Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ବାଇପାସ ନିକଟରେ ଓଲଟି ବାର ଫୁଟ ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ : ତିନି ଗୁରୁତର
ଆଜିର ଖବର

ବାଲୁଗାଁ ବାଇପାସ ନିକଟରେ ଓଲଟି ବାର ଫୁଟ ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ : ତିନି ଗୁରୁତର

September 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ଥାନା ଅଧିନସ୍ଥ ବାଲୁଗାଁ-ବାଣପୁର ବାଇପାସ ବେଲପଡା ଛକ ନିକଟରେ ଆଜି ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଓଲଟିପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ଟି ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲ ରୁ ରୋଗୀ ନେଇ କଟକ ବଡ଼ ମେଡିକାଲ ଯାଇଥିଲା ।  ରୋଗୀଙ୍କୁ ଛାଡି କଟକରୁ ବ୍ରହ୍ମପୁର ଫେରିଲାବେଳକୁ ଆଜି ସକାଳେ ବାଣପୁର-ବାଲୁଗାଁ ବାଇପାସ ନିକଟ ବେଲପଡା ଗାଁ ଛକରେ ଏକ ଗାଈ ହଠାତ ଗାଡି ସାମ୍ନା କୁ ପଳେଇଆସିବାରୁ ଭାରସାମ୍ୟ ହରାଇ ଗାଡିଟି ବାଇପାସ ରୁ ପାଖାପାଖି ୧୨ ଫୁଟ ତଳକୁ ଖସି ଓଲଟିପଡିଥିଲା । ଗାଡ଼ିରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଦୁଇ ଜଣ ବ୍ୟକ୍ତି ଥିବାର ସୂଚନା ରହିଛି l ସମସ୍ତ ତିନି ଜଣ ଯାକ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିବା ବେଳେ  ସେମାନଙ୍କୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତରିତ କରିଦେଇଥିଲେ ।

ଆଜି ମଧ୍ୟାହ୍ନ ରେ ସମସ୍ତ କର୍ମଚାରୀ ମାନେ ଚିକିତ୍ସିତ ହୋଇ ବିଭାଗୀୟ ଅଧିକାରୀଙ୍କ ସହ ବ୍ରହ୍ମପୁର ରୁ ବାଲୁଗାଁ ଆସି ବାଣପୁର ଥାନାରେ ଏ ଘଟଣା ନେଇ ଲିଖିତ ଭାବେ ଜଣାଇଥିବାର ସୂଚନା ମିଳିଛି l ଅପରାହ୍ନ ପାଖାପାଖି ୩.୩0 ମିନିଟ ରେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ କୁ ହାଇଡ୍ରା ମେସିନ ସାହାଯ୍ୟରେ ବାଇପାସ ତଳୁ ଉଦ୍ଧାର କରାଯାଇଅଛି ।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଫିଫା ବିଶ୍ୱକପରେ କୀର୍ତ୍ତିମାନ ସୃଷ୍ଟି କଲେ ଏହି ଭାରତୀୟ ଖେଳାଳି: ରଚିଲେ ନୂଆ ଇତିହାସ

June 16, 2026

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ : ୬ ଗୁରୁତର

June 16, 2026

ସ୍ଵାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ

June 16, 2026

ଆମେରିକାର ବି-୫୨ ବିମାନ ଦୁର୍ଘଟଣାଗ୍ରସ୍ତ: ୮ ମୃତ

June 16, 2026
Latest News

ଫିଫା ବିଶ୍ୱକପରେ କୀର୍ତ୍ତିମାନ ସୃଷ୍ଟି କଲେ ଏହି ଭାରତୀୟ ଖେଳାଳି: ରଚିଲେ ନୂଆ ଇତିହାସ

June 16, 2026

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ : ୬ ଗୁରୁତର

June 16, 2026

ସ୍ଵାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ

June 16, 2026

ଆମେରିକାର ବି-୫୨ ବିମାନ ଦୁର୍ଘଟଣାଗ୍ରସ୍ତ: ୮ ମୃତ

June 16, 2026

NEET-UG ସୁରକ୍ଷା ପାଇଁ କଡ଼ା ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଅସ୍ଥାୟୀ କଟକଣା

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.