
ସୀତାରାମ ଅଗ୍ରଓ୍ବାଲ
ବାଣପୁର : ବାଣପୁର ପୋଲିସ ଗତ ଦୁଇ ଦିନ ମଧ୍ୟରେ ବାଣପୁର ଥାନା ଅନ୍ତର୍ଗତ ବିଭିନ୍ନ ଜାଗାରେ ଚଢ଼ାଉ କରି ୨୯୦ ଲିଟର ଦେଶୀ ମଦ ଜବତ ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଲକ ଡ଼ାଉନ ଉଠିବାପରେ ଦେଶୀ ଚୋରା ମଦ ବେପାରୀମାନେ ଖୁଲମଖୁଲା ମଦ ବିକୁଥିବାର ଅଭିଯୋଗ ପାଇଥଲା ବାଣପୁର ପୋଲିସ। ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏସ.ଆଇ ପ୍ରସନ୍ନ ଜେନା ଏବଂ ଏସ.ଆଇ ରାଜକିଶୋର ବେହେରା ଦୁଇ ଗୋଟି ଟିମ ନେଇ ଗତ ଦୁଇ ଦିନ ହେଲା ବାଣପୁରର କୋଷରଡା, ସାନ ହନ୍ତୁଆଡ଼, ପୋଡା ସାହି ଆଦି ବିଭିନ୍ନ ଅଞ୍ଚଳରେ ଦିନ ରାତି ଚଢ଼ାଉ ଜାରି ରଖିଥିଲେ। ଉକ୍ତ ଦୁଇ ଦିନ ମଧ୍ୟରେ ୫ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସମସ୍ତଙ୍କ ଠାରୁ ସର୍ବମୋଟ ୨୯୦ ଲିଟର ଦେଶୀ ମଦ ଜବତ କରିଛି ବାଣପୁର ପୋଲିସ। ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କ ନାମରେ କେସ ନମ୍ବର ୨୮୩, ୨୮୪, ୨୮୫, ୨୮୬ ଏବଂ ୨୮୭ ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଅଛି।