୁଡ଼ିକର ମୌଳିକ ସମସ୍ୟା ସମାଧାନ ସହ ବିଷୟଭିତ୍ତିକ ଶିକ୍ଷକ ତଥା କ’ଣ କଲେ ପିଲାସଂଖ୍ୟା ବୃଦ୍ଧି ହେବ ସେ ନେଇ ବିଚାର କରିବାକୁ ବୁଦ୍ଧିଜୀବୀ ତଥା ଅଭିଭାବକମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଉପରେ ଚଢ଼ାଉ: ୨୪ ଘଣ୍ଟାରେ ୮୮ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ ହୋଇଛି। ସେହିପରି ୮ଟି ଅବକାରୀ ଚଢ଼ାଉ ହୋଇ ୮ ଜଣକୁ ଗିରଫ କରିବା ସହ ୨୮୯.୯ ଲିଟର ମଦ ଜବତ ହୋଇଛି। ସେହିପରି ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୨୫ ଜଣକୁ ଗିରଫ କରାଯାଇଥିବାବେଳେ ୩ଟି ଅବକାରୀ ଚଢ଼ାଉ କରାଯାଇ ୩ ଜଣ ଗିରଫ ସହ ୫୭ ଲିଟର ମଦ ଜବତ ହୋଇଛି। ଆଗକୁ ମଧ୍ୟ ଏହି ଜୁଆଆଡ୍ଡା ଚଢ଼ାଉ ଜୋର୍‌ଦାର କରାଯିବା ବୋଲି ଉଭୟ ପୋଲିସ୍ ଜିଲ୍ଲା ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

+୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶିତ: ଗଂଜାମରେ +୨ରେ ୭୪.୪୭% ପାଶ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ +୨କଳା ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଂଜାମ, ଗଜପତି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ କଳା ପରୀକ୍ଷାରେ ସାମଗ୍ରିକ ଫଳାଫଳ ହାର ୬୧.୨୨ ପ୍ରତିଶତ ରହିଛି। ଦକ୍ଷିଣାଞ୍ଚଳରେ ୪୫୪୫୫ ଜଣ କଳାରେ ପରୀକ୍ଷା ଦେଇଥିବାବେଳେ ୨୯୪୯୩ ଜଣ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୨୯୬, ଦ୍ୱିତୀୟ ଶ୍ରେଣୀରେ ୪୮୪୮, ୨୧୩୩୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଦକ୍ଷିଣାଞ୍ଚଳ ଧନ୍ଦାମୂଳକ ପରୀକ୍ଷାରେ ୯୬୧ ପରୀକ୍ଷାର୍ଥୀ ମଧ୍ୟରୁ ୪୯୪ ଜଣ ପାସ୍ କରିଛନ୍ତି।

୬୩ ଜଣ ପ୍ରଥମ, ୧୫୬ ଜଣ ଦ୍ୱିତୀୟ ଓ ୨୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗଂଜାମ ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ ୧୮୧୫୦ ଛାତ୍ରଛାତ୍ରୀ ମଧ୍ୟରୁ ୧୩୫୧୭ ଜଣ ପାସ୍ ହୋଇଛନ୍ତି। ୨୦୪୬ ଜଣ ପ୍ରଥମ ଶ୍ରେଣୀ, ୨୭୯୧ ଜଣ ଦ୍ୱିତୀୟ ଶ୍ରେଣୀ, ୮୬୭୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୫ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍ କରିଛନ୍ତି। ଜିଲ୍ଲାର ଫଳାଫଳ ରହିଛି ୭୪.୪୭ ପ୍ରତିଶତ। ୧୬ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍‌ରେ ଅଭିଯୁକ୍ତ ହୋଇଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ମୋଟ ୨୬୨ ପରୀକ୍ଷାର୍ଥୀ ମଧ୍ୟରୁ ୧୫୯ ଜଣ ପାସ୍ କରିଛନ୍ତି। ୨୨ ଜଣ ପ୍ରଥମ, ୪୨ ଜଣ ଦ୍ୱିତୀୟ ଓ ୮୭ ଜଣ ତୃତୀୟ ଶ୍ରେଣୀରେ, ୮ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୬୦.୬୮ ପ୍ରତିଶତ ରହିଛି। ଚଳିତବର୍ଷ +୨ କଳା ପରୀକ୍ଷାରେ ଗଂଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାରଠାରୁ ମଧ୍ୟ ଅଧିକ ରହିଛି। ରାଜ୍ୟରେ ଫଳାଫଳ ହାର ୬୭.୫୬ ଥିବାବେଳେ ଗଂଜାମ ଜିଲ୍ଲାରେ ରହିଛି ୭୪.୪୭%। ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍‌ଲା ମଧ୍ୟଳୁ କଳା ସ୍ରୋତରେ ଗଂଜାମ ଜିଲ୍ଲା ସର୍ବାଗ୍ରେ ରହିଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳ ଜିଲ୍ଲା ଆଗରେ ରହିଥିବା ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମରେ କାମ କରୁନି ପ୍ଲାଜମା ଥେରାପୀ ! ନୂତନ ୧୭୯ ସଂକ୍ରମିତ ଚିହ୍ନଟ: ୫ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ପୂର୍ବବତ୍ତ ଉଚ୍ଚ ରହିଛି। କାହିଁକି ଏହି ମୃତ୍ୟୁଦର କମୁନାହିଁ ତାହା ନେଇ କୌଣସି ସଠିକ୍ ଉତ୍ତର ମଧ୍ୟ ମିଳୁନାହିଁ। ସେପଟେ ଯେତିକି ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ପ୍ରାୟ ସମସ୍ତେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରହିଛନ୍ତି। ତେବେ କ’ଣ ମେଡ଼ିକାଲ୍‌ରେ କରୋନା ସହ ଏହି ରୋଗଗୁଡ଼ିକର ଚିକିତ୍ସାରେ ଅବହେଳା କରାଯାଉଛି କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ତେବେ କରୋନା ପାଇଁ ପ୍ଲାଜମା ରାମବାଣ ହୋଇଥିବା ପ୍ରଶାସନ କହୁଥିବାବେଳେ ଗତ ଜୁଲାଇ ୨୧ ତାରିଖରୁ ପ୍ଲାଜମା ପ୍ରଦାନ ଆରମ୍ଭ ହୋଇଥିଲା। ସେହିଦିନ ପର୍ଯ୍ୟନ୍ତ ଗଂଜାମରେ ମୃତ୍ୟୁସଂଖ୍ୟା ୫୯ ଥିବାବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୧୭୯ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ପ୍ଲାଜମା ଥେରାପୀ କୌଣସି କାମ କରୁଛି କି ନାହିଁ ବୋଲି ବି ଲୋକେ ପ୍ରଶ୍ନ ଉଠାଇଲେଣି।

ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଆଜି ପର୍ଯ୍ୟନ୍ତ ଗଂଜାମରେ ୨୮୭ ଜଣ ପ୍ଲାଜମା ଦେବା ପାଇଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୬୭ ୟୁନିଟ୍ ପ୍ଲାଜମା ସଂଗ୍ରହ ହୋଇଛି। ୬୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ ୧୬ ଜଣ ସୁସ୍ଥ ହୋଇଥିବା ନେଇ ପ୍ରଶାସନ ସ୍ପଷ୍ଟ କରିଛି। ଆଜି ମଧ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୮ ବର୍ଷୀୟ ବୃଦ୍ଧା ଯେକି ମଧୁମେହ ରୋଗୀ, ୬୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୩ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ ଏବଂ ଅନ୍ୟଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛିି।

ଆଜି ନୂତନ ସଂକ୍ରମିତ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଥିବାବେଳେ ୧୬୧ ଜଣ ବିଭିନ୍ନ ବ୍ଲକ୍‌ର ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ନୂତନ ଭାବେ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତ ସଂଖ୍ୟା ୩ ହଜାର ଛୁଇଁଛି। ୨୬୨୬ (୮୭.୫%) ସୁସ୍ଥ, ୩୨୨ (୧୦.୭୩ ଆକ୍ଟିଭ୍‌), ୫୩ (୧.୭୭%) ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୬୦୧୨ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଆଜି ୧୪୧୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୨୮୭ ଜଣ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ୨୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ପର୍ଯ୍ୟନ୍ତ ୧୬୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୬୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬୬୦ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଗଂଜାମରେ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନବଜାର

