Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମରେ କାମ କରୁନି ପ୍ଲାଜମା ଥେରାପୀ ! ନୂତନ ୧୭୯ ସଂକ୍ରମିତ ଚିହ୍ନଟ: ୫ ମୃତ
ଆଜିର ଖବର

ଗଂଜାମରେ କାମ କରୁନି ପ୍ଲାଜମା ଥେରାପୀ ! ନୂତନ ୧୭୯ ସଂକ୍ରମିତ ଚିହ୍ନଟ: ୫ ମୃତ

August 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ପୂର୍ବବତ୍ତ ଉଚ୍ଚ ରହିଛି। କାହିଁକି ଏହି ମୃତ୍ୟୁଦର କମୁନାହିଁ ତାହା ନେଇ କୌଣସି ସଠିକ୍ ଉତ୍ତର ମଧ୍ୟ ମିଳୁନାହିଁ। ସେପଟେ ଯେତିକି ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ପ୍ରାୟ ସମସ୍ତେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରହିଛନ୍ତି। ତେବେ କ’ଣ ମେଡ଼ିକାଲ୍‌ରେ କରୋନା ସହ ଏହି ରୋଗଗୁଡ଼ିକର ଚିକିତ୍ସାରେ ଅବହେଳା କରାଯାଉଛି କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ତେବେ କରୋନା ପାଇଁ ପ୍ଲାଜମା ରାମବାଣ ହୋଇଥିବା ପ୍ରଶାସନ କହୁଥିବାବେଳେ ଗତ ଜୁଲାଇ ୨୧ ତାରିଖରୁ ପ୍ଲାଜମା ପ୍ରଦାନ ଆରମ୍ଭ ହୋଇଥିଲା। ସେହିଦିନ ପର୍ଯ୍ୟନ୍ତ ଗଂଜାମରେ ମୃତ୍ୟୁସଂଖ୍ୟା ୫୯ ଥିବାବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୧୭୯ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ପ୍ଲାଜମା ଥେରାପୀ କୌଣସି କାମ କରୁଛି କି ନାହିଁ ବୋଲି ବି ଲୋକେ ପ୍ରଶ୍ନ ଉଠାଇଲେଣି।

ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଆଜି ପର୍ଯ୍ୟନ୍ତ ଗଂଜାମରେ ୨୮୭ ଜଣ ପ୍ଲାଜମା ଦେବା ପାଇଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୬୭ ୟୁନିଟ୍ ପ୍ଲାଜମା ସଂଗ୍ରହ ହୋଇଛି। ୬୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ ୧୬ ଜଣ ସୁସ୍ଥ ହୋଇଥିବା ନେଇ ପ୍ରଶାସନ ସ୍ପଷ୍ଟ କରିଛି। ଆଜି ମଧ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୮ ବର୍ଷୀୟ ବୃଦ୍ଧା ଯେକି ମଧୁମେହ ରୋଗୀ, ୬୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୩ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ ଏବଂ ଅନ୍ୟଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛିି।

ଆଜି ନୂତନ ସଂକ୍ରମିତ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଥିବାବେଳେ ୧୬୧ ଜଣ ବିଭିନ୍ନ ବ୍ଲକ୍‌ର ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ନୂତନ ଭାବେ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତ ସଂଖ୍ୟା ୩ ହଜାର ଛୁଇଁଛି। ୨୬୨୬ (୮୭.୫%) ସୁସ୍ଥ, ୩୨୨ (୧୦.୭୩ ଆକ୍ଟିଭ୍‌), ୫୩ (୧.୭୭%) ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୬୦୧୨ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଆଜି ୧୪୧୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୨୮୭ ଜଣ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ୨୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ପର୍ଯ୍ୟନ୍ତ ୧୬୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୬୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬୬୦ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।

କରୋନା ଗଂଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026
Latest News

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.