Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅରୁଣ ଜେଟିଲଙ୍କ ଶ୍ରାଦ୍ଧ ବାର୍ଷିକରେ ଓଡିଶା ପାଇଁ ଅବଦାନକୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଅରୁଣ ଜେଟିଲଙ୍କ ଶ୍ରାଦ୍ଧ ବାର୍ଷିକରେ ଓଡିଶା ପାଇଁ ଅବଦାନକୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅରୁଣ ଜେଟିଲଙ୍କ ଶ୍ରାଦ୍ଧ ବାର୍ଷିକରେ ଓଡିଶା ପାଇଁ ଅବଦାନକୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ଜେଟଲୀ ଅନେକଙ୍କ ପାଇଁ ଜଣେ ଭଲ ବନ୍ଧୁ, ପଥପ୍ରଦର୍ଶକ ଏବଂ ଭଲ ଅଭିଭାବକ ଥିଲେ । ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ ।

ସ୍ୱାଧୀନତୋର ଭାରତରେ ତାଙ୍କ ଦ୍ୱାରା ଅଣାଯାଇଥିବା ବଡ ବଡ ସଂସ୍କାର କାରଣରୁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ପ୍ରଧାନ କହିଛନ୍ତି । ସ୍ୱର୍ଗତ ଅରୁଣ ଜେଟଲୀ ଓଡିଶାର ଜଣେ ବନ୍ଧୁ ଥିଲେ । ସେ ଓଡିଆ ଜାତିକୁ ଠିକ୍ ଭାବେ ଜାଣିଥିଲେ । ସର୍ବଦା କୁହନ୍ତି ଓଡିଆ ଜାତି ଏକ ବୁଦ୍ଧିଜୀବୀ ଲୋକଙ୍କର ଜାତି । ଡାକ୍ତର, ଓକିଲ, ପ୍ର୍ରଫେସର, ବିଚାରକ ହେବା ଓଡିଆ ଜାତିର ଗୁଣ ।

ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ତାଙ୍କ ଅନୁରୋଧ କ୍ରମେ ଅରୁଣ ଜେଟଲୀ ଭାରତ ସରକାରଙ୍କ ତରଫରୁ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିଲେ । ନବକଳେବର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ସେ ତତ୍‌କ୍ଷଣାତ୍ ଅନୁମତି ଦେଇଥିଲେ । ଓଡିଆ ଲୋକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅପାର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତିକୁ ଭାରତ ସରକାରଙ୍କ ସ୍ୱୀକୃତି ସହ ବଜେଟ୍ ପ୍ରସ୍ତାବର ଶବ୍ଦ ସଂଯୋଜନା ଅରୁଣ ଜେଟଲୀ କରିଥିଲେ ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026
Latest News

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.