Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ଏହି ସବୁ ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ
ଆଜିର ଖବର

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ଏହି ସବୁ ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

September 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମରୁ ଚାରି ଜଣ ଏବଂ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମରୁ ପାଞ୍ଚ ଜଣ କୋଭିଡ ପଜିଟିଭ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ମଧ୍ୟରୁ ଦୁଇ ଜଣ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ତିନି ଗ୍ରାମ ଏବଂ ଏନ.ଏ.ସି ର ଗୋଟେ ୱାର୍ଡ ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୧୬୬୪ ଏବଂ ୧୬୬୭ ରେ ଦୁଇ ଗୋଟି ଚିଠି ଚିଲିକା ବିଡ଼ିଓ ଏବଂ ପତ୍ର ସଂଖ୍ୟା ୯୦୯ ରେ ଗୋଟିଏ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ।

ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିଗୁଡ଼ିକୁ ଅନୁମୋଦନ ଦେଇ ଚିଲିକା ବ୍ଲକର ଆଙ୍କୁଲା, ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମଗୁଡିକୁ ଏବଂ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ଯାଏଁ ତା ୦୯.୦୯ .୨୦(ବୁଧବାର ) ସନ୍ଧ୍ୟା ୭ ଘଟିକାରୁ ତା ୧୫.୦୯.୨୦(ମଙ୍ଗଳବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।

ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

କଣ୍ଟନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅପରାଜିତା ସ୍ୱାଇଁ(ଏବିଡ଼ିଓ, ଚିଲିକା ବ୍ଲକ) ଏବଂ ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ୱ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର ଏବଂ ଚିଲିକା ବିଡ଼ିଓ ଶ୍ରୀମତୀ ସୁଷମା ବାରିକ।

ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ବ୍ଲକ ବାଲୁଗାଁ ଏନ.ଏ.ସି
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026
Latest News

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.