Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ହଂସୁଆ ବାବା: ଶିରିଡି ସାଇ ମନ୍ଦିରର ସାଇଙ୍କ ବଦଳରେ ପୂଜା ପାଉଛନ୍ତି ଆତ୍ମଘୋଷିତ ବାବା
ଆଜିର ଖବର

ଚର୍ଚ୍ଚାରେ ହଂସୁଆ ବାବା: ଶିରିଡି ସାଇ ମନ୍ଦିରର ସାଇଙ୍କ ବଦଳରେ ପୂଜା ପାଉଛନ୍ତି ଆତ୍ମଘୋଷିତ ବାବା

September 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ରାପଡାର ଭଣ୍ଡ ସାରଥୀ ବାବାଙ୍କର ଖେଳ ସରିବା ପରେ ଏବେ ପୁଣି ଜଣେ ବାବାଙ୍କ ଖେଳ ଦେଖିବାକୁ ମିଳିଛି। ଯାହାଙ୍କ ନାଁରେ କିଛି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗ୍ରାମରେ ଏକ ସିରିଡି ଶାଇ ମନ୍ଦିର ରହିଛି। ଏବେ କରୋନା କଟକଣା ପାଇଁ କିଛି ଦିନ ହେଲା ଯେତେବେଳେ ସାଇଙ୍କ ମନ୍ଦିରଙ୍କୁ ଶ୍ରଦ୍ଧାଳୁମାନେ ଆସୁନଥିଲ। କେବଳ ମନ୍ଦିର ପୂଜାରିଙ୍କ ଦ୍ବାରା ସାଇବାବାଙ୍କ ଦୈନନ୍ଦିନ ପୂଜାକାର୍ଯ୍ୟ କରାଯାଉଥିଲା। ଏହାରି ମଧ୍ୟରେ ଏହି ମନ୍ଦିରରେ ଜଣେ ବାବାଙ୍କର ଆସ୍ଥାନା ଜମି ଯାଇଥିବାର ଜଣାପଡିଛି।

ଭକ୍ତମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତ କିଛିଦିନ ହେବ ଜଣେ ବ୍ୟକ୍ତି ନିଜକୁ ମନ୍ଦିରର ମୁଖ୍ୟ ପରିଚାଳକ ବୋଲି ଜାହିର କରି ସାଇବାବାଙ୍କ ପୂଜାର୍ଚ୍ଚନା ବନ୍ଦ କରିବା ସହିତ ବାବା ଦୈନିକ ଆଳତୀକୁ ବନ୍ଦ କରିଦେଇଛନ୍ତି। ସାଇବାବାଙ୍କ ଆସ୍ଥାନ ପାଖରେ ଜଣେ ଆତ୍ମଘୋଷିତ ବାବାଜୀଙ୍କୁ ବସାଇ ମହାପୁରୁ ପ୍ରଭୁ ବୋଲି ଆାଖ୍ୟା ଦେଇ ପୂଜା କରି ଆସୁଛି ବୋଲଇ ଅଭିଯୋଗ ହୋଇଛି। ଏହାକୁ ନେଇ ସାଇଭକ୍ତଙ୍କ ମନରେ କୁଠାରଘାତ ହେବା ସହିତ ଭକ୍ତିଭାବନାରେ କଷ୍ଟ ଦିଆଯାଇଛି। ଏହି ବାବା ଜଣକ ଗଳାରୁ ପାଦ ପର୍ଯ୍ୟନ୍ତ ତୁଳସୀମାଳ ପିନ୍ଧିଥିବା ଦେଖିବାକୁ ମିଳୁଛି। ଆଉ କିଛି ମହିଳା ବାବାଙ୍କୁ ଆଳତୀ କରିବା ସହ ତାଙ୍କର ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଏପରିକି ଏହି ମଣିଷରୂପୀ ବାବାଙ୍କ ସାମ୍ନାରେ ଭଜନ କୀର୍ତ୍ତନ ଚାଲିବା ସହିତ ଆଲଟ ଚାମର ସେବା ମଧ୍ୟ ଚାଲିଛି। ଏନେଇ ସେହି ଗ୍ରାମର 20ରୁ ଉର୍ଦ୍ଧ୍ବ ସାଇଭକ୍ତ କୁଜଙ୍ଗ ତହସିଲିଦାରଙ୍କୁ ଚିଠି ଲେଖିଛନ୍ତି। ଶିରିଡି ସାଇ ବାବାଙ୍କ ପୂଜା ବନ୍ଦ କରି ନିଜର ପୂଜା କରାଉଥିବା ତଥାକଥିତ ବାବାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି।

ତେବେ ଏହି ବାବା ଜଣକ ହେଉଛନ୍ତି ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ହଂସୁଆ ବାବା ଓରଫ୍‌ ନିକୁଞ୍ଜ ବାବା।  ସାରଥୀ ବାବାଙ୍କ ପରି ସେମିତି ଗଳାରେ ତୁଳସୀମାଳ ପକାଇ ନିଜକୁ ଭକ୍ତଙ୍କ ବାବା ବୋଲି ପ୍ରମାଣିତ କରୁଥିବାର ଦେଖିବାକୁ ମିଳିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଲୋକଙ୍କ ଭାବାବେଗକୁ ଠକୁଥିବା ବାବାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି। ଏହାସହ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବାଘମାରୀ ଯାଇ ତଦନ୍ତ କରିବେ ବୋଲି ସୂଚନା ରହିଛି।

ଶିରିଡି ସାଇ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026
Latest News

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.