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ବିଗତ ପାଞ୍ଚମାସ ହେଲା ଗଂଜାମ ଜିଲ୍ଲାରେ ଲଗାତାର ଲକ୍‌ଡ଼ାଉନ୍‌, ସଟ୍‌ଡ଼ାଉନ୍ ଚାଲିଥିବାରୁ ବ୍ୟବସାୟ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ କଟକଣା ଲଗାଯାଇ ଅତି ଅଳ୍ପ ସମୟ ପାଇଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯଉଥିଲା। କିଛି ସ୍ଥାନରେ ମଲ୍ ଏବଂ ବଡ଼ ବଡ଼ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଫଳରେ ବ୍ୟବସାୟୀମାନେ ନାହିଁନଥିବା କ୍ଷତି ସହୁଥିଲେ।

କିଛି ଦିନ ହେଲା ଗଂଜାମରେ କରୋନା ସଂକ୍ରମଣ ସଂଖ୍ୟା କମ୍ ରହୁଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ସମୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛି। ଯାହାଫଳରେ ଆଜିଠାରୁ ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାଯାଇପାରିବ। ଦୋକାନଗୁଡ଼ିକରେ ଜିଲ୍ଲାପାଳଙ୍କ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ, ଡ଼ବଲ୍ ବ୍ୟାରିକେଡ଼୍ ନିର୍ମାଣ, ଗ୍ଲୋବସ୍ ପରିଧାନ, କଣ୍ଟ୍ରାକ୍ଟ ଡ଼ାଇରି ଇତ୍ୟାଦି ରଖାଯାଇ ଦୋକାନଗୁଡ଼ିକ ଖୋଲାଯାଇପାରିବ। ଯଦି ଏହି ନିୟମ ଉଲ୍ଲଂଘନ କରାଯାଏ ତେବେ ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ସହ ଚଳିତମାସ ସପ୍ତାହନ୍ତରେ ଯେଉଁଭଳି ସାପ୍ତାହିକ ସଟ୍‌ଡ଼ାଉନ୍ ରହିଛି ତଥା ଶନିବାର ଏବଂ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ପୂର୍ବରୁ ବ୍ରହ୍ମପୁର ସହରକୁ ଆସିବା ପାଇଁ ଯେଉଁ କଟକଣା ରହିଥିଲା ତାହା ମଧ୍ୟ ଉଠାଇ ଦିଆଯଇଛି। ଫଳରେ ଗଂଜାମ ଜିଲ୍ଲାରେ ଯେଉଁସ୍ଥାନରୁ ମଧ୍ୟ ବ୍ରହ୍ମପୁର ସହରକୁ ଜନସାଧାରଣ ଯିବା ଆସିବା କରିପାରିବେ। ସୂଚନାଯୋଗ୍ୟ ଜିଲ୍ଲାପାଳ ଏବଂ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ବଳିଷ୍ଠ ନେତୃତ୍ୱରେ ଫଳରେ ଗଂଜାମରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଏହାସହ ଜନସାଧାରଣଙ୍କ ନିୟମ ମାନିବାର ଯେଉଁ ଅଭ୍ୟାସ ତାହାର ସୁଫଳ ମିଳିଛି ବୋଲି କମିଶନର ଶ୍ରୀ ରାଠୋର ସୂଚନା ଦେଇଛନ୍ତି। ଏଭଳି ଯଦି ଜନସାଧାରଣ କରୋନାର ସମସ୍ତ ନିୟମ ମାନି ଚଳନ୍ତି ତେବେ ଗଂଜାମରେ “ଜିରୋ ଆକ୍ଟିଭ୍ କେସ”ର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ବ୍ରହ୍ମପୁର ସହର ଗଂଜାମର ପ୍ରମୁଖ ସହର ତଥା ଏହି ସହର ଉପରେ ଗଂଜାମର ବିଭିନ୍ନ ସ୍ଥାନର ଲୋକେ ନିର୍ଭର କରିଥାନ୍ତି। ତେଣୁ ବ୍ରହ୍ମପୁରକୁ ଆସିବାକୁ କଟକଣା ଥିବାରୁ ବହୁ ଲୋକ ହଇରାଣ ହେଉଥିଲେ। ଏହି କଟକଣା ଉଠିବା ଯୋଗୁଁ ବ୍ୟବସାୟୀ, ଦିନ ମଜୁରିଆ ଏବଂ ଅନ୍ୟମାନେ ଉପକୃତ ହୋଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ସଂପାଦକ ଏବଂ ଯୁଗ୍ମ ସଂପାଦକ ପଦବୀରେ ଗଂଜାମର ନେତା/ନେତ୍ରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜୁ ଜନତା ଦଳର ସାଙ୍ଗଠନିକ ମଜବୁତ୍ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ଜନତାଙ୍କ ନିକଟରେ ତ୍ୱରାନ୍ୱିତ ପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ନେତୃବର୍ଗଙ୍କୁ ସଂପାଦକ ଏବଂ ଯୁଗ୍ମ ସଂପାଦକ ଭାବେ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ୪ ଜଣ ଗଂଜାମର ବରିଷ୍ଠ ନେତା/ନେତ୍ରୀଙ୍କୁ ସୁଯୋଗ ମିଳିଛି। ପୂର୍ବତନ ବିଡ଼ିଏ ଚେୟାରମ୍ୟାନ ସୁବାଷ ମହାରଣା, ଗଂଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଘମିତ୍ରା ଦଳେଇ, କୁକୁଡ଼ାଖଣ୍ଡି ବ୍ଲକ୍‌ର କୈଳାସ ରଣା, ତୁମ୍ବନାଥ ପଣ୍ଡାଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି। ସଂପାଦକ ଭାବେ ଏସ୍‌ସି ମଙ୍ଗଳ ଭାବେ ସଂଘମିତ୍ରା ଦଳେଇ, ସଶକ୍ତ ଓଡ଼ିଶାର ସଂପାଦକ ରୂପେ ସୁବାସ ମହାରଣା, ସଶକ୍ତ ଓଡ଼ିଶାର ଯୁଗ୍ମ ସଂପାଦକ ରୂପେ କୈଳାସ ରଣା, ଆଞ୍ଚଳିକ ବିକାଶର ଯୁଗ୍ମ ସଂପାଦକ ରୂପେ ତୁମ୍ବନାଥ ପଣ୍ଡାଙ୍କୁ ପଦବୀ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି।

