ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଝାଡଖଣ୍ଡ ମୁହାଁ, ସମୁଦ୍ର ଭିତରେ ବାତ୍ୟା ବଳୟ

Published: Aug 27, 2020, 1:43 pm IST

ଭୁବନେଶ୍ବର, ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ଲଘୁଚାପ ବର୍ତ୍ତମାନ ଝାଡଖଣ୍ଡ ମୁହାଁ ହେବାରେ ଲାଗିଛି। ଏହା ଦକ୍ଷିଣ-ପଶ୍ଚିମ ଝାଡଖଣ୍ଡ ଉପରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ସମୁଦ୍ର ଭିତରେ ଏହି ଲଘୁଚାପର ବାତ୍ୟା ବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ 7.6 କିଲୋମିଟର ଉଚ୍ଚତାରେ ପ୍ରବାହିତ ହେଉଛି। ଏହାଦ୍ବାରା ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଗତ ଦୁଇଦିନ ଧରି ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ମଧ୍ୟମ ବୃଷ୍ଟିପାତ ହୋଇଛି। ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହୋଇଛି। ସେହିପରି ଅଧିକାଂଶ ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବୃଷ୍ଟିପାତ ହୋଇଛି। ଗତ 24 ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସହରରେ ରେକର୍ଡ ହୋଇଥିବା ବୃଷ୍ଟିପାତର ମୁଖ୍ୟ ପରିମାଣ ହେଉଛି:
ତେଲକୋଇ- 21, ଲାଇକେରା- 21, କିରିମିରା- 21, ଆଠମଲିକ- 20, କୋଲାବିରା- 20, ଜାମଙ୍କିରା (ସମ୍ବଲପୁର)- 17, ଫିରିଙ୍ଗିଆ- 17, ବାରକୋଟ୍ (ଦେଓଗଡ) 16, ଟିକରପଡା (ଅନୁଗୁଳ) 16, ଅଗଲପୁର (ବଲାଙ୍ଗୀର) 16, ହାଡଭଙ୍ଗା (ବଉଦ) 15, କୁଚିଣ୍ଡା (ସମ୍ବଲପୁର) 15, ବାମରା (ସମ୍ବଲପୁର) 15, ଗୁରୁଣ୍ଡିଆ (ସୁନ୍ଦରଗଡ) 15, ଦେଓଗାଓଁ (ଝାରସୁଗୁଡା) 15, ଫୁଲବାଣୀ (କନ୍ଧମାଳ) 15, ଝାରସୁଗୁଡା- 15, ରାଜଗଙ୍ଗପୁର (ସୁନ୍ଦରଗଡ) 14, ରାଜକିଶୋରନଗର (ଅନୁଗୁଳ) 14, ଟାଙ୍ଗରପାଲି (ସୁନ୍ଦରଗଡ) 13,

Related posts