ଜଗତସିଂହପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ବଣ୍ଟନ କଲେ ଜିଲ୍ଲାପାଳ

Published: Sep 9, 2020, 12:22 pm IST

ରମେଶ ମହାନ୍ତି 

ଜଗତସିଂହପୁର: ମଙ୍ଗଳବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବନ୍ୟା କ୍ଷତିଗ୍ରସ୍ତ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୫ଟି ପଞ୍ଚାୟତର ୧୫ଟି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କୁ ଭେଟିଥିଲେ ।ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡାସାହିରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ ପ୍ରତି ପରିବାରକୁ ୫୦କେଜି ଚାଉଳ ଓ ୫୦୦ଟଙ୍କା ବଣ୍ଟନ କରିଥିଲେ। ଗୋପିଆକୁଦ ଗୋପାଳସାହିରେ ପରିବାର ପିଛା ଚାଉଳ ଓ ଟଙ୍କା ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ ସହିତ ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁ, କୁଜଙ୍ଗ ବିଡିଓ ଅମୀୟ କୁମାର ପଣ୍ଡା ଉପସ୍ଥିତ ଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ସଠିକ୍ ଭାବେ ବଣ୍ଟନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ୬ଟି ପଞ୍ଚାୟତରେ ୨୫ ଗୋଟି ଅସମ୍ପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସାରିବା ସହିତ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଏହିସବୁ ପଞ୍ଚାୟତ ଗୁଡିକୁ ଜିଲ୍ଲାପାଳ ପୁନଶ୍ଚ ଗ୍ରସ୍ତକରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ସୂଚନା ଦେଇଥିଲେ।

Related posts