Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝିଅ ଯୋଗୁଁ ବୃଦ୍ଧ ପିତାଙ୍କ ମୃତଦେହକୁ କବରସ୍ଥାନରେ ମିଳିଲାନି ଜାଗା, ଜାଣନ୍ତୁ କାରଣ କ’ଣ
ଆଜିର ଖବର

ଝିଅ ଯୋଗୁଁ ବୃଦ୍ଧ ପିତାଙ୍କ ମୃତଦେହକୁ କବରସ୍ଥାନରେ ମିଳିଲାନି ଜାଗା, ଜାଣନ୍ତୁ କାରଣ କ’ଣ

September 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସୋୟପୁରର ଏକ କବରସ୍ଥାନରେ ଜଣେ ବୃଦ୍ଧଙ୍କକୁ କବର ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଝିଅ ଅନ୍ୟ ଧର୍ମରେ ବିବାହ କରିବା ପରେ ବୃଦ୍ଧ ପିତାଙ୍କ ମୃତଦେହକୁ କବରସ୍ଥାନରେ ସ୍ଥାନ ନ ଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏପରି ଏକ ଘଟଣା ସେପ୍ଟେମ୍ବର 6ତାରିଖରେ ଘଟିଥିବାର ସୂଚନା ରହିଛି । ମୃତ ବୃଦ୍ଧଙ୍କ ବଡ ଝିଅଙ୍କ ମତରେ ସେ ଜଣେ ହିନ୍ଦୁ ଯୁବକକୁ ବିବାହ କରି ଧର୍ମ ପରିବର୍ତ୍ତନ କରିଥିଲେ । ଏଥିପାଇଁ ତାଙ୍କ ସମାଜ କବରସ୍ଥାନରେ ତାଙ୍କ ପିତାଙ୍କ ଶବକୁ କବର ଦେବା ପାଇଁ ସ୍ଥାନ ଦେଇନଥିଲେ ।

ମିଳିଥିବା ସୂଚନା ଅନୁସାରେ ସଲାପୁରଠାରେ ଜଣେ ବୃଦ୍ଧଙ୍କ ଶବକୁ କବର ଦେବାକୁ ନେଇ ବିବାଦ ହୋଇଥିଲା । ମୁସଲିମ୍‌ ସମାଜର କିଛି ଲୋକେ ବୃଦ୍ଧଙ୍କ ଶବକୁ ପୋତିବାକୁ ନେଇ ବିରୋଧ କରିଥିଲେ । ବୃଦ୍ଧଙ୍କ ବଡ ଝିଅ ଅନ୍ୟ ଧର୍ମରେ ବିବାହ କରି ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ବୃଦ୍ଧଙ୍କ ସହ ଏପରି ବ୍ୟବହାର କରାଯାଇଥିବାର ଅଭିଯୋଗ କରିଛନ୍ତି ମୃତ ବୃଦ୍ଧଙ୍କ ବଡ ଝିଅ । ଏହାପରେ ବୃଦ୍ଧଙ୍କ ଝିଅ ସ୍ଥାନୀୟ ପୋଲିସ୍‌ର ସାହାଯ୍ୟ ମାଗିଥିଲେ, କିନ୍ତୁ ସାହାଯ୍ୟ ପାଇନଥିଲେ । ପରେ ଚମ୍ବଲର ଆଇଜିଙ୍କୁ ଫୋନ୍‌କରି ସାହାଯ୍ୟ ଭିକ୍ଷା କରିଥିଲେ । ଏହାପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କର ଅନ୍ତିମସଂସ୍କାର ପାଇଁ ସାହାଯ୍ୟ କରିଥିଲେ ।

ଅପରପକ୍ଷରେ, ଉକ୍ତ କବରସ୍ଥାନରେ ଗୃହ ନିର୍ମାଣକୁ ନେଇ ଓ୍ବାକ୍ଫ କମିଟି ଓ ଉକ୍ତ ବୃଦ୍ଧଙ୍କ ବିରୋଧରେ ମଧ୍ୟ କେସ୍‌ ଚାଲୁଥିଲା । କବରସ୍ଥାନରେ ଭୂମି ବିବାଦ ରହିଥିବାର ସୂଚନା ରହିଛି ।  ତେବେ ଘଟଣାର ପ୍ରକୃତ କାରଣ କ’ଣ ସେ ସମ୍ପର୍କରେ ପୋଲିସ୍‌ ଯାଞ୍ଚ ଆରମ୍ଭକରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Latest News

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.