Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ ଦୂରତ୍ବ ଆଳରେ ସଂକ୍ରମିତଙ୍କ ପରିବାରଙ୍କୁ କରାଯାଉଛି ସାମାଜିକ ବାସନ୍ଦ :  ପାଣି ନ ମିଳିବାରୁ ବର୍ଷା ପାଣି ପିଇ ମେଣ୍ଟାଉଛନ୍ତି ଶୋଷ
ଆଜିର ଖବର

ସାମାଜିକ ଦୂରତ୍ବ ଆଳରେ ସଂକ୍ରମିତଙ୍କ ପରିବାରଙ୍କୁ କରାଯାଉଛି ସାମାଜିକ ବାସନ୍ଦ :  ପାଣି ନ ମିଳିବାରୁ ବର୍ଷା ପାଣି ପିଇ ମେଣ୍ଟାଉଛନ୍ତି ଶୋଷ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟସେନ : କରୋନା ସଂକ୍ରମଣରୁ ମୁକ୍ତ ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି ସାମାଜିକ ଦୂରତ୍ବ ଏବେ ସାମାଜିକ ବାସନ୍ଦରେ ପରିଣତ ହେବାକୁ ଲାଗିଲାଣି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରୁ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଓବୁଦୁଲାଗଞ୍ଜ ବ୍ଲକରେ କରୋନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚରମ ବିଫଳତା ସାମ୍ନାକୁ ଆସିଛି । ଏଠାରେ ଖସରୋଦ ଗ୍ରାମରେ ଜଣେ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କୁ ଏକ ଟାପରିଆରେ ଅଗଷ୍ଟ 17 ତାରିଖରେ ଗାଈ ଓ ବଳଦ ସହିତ ହୋମ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଏହା ସହିତ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କ ସହିତ ଗ୍ରାମବାସୀମାନେ ସଉତୁଣୀ ପୂର୍ଣ୍ଣ ବ୍ୟବହାର କରୁଛନ୍ତି । ତାଙ୍କୁ ଏକପ୍ରକାର ବାସନ୍ଦ କରିଥିବାର ସୂଚନା ରହିଛି । ଏପରିକି କ୍ବାରେଣ୍ଟିନ୍‌ରେ ଥିବା ପରିଜନଙ୍କୁ ରାସନ ନା ପିଇବାକୁ ପାଣି ମିଳୁଛି । ସେମାନେ ବାଧ୍ୟ ହୋଇ ବର୍ଷା ପାଣି ପିଉଥିବାର ସୂଚନା ରହିଛି ।

ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ଗ୍ରାମବାସୀମାନେ ତାଙ୍କୁ ଏପ୍ରକାର ବାସନ୍ଦକରିଥିବାବେଳେ ସରକାରୀସ୍ତରରେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହାୟତା ତଥା ସୁବିଧା ଦିଆଯାଉନାହିଁ ।

ସଂକ୍ରମିତ ଯୁବକଙ୍କ ପିତାଙ୍କ କହିବାନୁସାରେ ତାଙ୍କୁ କ୍ବାରେଣ୍ଟାଇନ୍‌ କରାଯିବା ସମୟରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ତାଙ୍କ ସମ୍ପର୍କରେ କିଛି ପଚରାଉଚୁରା କରିନେଇନାହାନ୍ତି । ସେମାନେ ନିଜେ ତହସିଲଦାର ଓ ସ୍ବାସ୍ଥ୍ୟବିଭାଗକୁ ତାଙ୍କ ପୁଅ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ଦେଇଥିଲେ ।

ଏହି ଖବର ମିଳିବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟ ବିଭାଗ ଏକ ଗାଡି ପଠାଇ ତାଙ୍କ ପୁଅକୁ ଭୋପାଳ କୋଭିଡ୍‌ ସେଣ୍ଟର ନେଇଥିଲେ । କିନ୍ତୁ ତାଙ୍କ ପରିବାର ସମ୍ପର୍କରେ କୌଣସି ପ୍ରକାରର ଦୃଷ୍ଟି ଦେଇନାହାନ୍ତି ସ୍ବାସ୍ଥ୍ୟବିଭାଗ । ସଂକ୍ରମିତ ଯୁବକଙ୍କ ମାତା ଜଣେ ଅଙ୍ଗନଓ୍ବାଡି ସହାୟିକା ରୂପେ କାର୍ଯ୍ୟ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ଏପରି ଉଦାସୀନତାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026
Latest News

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.