ପଦବୀ ପାଇବା ପରେ ସୁବାସ ମହାରଣାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଯାଇଥିଲା। ଏଥିରେ ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡ଼ି ବ୍ରହ୍ମପୁର ଯୁବ ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ମୂରଲୀ ମୋହନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ସଂଘମିତ୍ରା ଦଳାଇଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଦିଆଯାଇଛି। ଏହି ଅବସରରେ ବିଜେଡ଼ି ସଭାନେତ୍ରୀ ଶ୍ରୀମତୀ ଦଳାଇ ତାଙ୍କ ପ୍ରତିକ୍ରିୟା କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ସୁପ୍ରିମଙ୍କୁ ସାଧୁବାଦ ଜଣାଇଛନ୍ତି। କାରଣ ଆରମ୍ଭରୁ ହିଁ ନବୀନ ସରକାର ନାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସିଛନ୍ତି। ଯାହାକି ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ ଦଳର ସଂଗଠନ ପାଇଁ ତାଙ୍କୁ ଯେକୌଣସି ଦାୟିତ୍ୱ ମିଳିଲେ ସେ ଦଳ ଏବଂ ଦଳର ଉନ୍ନତୀ ପାଇଁ ପ୍ରତ୍ୟେକ୍ଷ ଭାବେ ପ୍ରଚେଷ୍ଟା ଜାରି ରଖିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଂଜାମରୁ ଆଜି 43 ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ, ଜାଣନ୍ତୁ ଜିଲ୍ଲାର କେଉଁଠୁ କେତେ

