Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜନସାଧାରଣଙ୍କୁ ସେବା ଯୋଗାଇଦେବା ସରକାରଙ୍କ ମୂଳ ଆଭିମୁଖ୍ୟ: ଜିଲ୍ଲାପାଳ
ଆଞ୍ଚଳିକ

ଜନସାଧାରଣଙ୍କୁ ସେବା ଯୋଗାଇଦେବା ସରକାରଙ୍କ ମୂଳ ଆଭିମୁଖ୍ୟ: ଜିଲ୍ଲାପାଳ

December 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭିସି ଜରିଆରେ ଗଂଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲ୍‌ଦାରଙ୍କୁ ଜଣାଇଥିଲେ ଯେ ରାଜସ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାମାନ ଅବିଳମ୍ବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରି ହିତାଧିକାରୀଙ୍କୁ ସେବା ଯୋଗାଇଦେଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏ ଦିଗରେ ସମସ୍ତ ତହସିଲ୍ କାର୍ଯ୍ୟାଳୟ ତତ୍ପରତା ସହ କାର୍ଯ୍ୟ କରନ୍ତୁ। ଗ୍ରାମକଣ୍ଟକ, ପରମଭୋଗ, ଓଡ଼ିଶା ଜନସେବା କାର୍ଯ୍ୟ ଅଧିକାରୀ, ବସୁନ୍ଧରା ଯୋଜନା ଇତ୍ୟାଦି ସଂପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ସଂସ୍ଥାକୁ ଡ଼କାଯାଇ ଉପଜିଲ୍ଲାପାଳଙ୍କ ସୂତ୍ରରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖଣିଜ ପଦାର୍ଥର ରକ୍ଷଣାବେକ୍ଷଣ ପ୍ରଶାସନ ଦାୟିତ୍ୱ। ଖଣିଜ ଦ୍ରବ୍ୟ ସମ୍ପଦ ଚୋରିକୁ ରୋକିବା ସକାଶେ ନିଲାମ ପ୍ରକ୍ରିୟା ଜାରି ହେବା ଉଚିତ। ଚୋରକୁ ସମର୍ଥନ ନକରି ଚୋରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଗଲେ ଚୋରି ହେବ ନାହିଁ। ଏଣିକି ଯଦି ଚୋରି ହୁଏ ତେବେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ୍‌ଦାରଙ୍କୁ ଦାୟୀ କରାଯିବ। ସଟେଲ୍ ବା ସମାଧାନ ହୋଇନଥିବା ସୈରାତ ଉତ୍ସଗୁଡ଼ିକର ସଂପୂର୍ଣ୍ଣ ତଥ୍ୟ ସହିତ ଫଟୋ ଉଠାଇ ରଖିବା ସହିତ ପ୍ରତି ୧୫ ଦିନ ଅନ୍ତରରେ ତା’ର ତଥ୍ୟ ପ୍ରଦାନ କରିବା ସହିତ ସେଗୁଡ଼ିକ ପରିଦର୍ଶନ କରି ନଜର ରଖନ୍ତୁ।

ଜାତୀୟ ରାଜପଥ, ବ୍ଲକ୍‌ସ୍ତରୀୟ ଉନ୍ନୟନ କାର୍ଯ୍ୟ ସକାଶେ ଆବଶ୍ୟକ ପଡ଼ୁଥିବା ମାଟି, ପଥର, ବାଲି ଇତ୍ୟାଦି ଆଗ୍ରହ ପ୍ରକାଶ କରି ଯୋଗାଇଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସରକାରୀ ଜମିଗୁଡ଼ିକର ଲିଜ୍ ପ୍ରୋସେସ କାର୍ଯ୍ୟ ସଂଚାଳନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ସରକାରୀ ସଂସ୍ଥାର ଉନ୍ନୟନ କାର୍ଯ୍ୟ ଦିଗରେ ଜମି ପ୍ରଦାନ କାର୍ଯ୍ୟ ବିଳମ୍ବ କରନ୍ତୁ ନାହିଁ। ଗ୍ରାମ୍ୟ କଣ୍ଟକ ପରମଭୋଗ କାର୍ଯ୍ୟରେ ରାଜସ୍ୱ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ପ୍ରଦାନ କରନ୍ତୁ। କରୋନା କଟକଣା ମାନି ମେଳା ମାଧ୍ୟମରେ ଜିଲ୍ଲାରେ ୧୦ ହଜାର ପଟା ପ୍ରଦାନ କରାଯିବ।

ଗ୍ରାମ୍ୟ କଣ୍ଟକ ପରମଭୋଗ କାର୍ଯ୍ୟରେ ଯେଉଁ ହିତାଧିକାରୀଙ୍କ ଆବେଦନ ଖାରଜ କରୁଛନ୍ତି ତାହାର କାରଣମାନ ଦର୍ଶାଇବାକୁ ଜଣାଇ ଦିଆଯାଇଛି। ଉତ୍ତରାଧିକାରୀ ପ୍ରମାଣପତ୍ର ଇତ୍ୟାଦି ପ୍ରମାଣପତ୍ର ଗୁଡ଼ିକ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି ଶୀଘ୍ର ପ୍ରଦାନ କରିବା ଦିଗରେ ତତ୍‌ପର ପ୍ରକାଶ କରନ୍ତୁ। ହିତାଧିକାରୀମାନଙ୍କ ଆବେଦନପତ୍ରକୁ ଅପେକ୍ଷା ନକରି ରାଜସ୍ୱ ନିରୀକ୍ଷକ ଗଣ ସ୍ୱୟଂଭାବେ ଅବିଳମ୍ବେ ପ୍ରଦାନ କରନ୍ତୁ। ଗୋଚର ଜମିରେ ନରଗୋରେ ଗୋଶାଳା ପ୍ରସ୍ତୁତ ହେବ। ଏଥିସକାଶେ କାର୍ଯ୍ୟ ପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼େପୁଟି କଲେକ୍ଟର (ରାଜସ୍ୱ) ବିଜୟାନନ୍ଦ ସେଠୀ, ଡ଼େପୁଟି କଲେକ୍ଟର ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଗଂଜାମ ଜିଲ୍ଲାପାଳ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.