ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସୋୟପୁରର ଏକ କବରସ୍ଥାନରେ ଜଣେ ବୃଦ୍ଧଙ୍କକୁ କବର ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଝିଅ ଅନ୍ୟ ଧର୍ମରେ ବିବାହ କରିବା ପରେ ବୃଦ୍ଧ ପିତାଙ୍କ ମୃତଦେହକୁ କବରସ୍ଥାନରେ ସ୍ଥାନ ନ ଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏପରି ଏକ ଘଟଣା ସେପ୍ଟେମ୍ବର 6ତାରିଖରେ ଘଟିଥିବାର ସୂଚନା ରହିଛି । ମୃତ ବୃଦ୍ଧଙ୍କ ବଡ ଝିଅଙ୍କ ମତରେ ସେ ଜଣେ ହିନ୍ଦୁ ଯୁବକକୁ ବିବାହ କରି ଧର୍ମ ପରିବର୍ତ୍ତନ କରିଥିଲେ । ଏଥିପାଇଁ ତାଙ୍କ ସମାଜ କବରସ୍ଥାନରେ ତାଙ୍କ ପିତାଙ୍କ ଶବକୁ କବର ଦେବା ପାଇଁ ସ୍ଥାନ ଦେଇନଥିଲେ ।
ମିଳିଥିବା ସୂଚନା ଅନୁସାରେ ସଲାପୁରଠାରେ ଜଣେ ବୃଦ୍ଧଙ୍କ ଶବକୁ କବର ଦେବାକୁ ନେଇ ବିବାଦ ହୋଇଥିଲା । ମୁସଲିମ୍ ସମାଜର କିଛି ଲୋକେ ବୃଦ୍ଧଙ୍କ ଶବକୁ ପୋତିବାକୁ ନେଇ ବିରୋଧ କରିଥିଲେ । ବୃଦ୍ଧଙ୍କ ବଡ ଝିଅ ଅନ୍ୟ ଧର୍ମରେ ବିବାହ କରି ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ବୃଦ୍ଧଙ୍କ ସହ ଏପରି ବ୍ୟବହାର କରାଯାଇଥିବାର ଅଭିଯୋଗ କରିଛନ୍ତି ମୃତ ବୃଦ୍ଧଙ୍କ ବଡ ଝିଅ । ଏହାପରେ ବୃଦ୍ଧଙ୍କ ଝିଅ ସ୍ଥାନୀୟ ପୋଲିସ୍ର ସାହାଯ୍ୟ ମାଗିଥିଲେ, କିନ୍ତୁ ସାହାଯ୍ୟ ପାଇନଥିଲେ । ପରେ ଚମ୍ବଲର ଆଇଜିଙ୍କୁ ଫୋନ୍କରି ସାହାଯ୍ୟ ଭିକ୍ଷା କରିଥିଲେ । ଏହାପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କର ଅନ୍ତିମସଂସ୍କାର ପାଇଁ ସାହାଯ୍ୟ କରିଥିଲେ ।
ଅପରପକ୍ଷରେ, ଉକ୍ତ କବରସ୍ଥାନରେ ଗୃହ ନିର୍ମାଣକୁ ନେଇ ଓ୍ବାକ୍ଫ କମିଟି ଓ ଉକ୍ତ ବୃଦ୍ଧଙ୍କ ବିରୋଧରେ ମଧ୍ୟ କେସ୍ ଚାଲୁଥିଲା । କବରସ୍ଥାନରେ ଭୂମି ବିବାଦ ରହିଥିବାର ସୂଚନା ରହିଛି । ତେବେ ଘଟଣାର ପ୍ରକୃତ କାରଣ କ’ଣ ସେ ସମ୍ପର୍କରେ ପୋଲିସ୍ ଯାଞ୍ଚ ଆରମ୍ଭକରିଛି । (ଏଜେନ୍ସି)