ବ୍ରହ୍ମପୁର, ଗଂଜାମରେ ଆଜି ମୋଟ 218 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 43 ଜଣ କରୋନା ଯୋଦ୍ଧା ଅଛନ୍ତି। ଏହି 43 ଜଣଙ୍କ ମଧ୍ୟରେ ଆସିକାରୁ 12, ବେଗୁନିଆପଡାରୁ 2, ବେଲଗୁଣ୍ଠାରୁ 3 ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସେହିପରି କେବଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ 7 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଞ୍ଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡିରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଚିକିଟିରୁ 2, ପୋଲସରାରରୁ 7, ସୋରଡାରୁ 3 ଜଣ କରୋନା ଯୋଦ୍ଧା ପଜିଟିଭ ଜଣାପଡ଼ିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି 303 କରୋନା ଆକ୍ରାନ୍ତ ସୁସ୍ଥ, ଗଂଜାମ ଜିଲ୍ଲାରୁ ସର୍ବାଧିକ 120

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ 303 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ଦୁଇ ଦିନ ପରି ଆଜି ମଧ୍ୟ ଗଂଜାମ ଜିଲ୍ଲାରୁ ସର୍ବାଧିକ 120 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର 46, ଖୋର୍ଦ୍ଧା 28,କଟକ 21,କେନ୍ଦୁଝର 26, ନୟାଗଡ଼ 14, ନବରଙ୍ଗପୁର 9, ପୁରୀ 7, ବରଗଡ଼ 6 ସୁସ୍ଥ ହୋଇଛନ୍ତି। ଏଯାବତ 7006 ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ, ସର୍ବାଧିକ ଗଂଜାମରୁ ୯୭ , ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୭ ଜଣ । ଅନ୍ୟ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ୧୮, ବାଲେଶ୍ବର ୧୬, ମୟୂରଭଂଜ ୧୫,ବରଗଡ଼ ୧୩, କେନ୍ଦୁଝର ୧୨, ଝାରସୁଗୁଡ଼ା 8, ମାଲକାନଗିରି 7 , ଯାଜପୁର 6, ଅନୁଗୁଳ ଓ କଟକରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଓ ପୁରୀରୁ 4 ଲେଖାଏଁ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଲେଖାଏଁ ଏବଂ ବଲାଙ୍ଗିର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 6703କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି 262 ସୁସ୍ଥ, ଗଂଜାମରୁ ସର୍ବାଧିକ 73, ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସୁ୍ସ୍ଥ

ଭୁବନେଶ୍ବର, ଆଜି ସୋମବାର ରାଜ୍ୟରେ ଆଉ 262 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 73, ଗଜପତିରୁ 49, ଜଗତସିଂହପୁରରୁ 25, ରାୟଗଡ଼ାରୁ 16, କଟକରୁ 15, ବରଗଡ଼ରୁ 14, ଖୋର୍ଦ୍ଧାରୁ 13, ଭଦ୍ରକରୁ 12 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ 12, କେନ୍ଦ୍ରାପଡ଼ାରୁ 8, ଯାଜପୁର ଓ ସୁନ୍ଦରଗଡ଼ରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୁଳ, ବାଲେଶ୍ବର,ନୟାଗଡ଼ ଓ ନବରଙ୍ଗପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ,ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମୟୂରଭଂଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 6486କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ଦଶ ଦିନ ପାଇଁ ଗଂଜାମରେ ସାଧାରଣ ଲୋକଙ୍କ ନିମନ୍ତେ ସରକାରୀ କାର୍ଯ୍ୟାଳୟ ବନ୍ଦ

ଗଂଜାମ : ଗଂଜାମ ଜିଲ୍ଲାରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଆଜିଠାରୁ ଜିଲ୍ଲାରେ ଆଗାମୀ 10 ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସର୍ବସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଂଜାମରେ ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ରାଜ୍ୟର ଅଧିକାଂଶ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି । ଆଜି ଜିଲ୍ଲାରେ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପି ସାରିଛି । ସେହିପରି ଜିଲ୍ଲାରେ ସର୍ବାଧିକ 8 ଜଣଙ୍କର ମୃ୍ତ୍ୟୁ ଘଟିଛି ।