Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବିବା ଭୁଲ୍‌, ସତର୍କ ରହିବା ଜରୁରୀ: ଜିଲ୍ଲାପାଳ
ଆଜିର ଖବର

ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବିବା ଭୁଲ୍‌, ସତର୍କ ରହିବା ଜରୁରୀ: ଜିଲ୍ଲାପାଳ

August 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କୋଭିଡ଼୍ ପରିଚାଳନାଗତ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରେ ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ୍ୟପଂଚାୟତ ଓ ୱାର୍ଡ଼ସ୍ତରୀୟ କୋଭିଡ଼୍ ପରିଚାଳନା, ପରିଚାଳନାରେ ସଂଘଗୁଡ଼ିକର ସଂପୃକ୍ତି କରାଇବା, ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ, ଗର୍ଭବତୀ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ପରୀକ୍ଷା, ମିନି କଣ୍ଟନମେଣ୍ଟ ଜୋନ୍‌ର ପରିଚାଳନା, ସାମାଜିକ ଦୂରତ୍ୱ, ସମସ୍ତ ଏନ୍‌ଏସି ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଅଣ୍ଡା ବଣ୍ଟନ, ଆଡ଼ମିଶନ, ଡ଼ିସଚାର୍ଜ ଓ ମୃତ୍ୟୁଜନୀତ ପଂଜିକରଣ ଇତ୍ୟାଦି ବିଷୟରେ ସବିସ୍ତୃତ ଆଲୋଚନା ହୋଇଥିଲା।

ସେପ୍ଟେମ୍ବର ମାସ ମଧ୍ୟ ଗଂଜାମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଂଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୁଲ୍। ତେଣୁ ଜିଲ୍ଲାବାସୀ ସତର୍କ ରହିବା ନିହାତି ଆବଶ୍ୟକ। ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ ଦୃଷ୍ଟି ଦିଅନ୍ତୁ, ପୂର୍ବଦିନମାନଙ୍କରେ ଯୋଜନା ପ୍ରସ୍ତୁତ କରି ପରୀକ୍ଷା କଲେ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରିବ। କମ୍ୟୁନିଟି କ୍ୱାଡ଼ର କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାନ୍ତୁ। କୋଭିଡ଼୍ ହୋମ୍ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ। ହୋମ୍ ଆଇସୋଲେସନ୍ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀଗଣ ଭି.ସି. ମିଟି କରି ତାଙ୍କର ଅବସ୍ଥା ବୁଝନ୍ତୁ। ମେଗା ହେଲ୍‌ଥ ସ୍କ୍ରିନିଂ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀରେ ଚଳଚଞ୍ଚଳ ଥିବା କୋଭିଡ଼୍ ସଖୀ ଭାବେ ଗ୍ରହଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନ ଦ୍ୱାରା ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟ ପରିଚାଳନା କରାଯିବ। ଗର୍ଭବତୀ ମହିଳାଙ୍କର ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ। ମିନି କଣ୍ଟେନମେଣ୍ଟ ଅଂଚଳରେ ଭଲ କାର୍ଯ୍ୟ କରିବା ଯୋଗୁଁ ସଂକ୍ରମଣ ସଂଖ୍ୟା କମିଥିଲା।

ବର୍ତ୍ତମାନ ଖୋଲାଯାଉଥିବା ଦୋକାନ ଗୁଡ଼ିକ ସାମାଜିକ ଦୂରତ୍ୱ ପାଳନ କରୁନଥିବା ଦୃଷ୍ଟିକୁ ଆସୁଛି। ତେଣୁ ଚଢ଼ାଉ କରି ସଂପୃକ୍ତ ଦୋକାନକୁ ସାତଦିନ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ସୋମବାର ଦିନ ଅଣ୍ଟା ବିତରଣ ହେବ। ସେପ୍ଟେମ୍ବର ମାସରେ ଚାରିମାସର ଜାତୀୟ ପେନସନ ଭତ୍ତା ଓ ମଧୁବାବୁ ପେନସନ ଭତ୍ତା ବଣ୍ଟନ କରାଯିବ। ସେପ୍ଟେମ୍ବର ମାସରେ ସମସ୍ତ ଏନ୍‌ଏସି ପରିଷଦ ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ। ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ଓ ବିଦ୍ୟାଳୟଗୁଡ଼ିକର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ସ୍ୱତନ୍ତ୍ର ଅତିିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଲୋଚନ ମହାନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଆର୍ ଜଗଦୀଶ ପଟ୍ଟନାୟକ ଓ ଏନ୍‌. ଆର୍‌ଏଚ୍‌ଏମ୍‌ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.