Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁକ୍ତ ତିନି ବିଜ୍ଞାନ ଶେଷ ସେମିଷ୍ଟାର ପରୀକ୍ଷାରେ ନୀଳକଣ୍ଠନଗର ସରସ୍ୱତୀ ଡ଼ିଗ୍ରୀ ମହାବିଦ୍ୟାଳୟର ସଫଳତା
ଆଜିର ଖବର

ଯୁକ୍ତ ତିନି ବିଜ୍ଞାନ ଶେଷ ସେମିଷ୍ଟାର ପରୀକ୍ଷାରେ ନୀଳକଣ୍ଠନଗର ସରସ୍ୱତୀ ଡ଼ିଗ୍ରୀ ମହାବିଦ୍ୟାଳୟର ସଫଳତା

September 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ନୀଳକଣ୍ଠନଗର ଡ଼ିଗ୍ରୀ ବିଦ୍ୟାମନ୍ଦିରର ଛାତଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ସମଗ୍ର ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରୁ ସମ୍ମାନର ସହିତ ୧୩୫୧ ମାର୍କ ରଖି ସୁଶ୍ରୀ ମିମାଂସା ସାହୁ ଶ୍ରେଷ୍ଠ ସ୍ନାନକ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି। ସାତଟି ସମ୍ମାନ ବିଷୟ ମଧ୍ୟରୁ ୧୦ ନମ୍ବର ର‌୍ୟାଙ୍କ ମଧ୍ୟରେ ଏହି ଅନୁଷ୍ଠାନର ୪୨ ଜଣ ବିଦ୍ୟାର୍ଥୀ ନିଜର ଶ୍ରେଷ୍ଠ ଯୋଗ୍ୟତା ପ୍ରତିପାଦନ କରିଛନ୍ତି।

ପ୍ରାଣୀ ବିଜ୍ଞଶନରେ ସୁଶ୍ରୀ ମିମାଂସା ସାହୁ ପ୍ରଥମ, କମ୍ପ୍ୟୁଟର ବିଜ୍ଞାନ ବିଭାଗରୁ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମ, ଭୂତତ୍ୱ ବିଜ୍ଞାନ ବିଭାଗରୁ ଶୁଲକ୍ଷ୍ମୀ ଭୂୟାଁ ପ୍ରଥମ, ଗଣିତ ବିଭାଗରୁ ଅଭିପ୍ସା ପ୍ରଜ୍ଞା ଦାଶ ପ୍ରଥମ, ରସାୟନ ବିଜ୍ଞାନ ବିଭାଗରୁ ଅନମୋଲ ବେହେରା ପ୍ରଥମ, ଉଦ୍ଭିଦ ବିଜ୍ଞାନ ବଭାଗରୁ ଇ. ପୂଜା ପ୍ରଥମ, ପଦାର୍ଥ ବିଜ୍ଞାନ ବିଭାଗରୁ ହରିହର ବିଶ୍ୱନାଥ ପ୍ରଥମ ର‌୍ୟାଙ୍କ ରଖିଛନ୍ତି। ଏହି ଅଦ୍ଭୁତ ଏବଂ ବିରଳ କୃତିତ୍ୱ କଠୋର ପରିଶ୍ରମ, ଅଧ୍ୟାପକଙ୍କ ଅତୁଳନୀୟ ସେବା, ପରିଚାଳନା ସମିତିର ପ୍ରୋତ୍ସାହନ ଦ୍ୱାରା ସମ୍ଭବ ହୋଇପାରିଛି।

ଏହି ସଫଳତା ପାଇଁ ବହୁ ଅଭିଭାବକ ସମେତ ପରିଚାଳନା କମିଟିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରେକୃଷ୍ଣ ନାୟକ, ସଂପାଦକ ନାରାୟଣ ପଣ୍ଡା, ଯୁଗ୍ମ ସଂପାଦିକା ଇଂ. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜୁ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ପାଢ଼ୀ, ଯୁକ୍ତ ତିନି ବିଭାଗର ଡ଼ିନ୍ ଡ. ବିବେକାନନ୍ଦ ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷ ଏସ୍‌. ମୋହନ ରାଓ, ଶିଶୁମନ୍ଦିରର ପ୍ରାଧାନାଚାର୍ଯ୍ୟ ଉମାଧବ ମହାନ୍ତି, ଯୁକ୍ତ ତିନି ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ. ସୁବ୍ରତ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମହେଶ ଦୀକ୍ଷିତ ହେଲେ ଦେଶର ନୂଆ ଆଇବି ମୁଖ୍ୟ

June 26, 2026

ପୀତବାସ ପଣ୍ଡା ହତ୍ୟା ମାମଲା: ଫାଇନାଲ ଚାର୍ଜସିଟ ଦାଖଲ

June 26, 2026

ବଢିଲା ପାସପୋର୍ଟ ଫି

June 25, 2026

ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସର ବଡ଼ ଚଢ଼ାଉ : ତିନି ଠିକାଦାର ଗିରଫ

June 25, 2026
Latest News

ମହେଶ ଦୀକ୍ଷିତ ହେଲେ ଦେଶର ନୂଆ ଆଇବି ମୁଖ୍ୟ

June 26, 2026

ପୀତବାସ ପଣ୍ଡା ହତ୍ୟା ମାମଲା: ଫାଇନାଲ ଚାର୍ଜସିଟ ଦାଖଲ

June 26, 2026

ବଢିଲା ପାସପୋର୍ଟ ଫି

June 25, 2026

ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସର ବଡ଼ ଚଢ଼ାଉ : ତିନି ଠିକାଦାର ଗିରଫ

June 25, 2026

ମୋଦିଙ୍କ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଅମିତ ଶାହା: ମନ୍ତ୍ରିପରିଷଦ ପୁନର୍ଗଠନ ନେଇ ଚର୍ଚ୍ଚା ତୀବ୍ର

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.