ଆଜି ଚିହ୍ନଟ ହୋଇଥିବା ୨ହଜାର ୯୪୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ

Published: Aug 24, 2020, 11:45 am IST

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି।  

କଟକରୁ ସର୍ବାଧିକ ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୭୪ ଜଣ ଚିହ୍ନ ହୋଇଛନ୍ତି। ସେହିପରି ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯, ମୟୂରଭଞ୍ଜରୁ ୧୫୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ନୟାଗଡରୁ ୯୩, ବାଲେଶ୍ବରରୁ ୮୮, ପୁରୀରୁ ୮୬, ସୁନ୍ଦରଗଡରୁ ୮୧, ମାଲକାନଗିରିରୁ ୭୮, ଭଦ୍ରକରୁ ୬୬, ବରଗଡରୁ ୬୨, ବଲାଙ୍ଗିରିରୁ ୫୭, କେନ୍ଦ୍ରାପଡାରୁ ୫୬, ଜଗତସିଂହପୁରରୁ ୫୧, କନ୍ଧମାଳରୁ ୩୪, କଳହାଣ୍ଡିରୁ ୩୦, କେନ୍ଦୁଝରରୁ ୩୦, ନବରଙ୍ଗପୁରରୁ ୨୬, ସୋନପୁରରୁ ୨୬, ଝାରସୁଗୁଡାରୁ ୨୦, ଢେଙ୍କାନାଳରୁ ୧୩, ବୌଦ୍ଧରୁ ୩, ଗଜପତିରୁ ୩, ଦେବଗଡରୁ ୨, ନୂଆପଡାରୁ ୨, ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts