Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୋଚନୀୟ ଅବସ୍ଥାରେ ବାଲେଡିହ-ମୁକ୍ତାଦେଇପୁର ରାସ୍ତା: ଏନେଇ ଧ୍ୟାନ ଦେବାକୁ ଚିଲିକା ବିଧାୟକଙ୍କ ନିକଟରେ ଦାବି
ଆଜିର ଖବର

ଶୋଚନୀୟ ଅବସ୍ଥାରେ ବାଲେଡିହ-ମୁକ୍ତାଦେଇପୁର ରାସ୍ତା: ଏନେଇ ଧ୍ୟାନ ଦେବାକୁ ଚିଲିକା ବିଧାୟକଙ୍କ ନିକଟରେ ଦାବି

August 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍‌ ଶୋଚନୀୟ ହୋଇପଡିଛି। ବର୍ଷା ଯୋଗୁଁ ରାସ୍ତା ଉପରେ ପାଣିଜମି ରହିବାଫଳରେ ଲୋକମାନେ ଯିବା ଆସିବା ଲାଗି ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି ରାସ୍ତାଉପରେ ବେଙ୍ଗରାଜପଲ୍ଲୀ, କୋସରଡା ପରି ତିନି ରୁ ଚାରିଖଣ୍ଡ ଗ୍ରାମ ନିର୍ଭର କରୁଥିବାବେଳେ ମୁଖ୍ୟ ରାସ୍ତାଟିର ଅବସ୍ଥା ବିପଜ୍ଜନକରହିଛି। ଏହି ରାସ୍ତା ଉପରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଲୋକ ନିର୍ଭରଶୀଳ ରହିଥିବାବେଳେ ଏହି ରାସ୍ତାର ଅବସ୍ଥା ବେଶ୍‌ ସାଂଘାତିକ ରହିଛି।

ଗତବର୍ଷ ଏକ ସୁନାମଧନ୍ୟ କଣ୍ଟ୍ରାକ୍ଟର ଏହି ରାସ୍ତା କାମ ଆରମ୍ଭ କରିଥିବାବେଳେ ଅଧାରୁ ରାସ୍ତା କାମ ବନ୍ଦ କରିଦେଇଥିଲେ। ଯାହାଫଳରେ ଟିକିଏ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାବେଳେ ରାସ୍ତା ସାରା ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି। ଅପରପକ୍ଷରେ ସେହି ଅଞ୍ଚଳର କିଛି ଅସାମାଜିକ ଯୁବକ ଏହି ରାସ୍ତା ଉପରେ ମଳତ୍ୟାଗ କରୁଥିବାର ଅଭିଯୋଗ ହେଉଛି। ସ୍ଥାନୀୟ ଲୋକମାନେ ଏହି ଅସାମାଜିକ ଯୁବକଙ୍କୁ ଏନେଇ ତାଗିଦା କରିବାବେଳେ ସମ୍ପୃକ୍ତ ଯୁବକମାନେ ସ୍ଥାନୀୟବାସୀଙ୍କୁ ଧମକ ଦେଉଛନ୍ତି। ଅପରପକ୍ଷରେ ସ୍ଥାନୀୟ ଯୁବକମାନେ ନିଜ ଉଦ୍ୟମରେ ରାସ୍ତାରେ ବାଲି ପକାଉଥିଲେ ମଧ୍ୟ ଏହା କୌଣସି କାର୍ଯ୍ୟ ଦେଉନାହିଁ। ବର୍ଷା ଯୋଗୁଁ ରାସ୍ତା ପୂର୍ବବତ୍‌ ହୋଇଯାଉଛି।

