Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋରାଟୋରିୟମ ଉପରେ ସୁଧ ଛାଡ ପ୍ରସଙ୍ଗ :  କେନ୍ଦ୍ରକୁ ପକ୍ଷ ସ୍ପଷ୍ଟ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ
ଆଜିର ଖବର

ମୋରାଟୋରିୟମ ଉପରେ ସୁଧ ଛାଡ ପ୍ରସଙ୍ଗ :  କେନ୍ଦ୍ରକୁ ପକ୍ଷ ସ୍ପଷ୍ଟ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ

August 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମୋରାଟୋରିୟମ୍ ଉପରେ ସୁଧ ଛାଡ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୋରାଟୋରିୟମର ସୁଧଛାଡ ପାଇଁ ସରକାର ଆରବିଆଇ ପଛରେ ଲୁଚି ପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଓ ଏମ୍‌ ଆର ଶାହାଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲକଡାଉନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିଲା ତେଣୁ ଏହାର ଦାୟିତ୍ୱ ମଧ୍ୟ ସରକାର ନିଜ ଉପରକୁ ନେବା ଉଚିତ ବୋଲି କହିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ୱ ଲଦିଛନ୍ତି ସର୍ବୋଚ୍ଚ କୋର୍ଟ ।

ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ପରିସରରେ ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଋଣ ଉପରେ ସୁଧ ଛାଡ କରିବା ନିଷ୍ପତ୍ତି ସରକାରଙ୍କର ତେଣୁ ସରକାର ସମସ୍ତ ଦାୟିତ୍ୱ ଆରବିଆଇକୁ ଦେଇ ଖସି ଯାଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ଜୁନ୍‌ 17 ତାରିଖରେ ସର୍ବୋଚ୍ଚ କୋଟ୍‌ ବିଚାର ବିମର୍ଶ ପାଇଁ 2 ମାସ ସମୟ ଦେଇଥିଲେ । ପ୍ରାୟ 70 ଦିନ ପରେ ଏହି ପ୍ରସଙ୍ଗରେ ବିଚାର କରାଯାଇଛି । କିନ୍ତୁ ସରକାର ଓ ରିଜର୍ଭ ବ୍ୟାଙ୍କ ଏହି ସମ୍ବନ୍ଧରେ କୌଣସି ଉତ୍ତର ରଖିନଥିବାରୁ ସର୍ବୋଚ୍ଚ କୋର୍ଟ ଅସନ୍ତୁଷ୍ଟ ଜାହିର କରି କଡା ଟିପ୍ପଣୀ ଦେଇଛନ୍ତି । ଆସନ୍ତା ଅଗଷ୍ଟ 31 ତାରିଖରେ ମୋରାଟୋରିୟମ୍‌ ଅବଧି ଶେଷ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଯଦି ସରକାର ସୁଧରେ ରିହାତି ନେଇ କୌଣସି ପ୍ରକାରର ନିଷ୍ପତ୍ତି ନେବେ ନାହିଁ । ତେବେ ସେପ୍ଟେମ୍ବର 1 ତାରିଖରେ ସର୍ବୋଚ୍ଚ କୋର୍ଟ କିଛି ତାଙ୍କର ଆଦେଶ ଦେବେ ବୋଲି ସୂଚନା ରହିଛି ।

ତେବେ ଏହି ପ୍ରସଙ୍ଗରେ ଜବାବ ଦାଖଲ ଲାଗି କୋର୍ଟଙ୍କୁ ଏକ ସପ୍ତାହ ସମୟ ମାଗିଥିବା ବେଳେ କୋର୍ଟ ତାହା ମଞ୍ଜୁର କରିଛନ୍ତି। ସରକାର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ନେଇ ନିଜର ନୀତି ସ୍ପଷ୍ଟ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026
Latest News

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.