Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»+୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶିତ: ଗଂଜାମରେ +୨ରେ ୭୪.୪୭% ପାଶ୍‌
ଆଜିର ଖବର

+୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶିତ: ଗଂଜାମରେ +୨ରେ ୭୪.୪୭% ପାଶ୍‌

September 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ +୨କଳା ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଂଜାମ, ଗଜପତି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ କଳା ପରୀକ୍ଷାରେ ସାମଗ୍ରିକ ଫଳାଫଳ ହାର ୬୧.୨୨ ପ୍ରତିଶତ ରହିଛି। ଦକ୍ଷିଣାଞ୍ଚଳରେ ୪୫୪୫୫ ଜଣ କଳାରେ ପରୀକ୍ଷା ଦେଇଥିବାବେଳେ ୨୯୪୯୩ ଜଣ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୨୯୬, ଦ୍ୱିତୀୟ ଶ୍ରେଣୀରେ ୪୮୪୮, ୨୧୩୩୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଦକ୍ଷିଣାଞ୍ଚଳ ଧନ୍ଦାମୂଳକ ପରୀକ୍ଷାରେ ୯୬୧ ପରୀକ୍ଷାର୍ଥୀ ମଧ୍ୟରୁ ୪୯୪ ଜଣ ପାସ୍ କରିଛନ୍ତି।

୬୩ ଜଣ ପ୍ରଥମ, ୧୫୬ ଜଣ ଦ୍ୱିତୀୟ ଓ ୨୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗଂଜାମ ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ ୧୮୧୫୦ ଛାତ୍ରଛାତ୍ରୀ ମଧ୍ୟରୁ ୧୩୫୧୭ ଜଣ ପାସ୍ ହୋଇଛନ୍ତି। ୨୦୪୬ ଜଣ ପ୍ରଥମ ଶ୍ରେଣୀ, ୨୭୯୧ ଜଣ ଦ୍ୱିତୀୟ ଶ୍ରେଣୀ, ୮୬୭୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୫ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍ କରିଛନ୍ତି। ଜିଲ୍ଲାର ଫଳାଫଳ ରହିଛି ୭୪.୪୭ ପ୍ରତିଶତ। ୧୬ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍‌ରେ ଅଭିଯୁକ୍ତ ହୋଇଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ମୋଟ ୨୬୨ ପରୀକ୍ଷାର୍ଥୀ ମଧ୍ୟରୁ ୧୫୯ ଜଣ ପାସ୍ କରିଛନ୍ତି। ୨୨ ଜଣ ପ୍ରଥମ, ୪୨ ଜଣ ଦ୍ୱିତୀୟ ଓ ୮୭ ଜଣ ତୃତୀୟ ଶ୍ରେଣୀରେ, ୮ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୬୦.୬୮ ପ୍ରତିଶତ ରହିଛି। ଚଳିତବର୍ଷ +୨ କଳା ପରୀକ୍ଷାରେ ଗଂଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାରଠାରୁ ମଧ୍ୟ ଅଧିକ ରହିଛି। ରାଜ୍ୟରେ ଫଳାଫଳ ହାର ୬୭.୫୬ ଥିବାବେଳେ ଗଂଜାମ ଜିଲ୍ଲାରେ ରହିଛି ୭୪.୪୭%। ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍‌ଲା ମଧ୍ୟଳୁ କଳା ସ୍ରୋତରେ ଗଂଜାମ ଜିଲ୍ଲା ସର୍ବାଗ୍ରେ ରହିଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳ ଜିଲ୍ଲା ଆଗରେ ରହିଥିବା ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି।

ଗଂଜାମ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.