ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

Published: Aug 25, 2020, 8:47 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକରୁ ୩୩ଜଣ, ବାଲିକୁଦା ବ୍ଲକରୁ ୨ଜଣ, ଏରସମା ବ୍ଲକରୁ ୩ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ରଘୁନାଥପୁର ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ଆଜି ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ପାରାଦ୍ବୀପରୁ ସର୍ବାଧିକ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ ୩୦ଜଣ ପିପିଏଲ୍ କର୍ମଚାରୀ ହୋଇଥିବା ବେଳେ ୪ଜଣ ପିପିଏଲ୍ ଟାଉନସିପ୍ ଏରିଆରୁ ଓ ୧୪ଜଣ ଜେ.ଏସ୍.ଡବ୍ଲୁ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୪୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୬ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୪୬୧ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Related posts