ଠିକ ସେହିପରି ଏହି ରାସ୍ତା ଆରମ୍ଭରୁ ନାରଣପୁର ଗ୍ରାମ ଦେଇ ବାଣପୁର ଯାଉଥିବା ରାସ୍ତା ମଧ୍ୟ ଆହୁରି ଅଧିକ କଦର୍ଯ୍ୟ ହୋଇପଡିଛି। ଦୀପ ତଳ ଅନ୍ଧାର ପରି ବାଣପୁର ଠାରୁ ମାତ୍ର ଦୁଇ କିଲୋ ମିଟର ଦୂରରେ ରହିଥିବା ଏହି ପ୍ରମୁଖ ରାସ୍ତା ପ୍ରତି ପ୍ରଶାସନ କିମ୍ବା ବିଧାୟକ ଧ୍ୟାନ ନ ଦେବା ଏକ ଦୁର୍ଭାଗ୍ୟର ବିଷୟ।

ତେବେ ରାସ୍ତା କାମ ଅଧାରୁ ବନ୍ଦ କରାଯାଇ ଲୋକଙ୍କୁ କାହିଁ ହଇରାଣ ହରକତ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନଉଠୁଛି। ଅପରପକ୍ଷରେ ବାଣପୁର ବ୍ଲକର ସୁରକ୍ଷା ପାଇଁ ରାତିଅଧିଆ ପାଚେରୀ କାର୍ଯ୍ୟ ହେଇପାରୁଥିବାବେଳେ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ଵ ଲୋକ ନିର୍ଭରଶୀଳ ରହିଥିବା ଏକ ରାସ୍ତା କାମ କ’ଣ ପାଇଁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ। ସମ୍ପ୍ରତି କରୋନା ସମୟରେ ସ୍ବଚ୍ଛ ଓ ପରିଷ୍କାର ରହିବା ନିତାନ୍ତ ଆବଶ୍ୟକତା ହୋଇଥିବାବେଳେ ଏପରି ଏକ କଦର୍ଯ୍ୟ ରାସ୍ତାରେ ଲୋକମାନେ କିପରି ସ୍ବଚ୍ଛ ଓ ପରିଷ୍କାର ରହିପାରିବେ ତାହା ଆଉ ଏକ ପ୍ରଶ୍ନ। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବା ନେଇ ସାଧାରଣରେ ଦାବି କରାଯାଇଛି।

ନିକଟରେ ଚିଲିକା ବିଧାୟକ ନିଜ କାର୍ଯ୍ୟର ବିବରଣୀ ପ୍ରଦାନ କରିବା ସହ ସମ୍ପୃକ୍ତ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ହଜାରକୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହି ରାସ୍ତା ପ୍ରତି ବିଧାୟକଙ୍କ କିପରି ଦୃଷ୍ଟିଗୋଚର ହେଉ ନାହିଁ ତାହା ଏବେ ପ୍ରଶ୍ନର ବିଷୟ ପାଲଟିଛି। ଚିଲିକା ବିଧାୟକ ବିକାଶକୁ ଅଗ୍ରାଧିକାର ଦେଉଥିବାବେଳେ ସେହି ଅଞ୍ଚଳର ଏକ ପ୍ରମୁଖ ରାସ୍ତାର ଅବସ୍ଥା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି।

ବାଣପୁର ବାଲଡିହ-ମୁକ୍ତାଦେଇପୁରରାସ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025

ଅଗଷ୍ଟ ୧୫ ପୂର୍ବରୁ ଲାଲକିଲ୍ଲାର ସୁରକ୍ଷାରେ ବଡ଼ ତ୍ରୁଟି: ପାଞ୍ଚ ବାଂଲାଦେଶୀ ଗିରଫ, ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ

August 5, 2025

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025
Latest News

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025

ଅଗଷ୍ଟ ୧୫ ପୂର୍ବରୁ ଲାଲକିଲ୍ଲାର ସୁରକ୍ଷାରେ ବଡ଼ ତ୍ରୁଟି: ପାଞ୍ଚ ବାଂଲାଦେଶୀ ଗିରଫ, ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ

August 5, 2025

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025

ଏନଡିଏ ସଂସଦୀୟ ଦଳ ବୈଠକ: ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ, ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.