Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋରାଟୋରିୟମ ଉପରେ ସୁଧ ଛାଡ ପ୍ରସଙ୍ଗ :  କେନ୍ଦ୍ରକୁ ପକ୍ଷ ସ୍ପଷ୍ଟ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ
ଆଜିର ଖବର

ମୋରାଟୋରିୟମ ଉପରେ ସୁଧ ଛାଡ ପ୍ରସଙ୍ଗ :  କେନ୍ଦ୍ରକୁ ପକ୍ଷ ସ୍ପଷ୍ଟ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ

August 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମୋରାଟୋରିୟମ୍ ଉପରେ ସୁଧ ଛାଡ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୋରାଟୋରିୟମର ସୁଧଛାଡ ପାଇଁ ସରକାର ଆରବିଆଇ ପଛରେ ଲୁଚି ପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଓ ଏମ୍‌ ଆର ଶାହାଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲକଡାଉନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିଲା ତେଣୁ ଏହାର ଦାୟିତ୍ୱ ମଧ୍ୟ ସରକାର ନିଜ ଉପରକୁ ନେବା ଉଚିତ ବୋଲି କହିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ୱ ଲଦିଛନ୍ତି ସର୍ବୋଚ୍ଚ କୋର୍ଟ ।

ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ପରିସରରେ ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଋଣ ଉପରେ ସୁଧ ଛାଡ କରିବା ନିଷ୍ପତ୍ତି ସରକାରଙ୍କର ତେଣୁ ସରକାର ସମସ୍ତ ଦାୟିତ୍ୱ ଆରବିଆଇକୁ ଦେଇ ଖସି ଯାଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ଜୁନ୍‌ 17 ତାରିଖରେ ସର୍ବୋଚ୍ଚ କୋଟ୍‌ ବିଚାର ବିମର୍ଶ ପାଇଁ 2 ମାସ ସମୟ ଦେଇଥିଲେ । ପ୍ରାୟ 70 ଦିନ ପରେ ଏହି ପ୍ରସଙ୍ଗରେ ବିଚାର କରାଯାଇଛି । କିନ୍ତୁ ସରକାର ଓ ରିଜର୍ଭ ବ୍ୟାଙ୍କ ଏହି ସମ୍ବନ୍ଧରେ କୌଣସି ଉତ୍ତର ରଖିନଥିବାରୁ ସର୍ବୋଚ୍ଚ କୋର୍ଟ ଅସନ୍ତୁଷ୍ଟ ଜାହିର କରି କଡା ଟିପ୍ପଣୀ ଦେଇଛନ୍ତି । ଆସନ୍ତା ଅଗଷ୍ଟ 31 ତାରିଖରେ ମୋରାଟୋରିୟମ୍‌ ଅବଧି ଶେଷ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଯଦି ସରକାର ସୁଧରେ ରିହାତି ନେଇ କୌଣସି ପ୍ରକାରର ନିଷ୍ପତ୍ତି ନେବେ ନାହିଁ । ତେବେ ସେପ୍ଟେମ୍ବର 1 ତାରିଖରେ ସର୍ବୋଚ୍ଚ କୋର୍ଟ କିଛି ତାଙ୍କର ଆଦେଶ ଦେବେ ବୋଲି ସୂଚନା ରହିଛି ।

ତେବେ ଏହି ପ୍ରସଙ୍ଗରେ ଜବାବ ଦାଖଲ ଲାଗି କୋର୍ଟଙ୍କୁ ଏକ ସପ୍ତାହ ସମୟ ମାଗିଥିବା ବେଳେ କୋର୍ଟ ତାହା ମଞ୍ଜୁର କରିଛନ୍ତି। ସରକାର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ନେଇ ନିଜର ନୀତି ସ୍ପଷ୍ଟ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026
Latest News

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.