
ବିଏସ୍ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି କେନ୍ଦ୍ରମନ୍ତ୍ରୀ ଇରାନୀ ପ୍ରକାଶ କରିଥିଲେ। ୨୦୦୪ରେ ଶ୍ରୀ ମିଶ୍ର ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରି ସମୁଦାୟ ଭୋଟର ୧୬.୮୫ ପ୍ରତିଶତ ଭୋଟ ହାସଲ କରିଥିଲେ।