ଡିସେମ୍ବର 31 ପର୍ଯ୍ୟନ୍ତ ବଢ଼ିଲା ଗାଡି କାଗଜପତ୍ରର ଅବଧି

Published: Aug 24, 2020, 5:48 pm IST

ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନର ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି ।   ମୋଟର ଭାଇକେଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ଡ଼ିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୋଟର ଭାଇକେଲ କାଗଜପତ୍ର ଯଥା ଡିଏଲ୍‌, ଆର୍‌ସି, ଫିଟ୍‌ନେସ୍‌ ଓ ପଲ୍ୟୁସନ୍‌ ସାର୍ଟିଫିକେଟ ଆଦିର ଅବଧିକୁ ଡିସେମ୍ବର 31 ଯାଏ ବୃଦ୍ଧି କରାଯାଇଛି। ଏନେଇ ସୋମବାର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।  ଚତୁର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡ କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ସେପ୍ଟେମ୍ବର 30 ଯାଏ ବୃଦ୍ଧି କରାଯାଇଥିଲା ।

Related posts